Advertisment

ନୂଆପଡ଼ାର ଝିଅ ଜିତିଲେ ‘ଷ୍ଟାର ମିସ୍‌ ଟିନ୍‌ ଇଣ୍ଡିଆ’

ନୂଆପଡ଼ା ଜିଲ୍ଲା କୋମନା ବ୍ଲକର ଭେଲା ଗାଁର ୧୮ ବର୍ଷୀୟ ଝିଅ ଆଦ୍ୟାଂଶା ପାଣିଗ୍ରାହୀ। ‘ଷ୍ଟାର୍‌ ମିସ ଟିନ ଇଣ୍ଡିଆ’ କ୍ରାଉନ୍‌ ଜିତି ସେ ରାଜ୍ୟ ଓ ଗାଁ ପାଇଁ ଆଣିଛନ୍ତି ଗୌରବ।

Nuapada

Nuapada

Advertisment

ବଣ ମଲ୍ଲୀପରି ରାଜସ୍ଥାନରେ ମହକିଲେ ଓଡ଼ିଆ ଝିଅ ଆଦ୍ୟାଂଶା ପାଣିଗ୍ରାହୀ। ଆଉ ଜିତିଲେ ‘ଷ୍ଟାର୍‌ ମିସ ଟିନ ଇଣ୍ଡିଆ’ କ୍ରାଉନ୍‌। ୩୫ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଏହି କ୍ରାଉନ୍‌ ଜିତିଛନ୍ତି।

Advertisment

ନୂଆପଡ଼ା ଜିଲ୍ଲା କୋମନା ବ୍ଲକର ଭେଲା ଗାଁର ୧୮ ବର୍ଷୀୟ ଝିଅ ଆଦ୍ୟାଂଶା ପାଣିଗ୍ରାହୀ। ‘ଷ୍ଟାର୍‌ ମିସ ଟିନ ଇଣ୍ଡିଆ’ କ୍ରାଉନ୍‌ ଜିତି ସେ ରାଜ୍ୟ ଓ ଗାଁ ପାଇଁ ଆଣିଛନ୍ତି ଗୌରବ। ଏଥିପାଇଁ ସେ ବେଙ୍ଗାଲୁରୁ ଅଡିଶନ ଦେଇଥିଲେ। ପ୍ରଥମ ପ୍ରୟାସ୍‌ରେ ସେ ସିଲେକ୍‌ସନ୍‌ ହୋଇଥିଲେ। ତା’ ପରେ ସେ ଫାଇନାଲ୍‌ ରାଉଣ୍ଡ ପାଇଁ ରାଜସ୍ଥାନର ଜୟପୁର ଯାଇଥିଲେ। ସେଠାରେ ଆୟୋଜିତ ଫାଇନାଲ୍‌ରେ ଭାଗ ନେଇଥିଲେ ଆଦ୍ୟାଂଶା।

‘ଷ୍ଟାର୍‌ ମିସ୍‌ ଟିନ୍‌ ଇଣ୍ଡିଆ’ର ଫାଇନାଲ୍‌ ରାଉଣ୍ଡରେ ସମଗ୍ର ଦେଶରୁ ୩୫ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ବିଭିନ୍ନ ପର୍ଯ୍ୟାୟରେ ପ୍ରତିଯୋଗୀଙ୍କୁ ନାନା ପ୍ରଶ୍ନ ପଚାରିଥିଲେ ଜରୀ ସଦସ୍ୟ। ସବୁ ପ୍ରଶ୍ନର ଠିକ୍‌ଠିକ୍‌ ଉତ୍ତର ଦେଇଥିଲେ ଆଦ୍ୟାଂଶା। ଆଉ ସମସ୍ତଙ୍କୁ ପଛରେ ପକାଇ ଜିତିଥିଲେ ‘ଷ୍ଟାର୍‌ ମିସ ଟିନ ଇଣ୍ଡିଆ’। ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି।

Advertisment

କ୍ରାଉନ୍‌ ଜିତିବା ପରେ ଖୁସି ବ୍ୟକ୍ତ କରିଛନ୍ତି ଆଦ୍ୟାଂଶା। ଆଗାମୀ ଭବିଷ୍ୟତ ନେଇ ସେ କହିଛନ୍ତି, ଆଗକୁ ଆକ୍ଟିଂ ଓ ମଡେଲିଂ କରିବା ପାଇଁ ଲକ୍ଷ୍ୟ ରଖିଛି।

ରିପୋର୍ଟ- ନୂଆପଡ଼ାରୁ ମୟାଧର ସରାଫ୍‌

Nuapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe