ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର। କୋରାପୁଟ ଜିଲ୍ଲାର ଜୟପୁରଠାରେ ଏଣିକି ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଇପାରିବେ। ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ଏହାଫଳରେ ଏଣିକି ଆୟୋଗଙ୍କ ଦ୍ୱାରା ପରିଚାଳିତ ହେଉଥିବା ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡ଼ିକର ଲିଖିତ ପରୀକ୍ଷା କେନ୍ଦ୍ର ରାଜ୍ୟର ୫ଟି ପରିବର୍ତ୍ତେ ୬ଟି ଜୋନରେ ହେବ ।
Also Read
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତମାସ ୧ ତାରିଖରେ ରାଜ୍ୟର ବିଭିନ୍ନ ନିଯୁକ୍ତି ଆୟୋଗର ଅଧ୍ୟକ୍ଷମାନଙ୍କ ସହ ବୈଠକବେଳେ ଜୟପୁରଠାରେ ଏକ ପରୀକ୍ଷା କେନ୍ଦ୍ର ଖୋଲିବା ପାଇଁ ଓଡ଼ିଶା ଲୋକସେବା ଆୟୋଗଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ଲୋକସେବା ଆୟୋଗଙ୍କ ଦ୍ୱାରା ଜୟପୁରଠାରେ ପରୀକ୍ଷା କେନ୍ଦ୍ର ସ୍ଥାପନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି। ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଓ ସମ୍ବଲପୁର ସହର ବ୍ୟତୀତ ଜୟପୁର ସହରରେ ମଧ୍ୟ ଏଣିକି ଲିଖିତ ପରୀକ୍ଷା କେନ୍ଦ୍ର ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଦିନକରେ ଏକକାଳୀନ ୧୪୮ଜଣ ଓଏଏସ୍ ଅଫିସରଙ୍କ ବଦଳି, ୬୯ ବ୍ଲକରେ ନୂଆ ବିଡିଓ
ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ରାଉରକେଲା ମହାନଗର ନିଗମର ଡେପୁଟି କମିଶନର, କଲ୍ୟାଣୀ ସଂଘମିତ୍ରା ଦେବୀଙ୍କୁ ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିଶନର ଓ ମନ୍ମଥ କୁମାର ନାୟକଙ୍କୁ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର ଭାବେ ବଦଳି କରାଯାଇଥିବା ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।
Miscellaneous
ଚାଷୀଙ୍କୁ କ୍ଷତିପୂରଣ: ସମୁଦ୍ରକୁ ଶଙ୍ଖେ?
ବିପର୍ଯ୍ୟୟ ପରେ କିଛି ଚାଷୀ ଫସଲ ବୀମାର ସୁବିଧା ପାଇଲେ ବି ବିପର୍ଯ୍ୟୟ ସହାୟତାର ପରିମାଣ ବହୁତ କମ ରହିଛି।
Miscellaneous
ଆଦିବାସୀଙ୍କ ପାଇଁ ଖୁସି ଖବର, ଏଣିକି ଡିଜିଟାଲ ପ୍ଲାଟଫର୍ମରେ ଲେଖିହେବ ସାନ୍ତାଳୀ ଲିପି
ଆମେ ମୁଖ୍ୟତଃ ଫୋନ୍, ୱେବ୍, ଇଣ୍ଟରନେଟ୍ ଆଦିରେ ଓଡ଼ିଆ,ହିନ୍ଦୀ, ଇଂରାଜୀ, ସ୍ପେନ ଆଦି ଭାଷା ବ୍ୟବହାର କରିଥାଉ। ମାତ୍ର ଏବେ ଡିଜିଟାଲ ପ୍ଲାଟଫର୍ମରେ ସାନ୍ତାଳୀ ଲିପି ବି ଲେଖିହେବ ।
Miscellaneous
୪୪୭୯୩ କୋଟି ଟଙ୍କାର ୫ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ, ୨୩ହଜାର ନୂଆ ନିଯୁକ୍ତି ସମ୍ଭାବନା
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ୩୮ତମ ହାଇଲେଭଲ କ୍ଲିଅରାନ୍ସ ଅଥରିଟି ବୈଠକରେ ରିଫାଇନାରୀ ଓ ପେଟ୍ରୋକେମିକାଲ, ଗ୍ରୀନ୍ ଏନର୍ଜି ଉପକରଣ, ବାୟୋଟେକ୍ନୋଲୋଜି, ଷ୍ଟିଲ ଆଣ୍ଡ କେମିକାଲସ୍ କ୍ଷେତ୍ରର ଏହି ପୁଞ୍ଜିନିବେଶ ରାଜ୍ୟର ୩ଟି ଜିଲ୍ଲାରେ ଶିଳ୍ପ ପ୍ରକଳ୍ପରେ ହେବ ।
Miscellaneous
ରାୟଗଡ଼ା ରେଳ ଡିଭିଜନ ଭବନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ରାୟଗଡ଼ା ରେଳ ମଣ୍ଡଳ ଭବନର ଶିଳାନ୍ୟାସ କରିଛନ୍ତି। ଏହି ରେଳ ଡିଭିଜନର ଶିଳାନ୍ୟାସ ଫଳରେ ଓଡ଼ିଶାରେ ଭିତ୍ତିଭୂମି ଆହୁରି ମଜବୁତ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।