ପ୍ରକାଶ ପାଇଲା OAS ରେଜଲ୍‌ଟ; ଶ୍ୱେତାଶ୍ରୀ ମହାପାତ୍ର ଟପ୍ପର

ମୋଟ୍‌ ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଟପ୍‌ ଟେନ୍‌ରେ ୫ ମହିଳା ଓ ୫ ପୁରୁଷ ରହିଛନ୍ତି। ଶ୍ୱେତାଶ୍ରୀ ମହାପାତ୍ର ଓଏଏସ୍‌ ଟପ୍ପର ହୋଇଛନ୍ତି।

Swetashree Mohapatra tops OPSC

ଓଏଏସ୍‌ ଟପ୍ପର ଶ୍ୱେତାଶ୍ରୀ ମହାପାତ୍ର

Manoranjan Sial
  • Published: Saturday, 19 October 2024
  • Updated: 19 October 2024, 08:06 PM IST

Sports

Latest News

ଆଜି ପ୍ରକାଶ ପାଇଲା ୨୦୨୨ ମସିହାର ଓଏଏସ୍‌ ରେଜଲ୍ଟ।  ମୋଟ୍‌ ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଟପ୍‌ ଟେନ୍‌ରେ ୫ ମହିଳା ଓ ୫ ପୁରୁଷ ରହିଛନ୍ତି। ଶ୍ୱେତାଶ୍ରୀ ମହାପାତ୍ର ଓଏଏସ୍‌ ଟପ୍ପର ହୋଇଛନ୍ତି।

ଦ୍ୱିତୀୟ ସ୍ଥାନରେ ପ୍ରିଙ୍କିଲ ପରବୀନ ପରିଡ଼ା, ତୃତୀୟ ସ୍ଥାନରେ ଦୀପ୍ତିରଞ୍ଜନ ପତି, ଚତୁର୍ଥ ସ୍ଥାନରେ ପ୍ରଜ୍ଞା ପାରଙ୍ଗମ, ପଞ୍ଚାମ ସ୍ଥାନରେ ଆଜାଦ ସାହୁ, ଷଷ୍ଠ ସ୍ଥାନରେ ଦୀପମ ରାଉତ, ସପ୍ତମ ସ୍ଥାନରେ ଦେବବ୍ରତ ଗୌଡ଼, ଅଷ୍ଟମ ସ୍ଥାନରେ ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ, ନବମ ସ୍ଥାନରେ କପିଳ କୁମାର ମହାନ୍ତି ଓ ଦଶମ ସ୍ଥାନରେ ଅମ୍ରିତା ସାହୁ ରହିଛନ୍ତି।

Also Read

ଟପ୍ପର ହୋଇଥିବା ଶ୍ୱେତାଶ୍ରୀ ମହାପାତ୍ରଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ ଲୁଙ୍ଗା ପଞ୍ଚାୟତ ଉରୁଣିଆ ଗାଁରେ। କିନ୍ତୁ ତାଙ୍କ ପରିବାର ଏବେ ଭଦ୍ରକ ସହର ସ୍ଥିତ ଅପର୍ତିବିନ୍ଧା ନ୍ୟୁ କଲୋନୀରେ ରହୁଛନ୍ତି। ଶ୍ୱେତାଶ୍ରୀଙ୍କ ବାପା ମୁକ୍ତିକାନ୍ତ ମହାପାତ୍ର ହେଉଛନ୍ତି ଜଣେ ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ। ମାଆ ଫେଜର ଗାର୍ଲସା ସ୍କୁଲରେ ପ୍ରଧାନଶିକ୍ଷୟିତ୍ରୀ ରହିଛନ୍ତି। ଶ୍ୱେତାଶ୍ରୀ ଦୁର୍ଗାପୁର NITରେ ବି-ଟେକ ଏବଂ ଏମ-ଟେକ କରିଥିଲେ। ପରେ ସେଠାରେ ସେ ଚାକିରି କରୁଥିଲେ। ପରବର୍ତ୍ତୀ ସମୟରେ ସେ ଚାକିରି ଛାଡି OAS ପାଇଁ ପ୍ରସ୍ତୁତ ହୋଇ ପରୀକ୍ଷା ଦେଇଥିଲେ।

OAS ଟପ୍ପର ଶ୍ୱେତାଶ୍ରୀ ମହାପାତ୍ର କହିଛନ୍ତି, ପ୍ରଥମ ଚେଷ୍ଟାରେ ସଫଳତା ପାଇ ବହୁତ ଖୁସି ଲାଗୁଛି। କଠିନ ପରିଶ୍ରମ କଲେ ନିଶ୍ଚିତ ସଫଳତା ମିଳିବ। ଦୈନିକ ୭ରୁ ୮ ଘଣ୍ଟା ପରିଶ୍ରମ କରୁଥିଲି। ଚାକିରି ଛାଡ଼ି OAS ପାଇଁ ପ୍ରସ୍ତୁତି କରୁଥିଲି। NIT ଦୁର୍ଗାପୁରରେ ବିଟେକ୍‌ ପରେ ଚେଷ୍ଟା କରିଥିଲି। ଇଲେକ୍ଟ୍ରୋନିକ ଆଣ୍ଡ କମ୍ୟୁନିକେସନରେ ଇଞ୍ଜିନିୟରିଂ କରିଛି ବୋଲି ଶ୍ୱେତାଶ୍ରୀ ମହାପାତ୍ର କହିଛନ୍ତି।

ସେହିପରି ଓଡ଼ିଶା ଲୋକସେବା ଆୟୋଗଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ଏହି ପରୀକ୍ଷା ପାଇଁ ମୋଟ ୯୨୯୧୪(୩୪୭୧୨ଜଣ ମହିଳା) ପ୍ରାର୍ଥୀ ଆବେଦନ କରିଥିଲେ । ତେବେ ଏମାନଙ୍କ ମଧ୍ୟରୁ ଅଧାରୁ କମ୍ ଅର୍ଥାତ୍ ୪୦୫୮୬ଜଣ(୧୪୮୫୨ଜଣ ମହିଳା ପ୍ରାର୍ଥୀ) ୨୦୨୩ ଅକ୍ଟୋବର ୧୫ତାରିଖରେ ଅନୁଷ୍ଠିତ ପ୍ରାରମ୍ଭିକ ପରୀକ୍ଷାରେ ସାମିଲ ହୋଇଥିଲେ ।

ଏହି ପରୀକ୍ଷାର୍ଥୀଙ୍କ ମଧ୍ୟରୁ ମୋଟ ୮୨୨୦(୨୭୩୦ଜଣ ମହିଳା) ଜଣ ପ୍ରାରମ୍ଭିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ୨୦୨୪ ଫେବୃୟାରୀ ୨୫ରୁ ମାର୍ଚ୍ଚ ୩ତାରିଖ ପର୍ଯ୍ୟନ୍ତ ମେନ୍ ଲିଖିତ ପରୀକ୍ଷାରେ ଏମାନଙ୍କ ମଧ୍ୟରୁ ୬୬୩୯ଜଣ (୨୩୩୭ଜଣ) ସାମିଲ ହୋଇଥିଲେ । ଆଉ ଏହି ମେନ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୧୩୬୭(୪୯୩ଜଣ ମହିଳା) ପରୀକ୍ଷାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା ।

ଓଡ଼ିଶା ଲୋକସେବା ଆୟୋଗ ଏହି ଯୋଗ୍ୟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୮୩ଜଣଙ୍କୁ ନିଯୁକ୍ତି ଦେବା ପାଇଁ ସରକାରଙ୍କୁ ସୁପାରିଶ କରିଛନ୍ତି । ତାଲିକାର ପ୍ରଥମ ୧୦ଜଣଙ୍କ ମଧ୍ୟରେ ୫ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ଚୟନ ତାଲିକାରେ ମୋଟ ୬୮୩ଜଣଙ୍କ ମଧ୍ୟରୁ ୨୫୮ଜଣ ମହିଳାଙ୍କୁ ନିଯୁକ୍ତି ଦେବା ପାଇଁ ସୁପାରିଶ କରାଯାଇଛି ।

ସେହିପରି ଏହି ୬୮୩ଜଣ ଯୋଗ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ୩୮୭ଜଣ (୧୪୨ମହିଳା) ଅଣସଂରକ୍ଷିତ ବର୍ଗ, ଏସଇବିସି ୭୧ଜଣ(୨୩ ମହିଳା), ଅନୁସୂଚିତ ଜାତି ବର୍ଗର ୮୯ଜଣ(୩୬ଜଣ ମହିଳା) ଓ ଅନୁସୂଚିତ ଜନଜାତି ବର୍ଗର ୧୩୬ଜଣ(୫୭ମହିଳା), ଦିବ୍ୟାଙ୍ଗ ବର୍ଗରେ ୨୩ଜଣ(୫ମହିଳା), କ୍ରୀଡ଼ାବିତ ବର୍ଗରେ ଜଣେ ଓ ପୂର୍ବତନ ସେନା କର୍ମଚାରୀ ବର୍ଗରେ ୧୪ଜଣ ପ୍ରାର୍ଥୀ ସାମିଲ ଅଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story