Advertisment

ସିକିମ ବୁଲିବାକୁ ଯାଇ ଢେଙ୍କାନାଳ ଯୁବକ ନିଖୋଜ, ଖୋଜି ଆଣିବାକୁ ଗୁହାରି

ନିଖୋଜ ଯୁବକଜଣକ ହେଲେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସିମିନଇ ଗାଁର ୨୬ ବର୍ଷୀୟ ଚନ୍ଦ୍ରଶେଖର ସିଂହ ।

ଅଦ୍ୟତନ ହୋଇଛି
Missing

Missing

Advertisment

ସିକିମ ବୁଲିବାକୁ ଯାଇ ନିଖୋଜ ହୋଇ ଯାଇଛନ୍ତି ଢେଙ୍କାନାଳ ଯୁବକ । ନିଖୋଜ ଯୁବକଜଣକ ହେଲେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସିମିନଇ ଗାଁର ୨୬ ବର୍ଷୀୟ ଚନ୍ଦ୍ରଶେଖର ସିଂହ ।

Advertisment

ଚନ୍ଦ୍ରଶେଖର ନିଜ ୭ ଜଣ ସାଙ୍ଗଙ୍କ ସହ ମିଶି ଅକ୍ଟୋବର ୧ତାରିଖରୁ ସିକିମ ବୁଲିବାକୁ ଯାଇଥିଲେ। ହେଲେ ମଙ୍ଗଳବାର ରାତିଠାରୁ ଚନ୍ଦ୍ରଶେଖର କି ତାଙ୍କ ସହ ଥିବା ଅନ୍ୟ କାହାର ଫୋନ ଲାଗୁ ନ ଥିବା କହିଛନ୍ତି ଚନ୍ଦ୍ରଶେଖରଙ୍କ ପରିବାର ଲୋକେ। ତେଣୁ ପୁଅକୁ ଖୋଜି ଆଣିବା ପାଇଁ ଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିଛନ୍ତି ଚନ୍ଦ୍ରଶେଖର ସିଂହଙ୍କ ପରିବାର।

ଗତ ୧ ତାରିଖରେ ସିମିନଇ ଗାଁର ଚନ୍ଦ୍ରଶେଖର କାଣ୍ଡବିନ୍ଧା ଗାଁରୁ ଜଣେ ସାଙ୍ଗ, ଅଙ୍କରାନ୍ତିପୁରରୁ ଦୁଇଜଣ ଭାଇ ଭଉଣୀ ଓ ଢେଙ୍କାନାଳ ଟାଉନ, କଟକ, ଭୁବନେଶ୍ୱରରୁ ଜଣେ ଲେଖାଏଁ ସାଙ୍ଗ ମିଶି ସିକିମ ବୁଲାବୁଲି କରିବାକୁ ଯାଇଥିବା ଜଣାଯାଇଛି। 

Advertisment
Familyନିଖୋଜ ଯୁବକଙ୍କ ପରିବାର ଲୋକ।

ଚନ୍ଦ୍ରଶେଖରଙ୍କ ବାପା ଅକ୍ଷୟ କୁମାର ସିଂହ ଓ ମା’ ସତ୍ୟଭାମା ସିଂହ ଗତ ମଙ୍ଗଳବାର ରାତି ସାଢେ ୯ଟାରେ ପୁଅ ସାଙ୍ଗେ କଥା ହୋଇଥିଲେ। ପୁଅ ଦିନଯାକ ସାଙ୍ଗମାନଙ୍କ ସହ ସିକିମରେ ବୁଲାବୁଲି ସାରି ରୁମ୍‌ରେ ଥିବା କଥା କହିଥିଲେ। ପରେ ଚନ୍ଦ୍ରଶେଖର କି ତାଙ୍କ ସାଥୀରେ ଥିବା କୌଣସି ସାଙ୍ଗର ଫୋନ ଲାଗୁ ନ ଥିବା କହିଛନ୍ତି ଚନ୍ଦ୍ରଶେଖରଙ୍କ ପରିବାର।

ପୁଅ ସାଙ୍ଗରେ ଯାଇଥିବା ଅନ୍ୟ ସାଥୀମାନେ କୌଣସି ଏକ ସ୍ଥାନରେ ସୁରକ୍ଷିତ ଥିବା  ଶୁଣିବା ପରେ ଚନ୍ଦ୍ରଶେଖରଙ୍କ ସମ୍ପର୍କରେ ଜାଣିବା ପାଇଁ ବ୍ୟସ୍ତ ହୋଇ ପଡିଛନ୍ତି ତାଙ୍କ ବାପାମା’। କୌଣସି ମତେ ପୁଅ ସହ ଯୋଗାଯୋଗ କରାଇ ଦେବା ପାଇଁ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି।

ଖୁବଶୀଘ୍ର ସେମାନଙ୍କ ବାବଦରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। 

Dhenkanal Sikkim
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe