Advertisment

ଗଛ କାଟି ହରଡ଼ଘଣାରେ ଟାଟା ପାୱାର୍‌

ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ମଣଦା ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲ ଦେଇ ପୁନାସିଆକୁ ଯାଇଛି ୩୩ କେଭି ବିଦ୍ୟୁତ୍‌। ଖୁଣ୍ଟ ପୋତା ଯାଇ ବିଦ୍ୟୁତ ତାର ଟଣା ଯାଇଛି। ବିଦ୍ୟୁତ ବିତରଣ ନାଁରେ ଟାଟା ପାୱାର୍‌ ବଡ଼ ବଡ଼ ଗଛ କାଟି ଦେଇଛି।

author-image
Manoranjan Sial
Baripada

Tree

ପୁଣି ଥରେ ବିବାଦରେ ଟାଟା ପାୱାର୍‌। ବନ ବିଭାଗର ବିନା ଅନୁମତିରେ ଶହ ଶହ ଗଛ କାଟି ଦିଆଯାଇଥିବା ଅଭିଯୋଗ ହୋଇଛି। ସେଥିପାଇଁ ଟାଟା ପାୱାର୍‌କୁ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ଏପରି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲାରୁ।

Advertisment

ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ମଣଦା ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲ ଦେଇ ପୁନାସିଆକୁ ଯାଇଛି ୩୩ କେଭି ବିଦ୍ୟୁତ୍‌। ଖୁଣ୍ଟ ପୋତା ଯାଇ ବିଦ୍ୟୁତ ତାର ଟଣା ଯାଇଛି। ବିଦ୍ୟୁତ ବିତରଣ ନାଁରେ ଟାଟା ପାୱାର୍‌ ବଡ଼ ବଡ଼ ଗଛ କାଟି ଦେଇଛି। ବିଦ୍ୟୁଟ ଖୁଣ୍ଟ ଚଢ଼ି ମରାମତି କରିବାରେ ସମସ୍ୟା ହେଉଥିବା ଦର୍ଶାଇ ବିଜୁଳି ବିଭାଗର କର୍ମଚାରୀମାନେ ବେଆଇନ୍‌ ଭାବରେ ମେସିନ୍‌ ସାହାଯ୍ୟରେ ଗଛ କାଟି ଦେଇଥିବା ଅଭିଯୋଗ ହୋଇଛି। ଗୋଟିଏ କି ଦୁଇଟି ନୁହେଁ, ଶହଶହ ଗଛ କାଟି ଦିଆଯାଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ହେଲେ ଏଥିପାଇଁ ବନ ବିଭାଗ ପାଖରୁ ଟାଟା ପାୱାର୍‌ ଅନୁମତି ନେଇନଥିବା ଜଣାପଡ଼ିଛି।

ଗଛ କାଟକୁ ନେଇ ମୟୂରଭଞ୍ଜ ଡିଏଫ୍‌ଓ ସନ୍ତୋଷ ଯୋଶୀ କହିଛନ୍ତି, ଗଛ କାଟିବା ନେଇ କୌଣସି ଅନୁମତି ନେଇନାହାନ୍ତି। ସେଥିପାଇଁ କାରଣ ଦର୍ଶାଅ ନୋଟିସ୍‌ କରାଯାଇଛି। କେଉଁ ପରିସ୍ଥିତିରେ ଗଛ କାଟିବାକୁ ପଡ଼ିଲା, ତାହା ଜଣାଇବାକୁ କୁହାଯାଇଛି। ରେଞ୍ଜ ଅଫିସର ଫିଲ୍‌ଡ ଭେରିଫିକେସନ୍‌ କରିବା ପରେ କେତେ ଗଛ କଟା ଯାଇଛି, ଜଣାପଡ଼ିବ ବୋଲି ଶ୍ରୀ ଯୋଶୀ କହିଛନ୍ତି।

Advertisment

ରିପୋର୍ଟ- ବାରିପଦାରୁ ମାଣିକଲାଲ ପାଣି

Forest Tata Power Mayurbhanj Odisha Forest Dept