Advertisment

ଆଇଏଏସ ମନୀଷ ଅଗ୍ରୱାଲଙ୍କ ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା

ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ହତ୍ୟା ମାମଲାରେ ମାଲକାନଗିରି ଏସଡିଜେଏମ୍ କୋର୍ଟ ବାରମ୍ବାର ନୋଟିସ୍ ଜାରି କରିବା ସତ୍ତ୍ୱେ ଶ୍ରୀ ଅଗ୍ରୱାଲ ହାଜର ନହେବାରୁ ଏହି ଗିରଫ ପରୱାନା ଜାରି ହୋଇଥିବା ଜଣାପଡ଼ିଛି ।

Manish agrwal

Manish agrwal

Advertisment

ଓଡ଼ିଶା କ୍ୟାଡ଼ରର ୨୦୧୨ ବ୍ୟାଚ୍ ଆଇଏଏସ୍ ଅଫିସର ମନୀଷ ଅଗ୍ରୱାଲଙ୍କ ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଛନ୍ତି କୋର୍ଟ । ମାଲକାନଗିରିର ଜିଲ୍ଲାପାଳ ଥିବାବେଳେ ୨୦୧୯ ମସିହାରେ ନିଜର ବ୍ୟକ୍ତିଗତ ସହାୟକଙ୍କ ରହସ୍ୟଜନକ ହତ୍ୟା ମାମଲାରେ ମାଲକାନଗିରିର ଏସଡିଜେଏମ୍ କୋର୍ଟ ଶ୍ରୀ ଅଗ୍ରୱାଲଙ୍କ ସମେତ ଅନ୍ୟ ୩ଜଣଙ୍କ ବିରୁଦ୍ଧରେ ଗିରଫ ପରୱାନା କରିଛନ୍ତି। କୋର୍ଟଙ୍କ ଏହି ରାୟ ପରେ ଆଇଏଏସ୍ ଶ୍ରୀ ଅଗ୍ରୱାଲ ଗିରଫ ହେବାର ଆଶଙ୍କା ବଢ଼ିଛି । ଶ୍ରୀ ଅଗ୍ରୱାଲ ଏବେ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।

Advertisment

ସୂଚନା ଅନୁସାରେ, ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ହତ୍ୟା ମାମଲାରେ ମାଲକାନଗିରି ଏସଡିଜେଏମ୍ କୋର୍ଟ ବାରମ୍ବାର ନୋଟିସ୍ ଜାରି କରିବା ସତ୍ତ୍ୱେ ଶ୍ରୀ ଅଗ୍ରୱାଲ ହାଜର ନହେବାରୁ ଏହି ଗିରଫ ପରୱାନା ଜାରି ହୋଇଥିବା ଜଣାପଡ଼ିଛି । ପୂର୍ବରୁ ଏହି ମାମଲାରେ ଶ୍ରୀ ଅଗ୍ରୱାଲ ନିଜର ସୁରକ୍ଷା ପାଇଁ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ବିଫଳ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଶ୍ରୀ ଅଗ୍ରୱାଲ ମାଲକାନଗିରିର ଜିଲ୍ଲାପାଳ ଥିବାବେଳେ ବ୍ୟକ୍ତିଗତ ସହାୟକ ଶ୍ରୀ ପଣ୍ଡା ୨୦୧୯ ଡିସେମ୍ବର ମାସରେ ତାଙ୍କ ଅଫିସରୁ ନିଖୋଜ ହୋଇଯାଇଥିଲେ । ପରେ ତାଙ୍କର ମୃତଦେହ ତା’ପରଦିନ ସତୀଗୁଡ଼ା ଡ୍ୟାମରୁ ମିଳିଥିଲା । ପୁଲିସ ପ୍ରାଥମିକ ପର୍ଯ୍ୟାୟରେ ଆତ୍ମହତ୍ୟା ମାମଲା ରୁଜୁ କରିଥିଲା ଓ ପରେ ଅପ୍ରାକୃତିକ ମୃତ୍ୟୁ ମାମଲା ରୁଜୁ କରିଥିଲା।

Advertisment

ତେବେ ଶ୍ରୀ ପଣ୍ଡାଙ୍କ ପତ୍ନୀ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ଅଭିଯୋଗ ଆଣି ତତକାଳୀନ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ଓ ଅନ୍ୟ ୩ଜଣ କର୍ମଚାରୀଙ୍କୁ ଦାୟୀ କରିଥିଲେ । ତାଙ୍କ ଅଭିଯୋଗ ଆଧାରରେ ସେମାନଙ୍କ ବିରୁଦ୍ଧରେ ଆଇପିସିର ଧାରା -୩୦୨,୨୦୧ ,୨୦୪ ଓ ୫୦୬ରେ ମାମଲା ରୁଜୁ ହେବାରୁ ରାଜ୍ୟ ସରକାର ଶ୍ରୀ ଅଗ୍ରୱାଲଙ୍କୁ ଜିଲ୍ଲାପାଳ ପଦରୁ ହଟାଇ ଦେଇଥିଲେ । ତାଙ୍କୁ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ଉପସଚିବ ଭାବେ ବଦଳି କରାଯାଇଥିଲା।

ଏହି ମାମଲାରେ ୨୦୨୩ ଜୁନ୍ ମାସରେ ଆଇଏଏସ୍ ଶ୍ରୀ ଅଗ୍ରୱାଲଙ୍କ ବିରୁଦ୍ଧରେ ତଳ କୋର୍ଟଙ୍କ ରାୟକୁ ଓଡ଼ିଶା ହାଇକୋର୍ଟ ସଂଶୋଧନ କରି ହତ୍ୟା ଅପରାଧକୁ ଆତ୍ମହତ୍ୟା ପାଇଁ ଉସକାଇବାକୁ ପରିବର୍ତ୍ତନ କରିଦେଇଥିଲେ । ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଜଷ୍ଟିସ ଶଶୀକାନ୍ତ ମିଶ୍ର ତାଙ୍କ ରାୟରେ ଦର୍ଶାଇଥିଲେ ଯେ, ହତ୍ୟା କରାଯାଇଥିବା ନେଇ ସେଭଳି କୌଣସି ପ୍ରମାଣ ପ୍ରାଥମିକ ତଦନ୍ତରୁ ଜଣାପଡ଼ୁନି।

ତେବେ ଶ୍ରୀ ଅଗ୍ରୱାଲଙ୍କ ବିରୁଦ୍ଧରେ ଥିବା ଆତ୍ମହତ୍ୟା ପାଇଁ ଉସକାଇବା ମାମଲାର ବିଚାର ୮ମାସ ମଧ୍ୟରେ ଶେଷ କରିବାକୁ ଓଡ଼ିଶା ହାଇକୋର୍ଟ ରାୟ ଦେଇଥିଲେ । ହାଇକୋର୍ଟଙ୍କ ଏହି ରାୟକୁ ଶ୍ରୀ ଅଗ୍ରୱାଲ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଓ ୨୦୨୩ ସେପ୍ଟେମ୍ବରରେ ସୁପ୍ରିମକୋର୍ଟରେ ତାଙ୍କ ବିରୁଦ୍ଧରେ ଚାଲିଥିବା ମକଦ୍ଦମା ଉପରେ ରହିତାଦେଶ ଜାରି କରିଥିଲେ । ତେବେ ୨୦୨୪ ନଭେମ୍ବର ମାସରେ ସୁପ୍ରିମକୋର୍ଟ ଏହି ମାମଲାରେ ରହିତାଦେଶ ଉଠାଇ ଦେବା ସହ ଶ୍ରୀ ଅଗ୍ରୱାଲଙ୍କ ଦ୍ୱାରା ଦାଏର ସ୍ୱତନ୍ତ୍ର ଲିଭ୍ ପିଟିସନକୁ ମଧ୍ୟ ଖାରଜ କରିଦେଇଥିଲେ । ଏହାପରେ ତଳକୋର୍ଟରେ ଶ୍ରୀ ଅଗ୍ରୱାଲଙ୍କ ବିରୁଦ୍ଧରେ ଟ୍ରାଏଲ ପ୍ରୋସିଡିଂ ପାଇଁ ମାର୍ଗ ପ୍ରଶସ୍ତ ହୋଇଥିଲା।

Odisha Ias Officer Ias
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe