ଭାରତ ଶାସନରେ ଓଡ଼ିଆ ଓ ଓଡ଼ିଶା କ୍ୟାଡର ଅଫିସର

ତୁହିନକାନ୍ତ ପାଣ୍ଡେ ପୂର୍ବରୁ ଓଡ଼ିଶାରେ ଅର୍ଥ ସମେତ ଅନେକ ବିଭାଗରେ ସଚିବ ଭାବେ କାର୍ଯ୍ୟ କରିଛନ୍ତି। ଏବେ ପୁଞ୍ଜି ବଜାରରେ ସ୍ୱଚ୍ଛତା ଓ ନିୟନ୍ତ୍ରଣ ଦିଗରେ ତାଙ୍କର ଗୁରୁ ଦାୟିତ୍ବ ରହିବ।

Cabinet

representational image

Hemant Lenka
  • Published: Monday, 03 March 2025
  • Updated: 03 March 2025, 03:33 PM IST

News Highlights

  • ଭାରତ ଶାସନରେ ଜାରି ରହିଛି ଓଡ଼ିଆ ଓ ଓଡ଼ିଶା-କ୍ୟାଡର ଅଫିସରଙ୍କ ଦବଦବା!
  • ସେବିର ଅଧ୍ୟକ୍ଷ ରୂପେ ନିଯୁକ୍ତି ପାଇଛନ୍ତି ଓଡ଼ିଶା କ୍ୟାଡର ଅଫିସର ତୁହିନକାନ୍ତ ପାଣ୍ଡେ
  • `ବିକଶିତ ଓଡ଼ିଶା’ ପାଇଁ ଓଡ଼ିଶା-କ୍ୟାଡର ଅଫିସରଙ୍କ ସହଯୋଗ ଲୋଡ଼ିଥିଲେ ମୁଖ୍ୟମନ୍ତ୍ରୀ

Sports

Latest News

ଭାରତ ଶାସନର ଅନେକ ଶୀର୍ଷ ପଦରେ ଏବେ ଓଡ଼ିଆ ଓ ଓଡ଼ିଶା-କ୍ୟାଡର ଅଫିସରଙ୍କ ଦବଦବା ଜାରି ରହିଛି। ଗତ ଶନିବାର ମୁମ୍ବାଇସ୍ଥିତ ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ ବା ସେବିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି ୧୯୮୭ ବ୍ୟାଚ୍ ଓଡ଼ିଶା କ୍ୟାଡର ଅଫିସର ତୁହିନକାନ୍ତ ପାଣ୍ଡେ। ପୂର୍ବରୁ ଭାରତ ସରକାରଙ୍କ ଅର୍ଥ ଓ ରାଜସ୍ୱ ବିଭାଗର ସଚିବ ଥିବା ପାଣ୍ଡେ ସେବିର ପୂର୍ବତନ ଅଧ୍ୟକ୍ଷ ମାଧବୀ ପୁରୀ ବୁଚଙ୍କ ପରେ ସେବିର ୧୧ତମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି। ତୁହିନକାନ୍ତ ପାଣ୍ଡେ ପୂର୍ବରୁ ଓଡ଼ିଶାରେ ଅର୍ଥ ସମେତ ଅନେକ ବିଭାଗରେ ସଚିବ ଭାବେ କାର୍ଯ୍ୟ କରିଛନ୍ତି। ଏବେ ପୁଞ୍ଜି ବଜାରରେ ସ୍ବଚ୍ଛତା ଓ ନିୟନ୍ତ୍ରଣ ଦିଗରେ ତାଙ୍କର ଗୁରୁ ଦାୟିତ୍ବ ରହିବ।

ସେହିଭଳି ରିଜର୍ଭ ବ୍ୟାଙ୍କରେ ୬ ବର୍ଷ ପାଇଁ ଗଭର୍ଣ୍ଣର ଥିବା ତାମିଲନାଡୁ-କ୍ୟାଡରର ଓଡ଼ିଆ ଆଇଏଏସ୍ ଅଫିସର ଶକ୍ତିକାନ୍ତ ଦାସ ନିକଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦ୍ୱିତୀୟ ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ପୂର୍ବରୁ ଅର୍ଥାତ୍ ୨୦୧୯ରୁ ଗୁଜରାଟ କ୍ୟାଡରର ଓଡ଼ିଆ ଆଇଏଏସ୍ ଅଫିସର ପି କେ ମିଶ୍ର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।

Also Read

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ସେଠାରେ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଥିଲେ ପି କେ ମିଶ୍ର। ସେହିଭଳି ୧୯୯୭ ବ୍ୟାଚର ହିମାଚଳ ପ୍ରଦେଶ-କ୍ୟାଡରର ଓଡ଼ିଆ ଆଇଏଏସ୍ ଅଫିସର ଶୁଭାଶିଷ ପଣ୍ଡା ଏବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ପିଏମଓରେ ଜଣେ ଅତିରିକ୍ତ ସଚିବ ଅଛନ୍ତି। ୨୦୧୧ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ରେଘୁ ଜି ଏବେ ପିଏମଓରେ ଉପସଚିବ ଭାବେ କାର୍ଯ୍ୟ କରୁଛନ୍ତି।

ଅନ୍ୟପଟରେ ଶୁଭାଶିଷଙ୍କ ବଡ଼ ଭାଇ ତଥା ୧୯୮୭ ବ୍ୟାଚ୍ ଉତ୍ତରପ୍ରଦେଶ କ୍ୟାଡର ଓଡ଼ିଆ ଆଇଏଏସ୍ ଅଫିସର ଦେବାଶିଷ ପଣ୍ଡା ଏବେ ଭରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ ବା IRDAର ଅଧ୍ୟକ୍ଷ ଅଛନ୍ତି। ୨୦୨୨ରେ ଅବସର ନେଇଥିବା ଦେବାଶିଷ ପଣ୍ଡା ପୂର୍ବରୁ ଅର୍ଥ ମନ୍ତ୍ରଣାଳୟର ଅର୍ଥ ସେବା ବିଭାଗରେ ସଚିବ ଭାବେ କାମ କରିଛନ୍ତି।

ଓଡ଼ିଶା କ୍ୟାଡର ଅଫିସରଙ୍କ ଭିତରେ ଶୀର୍ଷ ପଦରେ ଅଛନ୍ତି ଅନେକ ଆଇଏଏସ୍ ଅଫିସର। ୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ସଞ୍ଜୀବ ଚୋପ୍ରା ଏବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରଣାଳୟରେ ସଚିବ ଭାବେ କାମ କରୁଛନ୍ତି। ୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ନୀତେନ୍ ଚନ୍ଦ୍ରା ଏବେ ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ୍ସ-ସର୍ଭିସମେନ ଓ୍ବେଲଫେୟାର ବିଭାଗରେ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।

୧୯୯୧ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ସୌରଭ ଗର୍ଗ ଏବେ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ସଚିବ ଅଛନ୍ତି। ୧୯୯୨ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ଡ ଚନ୍ଦ୍ରଶେଖର କୁମାର ଏବେ ସଂଖ୍ୟାଲଘୁ ମନ୍ତ୍ରଣାଳୟର ସଚିବ ଅଛନ୍ତି। ୧୯୯୪ ବ୍ୟାଚର ଓଡ଼ିଆ ଆଇଏଏସ୍ ଅଫିସର ସନ୍ତୋଷ କୁମାର ଷଡ଼ଙ୍ଗୀ ଏବେ ବାଣିଜ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ବୈଦେଶିକ ବ୍ୟାପାର ବିଭାଗର ମହାନିର୍ଦ୍ଦେଶକ ଅଛନ୍ତି।

୧୯୮୭ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ରାଜେଶ ବର୍ମା ଅବସର ପରେ ଏବେ ଦିଲ୍ଲୀ ବାୟୁ ମାନ ପରିଚାଳନା କମିଶନର ଅଧ୍ୟକ୍ଷ ଅଛନ୍ତି। ପୂର୍ବରୁ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଚିବ ଭାବେ କାମ କରିଛନ୍ତି।

ସେହିଭଳି ୧୯୯୨ ବ୍ୟାଚ୍ ଓଡ଼ିଶା-କ୍ୟାଡର ଆଇପିଏସ୍ ଅଫିସର ସପ୍ନା ତିଓ୍ୱାରୀ ଏବେ ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଇଣ୍ଟେଲିଜେନସ ବ୍ୟୁରୋ ବା ଆଇବିର ସ୍ୱତନ୍ତ୍ର ନିର୍ଦ୍ଦେଶିକା ଅଛନ୍ତି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗର ମହାନିର୍ଦ୍ଦେଶକ ଅଛନ୍ତି ଓଡ଼ିଆ ବୈଜ୍ଞାନିକ ମୃତ୍ୟୁଞ୍ଜୟ ମହାପାତ୍ର।

ଓଡ଼ିଶା କ୍ୟାଡରର ଅନେକ ଅଫିସର ଏବେ ଦିଲ୍ଲୀରେ ଭାରତ ସରକାରଙ୍କ ଅଧୀନରେ ଅତିରିକ୍ତ ସଚିବ ଓ ଉପସଚିବ ପାହ୍ୟାରେ କାମ କରୁଛନ୍ତି। ସେଥିପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ଜୁଲାଇ ମାସରେ ଦିଲ୍ଲୀରେ ଅବସ୍ଥାପିତ ଓଡ଼ିଆ ଓ ଓଡ଼ିଶା-କ୍ୟାଡରର ଅଫିସରମାନଙ୍କୁ ଓଡ଼ିଶା ଭବନ ଡାକି `ବିକଶିତ ଓଡ଼ିଶା’ ଗଠନ ଦିଗରେ କାମ କରିବା ପାଇଁ ଆହ୍ୱାନ ଦେଇଥିଲେ।

ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story