Advertisment

ସିକିମରେ ରୋଜଗାରିଆ ପୁଅ ନିଖୋଜ; ଖୋଜି ଆଣିବାକୁ ଗୁହାରି

ଗତ ୪ ତାରିଖ ଠାରୁ କିଶୋରଙ୍କର ଫୋନ୍ ଲାଗୁ ନାହୁଁ।

 missing odiaboy

missing odiaboy

Advertisment

ସିକିମରେ ରୋଜଗାରିଆ ପୁଅ ନିଖୋଜ ହୋଇ ଯାଇଛି। ତାଙ୍କର ଫୋନ୍ ଲାଗୁନାହିଁ କି କୌଣସି ଖବର ମିଳୁନାହିଁ। ଏନେଇ ଚିନ୍ତାରେ ପଡ଼ିଯାଇଛନ୍ତି। ନିଖୋଜ ପୁଅକୁ ଫେରାଇ ଆଣିବାକୁ ମାଲକାନଗିରିଙ୍କଏସ୍‌ପିଙ୍କ ପାଖରେ ଗୁହାରି କରିଛନ୍ତି ପରିବାର ଲୋକେ। ନିଖୋଜ ଯୁବକ ଜଣଙ୍କ ମାଲକାନଗିରି କାଲିମେଳା ସଦରର କିଶୋର ମହାଜନ।

Advertisment

ଗତ ୪ ତାରିଖଠାରୁ କୌଣସି ପତ୍ତା ମିଳୁନି । କିଶୋର ହାଇଦ୍ରାବାଦ ରେ ଏକ ଘରୋଇ କମ୍ପାନୀ ଚାକିରି କରିଥିଲେ। କିଛିଦିନ ଚାକିରି କଲାପରେ କମ୍ପାନୀ ତାଙ୍କୁ ଏମ ମାସ ପାଇଁ ସିକିମର ଏକ ସୋଲାର ପ୍ରକଳ୍ପରେ ପ୍ରୋଜେକ୍ଟ ଇଂଜିନିୟର ଭାବେ କାମ କରିବା ପାଇଁ ତାଙ୍କୁ ପଠାଇଥିଲା। ସେଠାରେ କିଶୋର ଏକ ଆଇଟିବିପି କ୍ୟାମ୍ପରେ ରହି କାମ କରୁଥିବା ପରିବାର ଲୋକଙ୍କୁ
ଜଣାଇଥିଲେ।

କିନ୍ତୁ ଗତ ୪ ତାରିଖ ଠାରୁ କିଶୋରଙ୍କର ଫୋନ୍ ଲାଗୁ ନାହୁଁ। ତେବେ କମ୍ପାନୀକୁ ଯୋଗାଯୋଗ କଲେ ମଧ୍ୟ ସଠିକ ଖବର ମିଳି ପାରୁ ନାହିଁ।। ଏନେଇ ଚିନ୍ତାରେ ପଡ଼ିଯାଇଛନ୍ତି ପରିବାର ଲୋକ। ପୁଅକୁ ଫେରାଇ ଆଣିବାକୁ ଏସ୍‌ପିଙ୍କ ନିକଟରେ ଗୁହାରି କରିଛନ୍ତି।

Advertisment

ସୂଚନାଯୋଗ୍ୟ, କିଛିଦିନ ତଳେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସିମିନଇ ଗାଁର ୨୬ ବର୍ଷୀୟ ଚନ୍ଦ୍ରଶେଖର ସିଂହ ସିକିମ ବୁଲିବାକୁ ଯାଇ ନିଖୋଜ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ପୁଅକୁ ଖୋଜି ଆଣିବା ପାଇଁ ଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିଥିଲେ ପରିବାର ଲୋକେ। 

Malkangiri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe