ପାଣି ନାହିଁତ ଭୋଟ ନାହିଁ, ନିର୍ବାଚନ ସମୟରେ କୌଣସି ନେତା ସାହିକୁ ଭୋଟ ମାଗିବାକୁ ଆସିଲେ ନେତାଙ୍କୁ କାଠ ଫାଳିଆରେ ମାଡ଼ ହେବ। ଏଭଳି ଚେତାବନୀ ଦେଇଛନ୍ତି ଗଜପତି ଜିଲ୍ଲା ମୋହନା ସଦର ୧୪ ନମ୍ବର ୱାର୍ଡର ମହିଳାମାନେ।
ୱାର୍ଡରେ ଜଳ ଯୋଗାଣ ପାଇଁ ପ୍ରତି ଘର ସାମ୍ନାରେ ଷ୍ଟାଣ୍ଡ ପୋଷ୍ଟ ସ୍ଥାପନ କରି ଟ୍ୟାପ ଲଗାଯାଇଛି। ହେଲେ ଏଥିରେ ଜଳ ଯୋଗାଣ ବ୍ୟବସ୍ଥା ହୋଇ ନାହିଁ। କେବଳ ସୋଲାର ଟାଙ୍କି ବସାଇ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି କିନ୍ତୁ ସେଥିରେ ପାଣି ଆସୁନି। ଫଳରେ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ୱାର୍ଡର ମହିଳାମାନେ।
ଯଦି ସରକାର ବା ପ୍ରଶାସନ ୱାର୍ଡ ବାସିନ୍ଦାଙ୍କୁ ପାଣି ଯୋଗାଇ ନ ଦିଅନ୍ତି ତାହେଲେ ଭୋଟ ବର୍ଜନ କରିବା ସହ କୌଣସି ନେତାଙ୍କୁ ବି ସାହିକୁ ପୁରାଇ ଦେବୁ ନାହିଁ ବୋଲି ଚେତବନୀ ଦେଇଛନ୍ତି ୱାର୍ଡ ବାସିନ୍ଦା ମାନେ।
RWSSର ଯନ୍ତ୍ରୀ କହିଛନ୍ତି ଯେ, ପାଣି ସ୍ତର କମି କମି ଯାଉଛି। ଠିକାଦାର ପଠାଇ ଏସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯିବ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।