Advertisment

ପାଣି ନାହିଁ ତ ଭୋଟ ନାହିଁ

ୱାର୍ଡରେ ଜଳ ଯୋଗାଣ ପାଇଁ ପ୍ରତି ଘର ସାମ୍ନାରେ ଷ୍ଟାଣ୍ଡ ପୋଷ୍ଟ ସ୍ଥାପନ କରି ଟ୍ୟାପ ଲଗାଯାଇଛି। ହେଲେ ଏଥିରେ ଜଳ ଯୋଗାଣ ବ୍ୟବସ୍ଥା ହୋଇ ନାହିଁ।

ଅଦ୍ୟତନ ହୋଇଛି
Water Porblem

Water Porblem

Advertisment

ପାଣି ନାହିଁତ ଭୋଟ ନାହିଁ, ନିର୍ବାଚନ ସମୟରେ କୌଣସି ନେତା ସାହିକୁ ଭୋଟ ମାଗିବାକୁ ଆସିଲେ ନେତାଙ୍କୁ କାଠ ଫାଳିଆରେ ମାଡ଼ ହେବ। ଏଭଳି ଚେତାବନୀ ଦେଇଛନ୍ତି ଗଜପତି ଜିଲ୍ଲା ମୋହନା ସଦର ୧୪ ନମ୍ବର ୱାର୍ଡର ମହିଳାମାନେ।

Advertisment

ୱାର୍ଡରେ ଜଳ ଯୋଗାଣ ପାଇଁ ପ୍ରତି ଘର ସାମ୍ନାରେ ଷ୍ଟାଣ୍ଡ ପୋଷ୍ଟ ସ୍ଥାପନ କରି ଟ୍ୟାପ ଲଗାଯାଇଛି। ହେଲେ ଏଥିରେ ଜଳ ଯୋଗାଣ ବ୍ୟବସ୍ଥା ହୋଇ ନାହିଁ। କେବଳ ସୋଲାର ଟାଙ୍କି ବସାଇ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି କିନ୍ତୁ ସେଥିରେ ପାଣି ଆସୁନି। ଫଳରେ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ୱାର୍ଡର ମହିଳାମାନେ।

ଯଦି ସରକାର ବା ପ୍ରଶାସନ ୱାର୍ଡ ବାସିନ୍ଦାଙ୍କୁ ପାଣି ଯୋଗାଇ ନ ଦିଅନ୍ତି ତାହେଲେ ଭୋଟ ବର୍ଜନ କରିବା ସହ କୌଣସି ନେତାଙ୍କୁ ବି ସାହିକୁ ପୁରାଇ ଦେବୁ ନାହିଁ ବୋଲି ଚେତବନୀ ଦେଇଛନ୍ତି ୱାର୍ଡ ବାସିନ୍ଦା ମାନେ।

Advertisment

RWSSର ଯନ୍ତ୍ରୀ କହିଛନ୍ତି ଯେ, ପାଣି ସ୍ତର କମି କମି ଯାଉଛି। ଠିକାଦାର ପଠାଇ ଏସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯିବ।

Water Problem
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe