Advertisment

କର୍ମଚାରୀଙ୍କୁ ନାଲି ଆଖି ଦେଖାଇଲା ବିଏମସି - ବିଳମ୍ବରେ ଅଫିସ ଆସିଲେ ଦରମା ବନ୍ଦ

ଯେଉଁ କର୍ମଚାରୀମାନେ ବିଳମ୍ବରେ ଅଫିସ ଆସୁଛନ୍ତି, ସେମାନଙ୍କୁ ଆଉ ବରଦାସ୍ତ କରାଯିବ ନାହିଁ।

BMC

BMC

Advertisment

ଏଣିକି ବିଳମ୍ବରେ ଅଫିସ ଆସିଲେ ଦରମା ବନ୍ଦ । ଯେଉଁ କର୍ମଚାରୀମାନେ ବିଳମ୍ବରେ ଅଫିସ ଆସୁଛନ୍ତି, ସେମାନଙ୍କୁ ଆଉ ବରଦାସ୍ତ କରାଯିବ ନାହିଁ।  ଅର୍ଥାତ ବିଳମ୍ବରେ ଅଫିସ ଆସିଲେ ବନ୍ଦ ହେବ ଦରମା। ନୂଆବର୍ଷ ପୂର୍ବରୁ ନିଜ କର୍ମଚାରୀଙ୍କ ପ୍ରତି କଡ଼ା ଆଭିମୁଖ୍ୟ ପୋଷଣ କରି ଏପରି ନିର୍ଦ୍ଦେଶନାମା ଜାରି କରିଛି ବିଏମ୍‌ସି ।

Advertisment

ଏ ସଂପର୍କିତ ଏକ ନିର୍ଦ୍ଦେଶନାମା ଜାରି କରି ବିଏମସି କମିଶନର ଦର୍ଶାଇଛନ୍ତି ଯେ, ବିଏମସି ମୁଖ୍ୟାଳୟରେ କାମ କରୁଥିବା ସମସ୍ତ କର୍ମଚାରୀ ସକାଳ ୯.୪୫ରୁ ୧୦.୧୫ ମଧ୍ୟରେ ପହଞ୍ଚିବା ଦରକାର। ଅଧିକରୁ ଅଧିକ ୧୫ ମିନିଟ୍ ଯାଏଁ କୋହଳ କରାଯାଇପାରିବ। ଅର୍ଥାତ ସକାଳେ ସାଢ଼େ ୧୦ଟା ଯାଏଁ କୋହଳ କରାଯିବ। ତାପୁଣି କୌଣସି ଟ୍ରାଫିକ୍ ଜାମ୍, ଗାଡ଼ି ଖରାପ କିମ୍ବା ଅନ୍ୟାନ୍ୟ ଜରୁରିକାଳୀନ ସମସ୍ୟା ହେଲେ ହିଁ କୋହଳ କରାଯାଇପାରିବ।

ଏସବୁ ବାଦ୍ ଯଦି କେହି ଅନ୍ୟ କୌଣସି କାରଣ ଦର୍ଶାଇ ବିଳମ୍ବରେ ଅଫିସ୍ ଆସିଲେ ତାଙ୍କ ପାଇଁ ତତକ୍ଷଣାତ୍ ABSENT କିମ୍ବା ନୋ ୱର୍କ, ନୋ ପେ’ ନୀତି ଲାଗୁ ହେବ । ଏ ନେଇ କମିଶନର ସଫା ସଫା ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି ।

Advertisment

କର୍ମଚାରୀମାନେ ନିର୍ଦ୍ଧାରିତ ସମୟରେ ଅଫିସ ଆସୁଛନ୍ତି ନା ନାହିଁ,ପ୍ରତ୍ୟେକ ମହଲାରେ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀ ତଦାରଖ କରିବେ ବୋଲି ଦର୍ଶାଯାଇଛି । ଏହି ନିର୍ଦ୍ଦେଶନାମା ଜାରି ହେବା ପରେ କର୍ମଚାରୀ ମହଲରେ ଛନକା ପଶି ଯାଇଛି।

Bhubaneswar Bmc
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe