ଶେଷ ଯାତ୍ରାରେ ଶହୀଦ ପ୍ରତାପ | Odisha Reporter
ବୀର ଯବାନଙ୍କୁ ଝୁରୁଛି ଗାଁ ମାଟି । ଜନ୍ମମାଟିରେ ପହଞ୍ଚିଲା ଶହୀଦ ଓଡ଼ିଆ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କ ପାର୍ଥିବ ଶରୀର । ଶହୀଦ ପ୍ରତାପଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଛକ ଓ ରାସ୍ତା ଘାଟରେ ଲୋକଙ୍କ ଭିଡ଼ ଜମିଛି। ମେଘାଳୟରେ ସନ୍ଦେହଜନକ ଭାବେ ପ୍ରାଣ ହରାଇଥିବା ଓଡ଼ିଆ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କ ଆଜି ଶେଷକୃତ୍ୟ ହେବ । ପୁରୀ ଜିଲ୍ଲା ଗୋପ ବ୍ଲକ ପୈତୃକ ଗାଁ ମଲ୍ଲଗାଁରେ ହେବ ଶେଷକୃତ୍ୟ । ପ୍ରତାପଙ୍କ ଶହୀଦ ହେବା ଖବର ପାଇବା ପରେ ଗୋପ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ଶହୀଦ ପ୍ରତପଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ । ସେଥିପାଇଁ CBI ତଦନ୍ତ ଦାବି କରିଛନ୍ତି ଶହୀଦଙ୍କ ପରିବାର । ପ୍ରତାପ ବିଏସଏଫର ଗୁଇନ୍ଦା ବିଭାଗରେ ହାବିଲଦାର ମେଜର ଭାବେ କାର୍ଯ୍ୟ କରୁଥିଲେ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
