Advertisment

ସରକାରଙ୍କ ନାଲି ଆଖିକୁ ଡରିଲେନି ନର୍ସିଂ ଅଫିସର

ଆନ୍ଦୋଳନ ଜିଦରେ ଅଟଳ ରହିଛି ଅଲ୍‌ ଓଡ଼ିଶା ନର୍ସିଂ ସଂଘ। ସଂଘ କହିଛି, ରୋଗୀଙ୍କୁ ଦୃଷ୍ଟିରେ ରଖି ୨୫ ଓ ୨୬ ତାରିଖରେ ଜରୁରୀ ସେବା ବ୍ୟାହତ କରିବୁନି।

Staff

Staff

Advertisment

ଆନ୍ଦୋଳନ କଲେ କାର୍ଯ୍ୟାନୁଷ୍ଠାନ ହେବ। ଆସନ୍ତାକାଲିଠୁ ଆନ୍ଦୋଳନ ପାଇଁ ଅଣ୍ଟା ଭିଡିଥିବା ନର୍ସିଂ ଅଫିସର ଓ କର୍ମଚାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ନର୍ସିଂ ନିର୍ଦ୍ଦେଶକ। ସବୁ ସରକାରୀ ହସ୍ପିଟାଲ ନିର୍ଦ୍ଦେଶକ ଓ ଅଧୀକ୍ଷକଙ୍କୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ ରହିଛି ଯେ, ଗତ ଅଗଷ୍ଟ ୭ ତାରିଖରୁ ନର୍ସିଂ ଅଫିସରଙ୍କ ବିରୋଧରେ ୬ ମାସ ପାଇଁ ଏସମା ଲାଗୁ ହୋଇଛି। ଏଭଳି ସ୍ଥିତିରେ ଯଦି ନର୍ସିଂ କର୍ମଚାରୀ ସଂଘ ଆନ୍ଦୋଳନ କରେ, ତାହାହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ।

Advertisment

ସେପଟେ ଆନ୍ଦୋଳନ ଜିଦରେ ଅଟଳ ରହିଛି ଅଲ୍‌ ଓଡ଼ିଶା ନର୍ସିଂ ସଂଘ। ସଂଘ କହିଛି, ରୋଗୀଙ୍କୁ ଦୃଷ୍ଟିରେ ରଖି ୨୫ ଓ ୨୬ ତାରିଖରେ ଜରୁରୀ ସେବା ବ୍ୟାହତ କରିବୁନି। ଆଇସିୟୁ, ଓଟି ଓ ଏମର୍ଜେନ୍ସିରେ ସେବା ଯୋଗାଇବୁ। ତେବେ ଏହି ଦୁଇ ଦିନରେ ଆମ ଦାବି ନ ମାନିଲେ ୨୭ ତାରିଖ ଠାରୁ ସଂପୂର୍ଣ୍ଣ ଭାବେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ସଂଘ କହିଛି।

ନର୍ସିଂ କ୍ଷେତ୍ରରେ ଆଉଟୋସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ ସହ କର୍ମଚାରୀଙ୍କୁ ରେଗୁଲାର କରିବା ଭଳି ୧୦ଟି ଦାବି କରିଛି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ।

Advertisment
Health Health Service Odisha Odisha Medical
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe