Advertisment

କ୍ୱାର୍ଟର୍ସ ପ୍ରସଙ୍ଗରେ ୭୫ ସାମ୍ବାଦିକଙ୍କୁ ପ୍ରେସ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆର ନୋଟିସ୍‌

ଓଡ଼ିଶା ପରିପ୍ରେକ୍ଷୀରେ ସରକାରୀ ର୍କ୍ୱର୍ଟର୍ସ ପାଇଁ ୭୫ ଜଣ ସାମ୍ବାଦିକଙ୍କୁ ନୋଟିସ ଦେବା ପରେ ପିସିଆଇ ରାଜ୍ୟ ସରକାରଙ୍କୁ କିଭଳି ପରାମର୍ଶ ଦେବେ ତା’ ଉପରେ ସମସ୍ତଙ୍କ ନଜର ରହିଛି।

author-image
Manoranjan Sial
Press

Press

ସାମ୍ବାଦିକଙ୍କୁ ସରକାରୀ କ୍ୱାର୍ଟର୍ସ ମିଳିବା ଉଚିତ କି ନୁହେଁ ? ସରକାରୀ କ୍ୱାର୍ଟର୍ସ ପାଇଥିବା ସାମ୍ବାଦିକ ସରକାରଙ୍କ ଦୋଷ ଦୁର୍ବଳତାକୁ ସାମ୍ନାକୁ ଆଣି ପାରିବେ ତ? ସରକାର ଓ ସାମ୍ବାଦିକଙ୍କ ମିଲିଭଗତରେ ବଳିପଡୁଛି କି ପ୍ରେସ ସ୍ୱାଧୀନତା? ନିକଟରେ ପ୍ରେସ୍‌ କାଉନସିଲ ଅଫ୍‌ ଇଣ୍ଡିଆ(ପିସିଆଇ)ରେ ଦାୟର ଏକ ପିଟିସନ ଆଧାରରେ ଭୁବନେଶ୍ୱରରେ କ୍ୱାର୍ଟର୍ସ ପାଇଥିବା ୭୫ ଜଣ ସାମ୍ବାଦିକଙ୍କୁ ନୋଟିସକୁ ହୋଇଥିବା ନେଇ ଚର୍ଚ୍ଚା ହେଉଛି।

Advertisment

ଆବେଦନକାରୀଙ୍କ ପିଟିସନ ଅନୁଯାୟୀ, ରାଜ୍ୟରେ ସାମ୍ବାଦିକଙ୍କୁ କ୍ୱାର୍ଟର୍ସ ମିଳିବା ନେଇ କୌଣସି ସ୍ପଷ୍ଟ ନୀତି ନାହିଁ। ତେବେ ୩୦ରୁ ୪୦ ବର୍ଷ ଧରି ବହୁ ସାମ୍ବାଦିକ ନାମମାତ୍ର ମାସିକ ଭଡ଼ା ଦେଇ କ୍ୱାର୍ଟର୍ସ ମାଡ଼ି ବସିଥିଲା ବେଳେ ଇଲେକଟ୍ରୋନିକ ଓ ମହିଳା ସାମ୍ବାଦିକ ଏଥିରୁ ବଞ୍ଚିତ ହେଉଛନ୍ତି। ଏପରିକି ମୃତ୍ୟୁ ପରେ ମଧ୍ୟ ଅନେକ ସାମ୍ବାଦିକଙ୍କ ପରିବାର ସରକାରୀ କ୍ୱାର୍ଟର୍ସ ଛାଡୁନାହାନ୍ତି। ଫଳରେ ସରକାରୀ କ୍ୱାର୍ଟର୍ସ ଦ୍ୱାରା ଉପକୃତ ସାମ୍ବାଦିକ ସରକାରଙ୍କ ବିରୋଧରେ ମୁକ୍ତ ସ୍ୱର ଉଠାଇ ପାରୁନାହାନ୍ତି। ଯାହା ସାମ୍ବାଦିକତାର ମାନ କ୍ଷୟ କରିବା ସହ ପିସିଆଇ ଗଠନର ମୂଳ ଉଦ୍ଦେଶ୍ୟକୁ ନଷ୍ଟ କରୁଛି। ତେଣୁ ଏଭଳି ସ୍ଥିତିରେ ଏକ ସ୍ପଷ୍ଟନୀତି ଆସିବା ପର୍ଯ୍ୟନ୍ତ, ସଂପୃକ୍ତ ସାମ୍ବାଦିକଙ୍କ ଅଧିସ୍ୱୀକୃତିକୁ ପ୍ରତ୍ୟାହାର କରାଯିବାକୁ ଆବେଦନରେ ଦାବି କରାଯାଇଛି। ଯାହାକୁ ଗମ୍ଭୀରତାର ସହ ନେଇ ସଂପୃକ୍ତ ସାମ୍ୱାଦିକଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ସେନେଇ ୧୪ ଦିନ ଭିତରେ ଉତ୍ତର ରଖିବାକୁ ନୋଟିସ କରିଛନ୍ତି ପିସିଆଇ।

ପ୍ରେସର ସ୍ୱାଧୀନତା ଓ ସାମ୍ବାଦିକତା ମାନରେ ଉନ୍ନତି ଆଣିବା ପାଇଁ ପିସିଆଇ ପୂର୍ବରୁ ଅନେକ କ୍ଷେତ୍ରରେ ଉଲ୍ଲେଖନୀୟ ସୁପାରିଶ କରିଛନ୍ତି। ପ୍ରେସର କାର୍ଯ୍ୟରେ ତ୍ରୁଟି ପରିଲକ୍ଷିତ ହେଲେ ପ୍ରେସ କାଉନସିଲ ମିଡିଆ କର୍ମୀ, ମାଲିକଙ୍କୁ ଭର୍ତ୍ସନା କରିପାରନ୍ତି ଓ ସରକାରଙ୍କୁ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ସୁପାରିଶ ମଧ୍ୟ କରିପାରନ୍ତି। ଓଡ଼ିଶା ପରିପ୍ରେକ୍ଷୀରେ ସରକାରୀ ର୍କ୍ୱର୍ଟର୍ସ ପାଇଁ ୭୫ ଜଣ ସାମ୍ବାଦିକଙ୍କୁ ନୋଟିସ ଦେବା ପରେ ପିସିଆଇ ରାଜ୍ୟ ସରକାରଙ୍କୁ କିଭଳି ପରାମର୍ଶ ଦେବେ ତା’ ଉପରେ ସମସ୍ତଙ୍କ ନଜର ରହିଛି। ଅପରପକ୍ଷେ ପିସିଆଇର ଏଇ ନୋଟିସକୁ ନେଇ ରାଜ୍ୟର ବରିଷ୍ଠ ସାମ୍ବାଦିକଙ୍କ ମହଲରେ ଭିନ୍ନମତ ପ୍ରକାଶ ପାଇଛି।

Advertisment
Odisha Journalist