Advertisment

ନକ୍ସଲ ହମଲା: ଓଡ଼ିଆ ସିଆରପିଏଫ ଯବାନ ସହିଦ, ୨ ମାସ ତଳେ କରିଥିଲେ ବିବାହ

ନକ୍ସଲଙ୍କ ଗୁଳିମାଡ଼ରେ ସୁଶାନ୍ତ କୁମାର ଖୁଣ୍ଟିଆ ସହିଦ ହୋଇଥିଲେ। ତାଙ୍କ ଛାତିରେ ଗୁଳି ବାଜିଥିଲା। ସେହିପରି ଆଉ ଜଣେ ଯବାନ ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Sushant Khuntia

Sushant Khuntia

Advertisment

ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ହୁସିପିରେ ନକ୍ସଲଙ୍କ ଆକ୍ରମଣରେ ଜଣେ ଓଡ଼ିଆ ସିଆରପିଏଫ ଯବାନ ସହିଦ ହୋଇଛନ୍ତି। ତାଙ୍କ ନାଁ ସୁଶାନ୍ତ କୁମାର ଖୁଣ୍ଟିଆ। ତାଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ।

Advertisment

ଆଜି ଦିନ ପ୍ରାୟ ୧୧ଟାରୁ ସାଢ଼େ ୧୧ ମଧ୍ୟରେ ଏହି ଘଟଣା ଘଟିଛି। ସିଆରପିଏଫ୍‌ର ୬୦ ବାଟାଲିୟନର ଯବାନମାନେ କମ୍ବିଂ ସାରି ଫେରୁଥିବା ସମୟରେ ନକ୍ସଲମାନେ ଆମ୍ବୁସ ଲଗାଇ ଆକ୍ରମଣ କରିଥିଲେ।

ନକ୍ସଲଙ୍କ ଗୁଳିମାଡ଼ରେ ସୁଶାନ୍ତ କୁମାର ଖୁଣ୍ଟିଆ ସହିଦ ହୋଇଥିଲେ। ତାଙ୍କ ଛାତିରେ ଗୁଳି ବାଜିଥିଲା। ସେହିପରି ଆଉ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କ ନାଁ ମୁନ୍ନା ଲାଲ ଯାଦବ। ତାଙ୍କ ଗୋଡ଼ରେ ଗୁଳି ବାଜିଛି। ତାଙ୍କ ଘର ଉତ୍ତର ପ୍ରଦେଶରେ। ତାଙ୍କୁ ରାଞ୍ଚିର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ନକ୍ସଲ ହମଲାରେ ସହିଦ ସୁଶାନ୍ତଙ୍କ ପରିବାରର କଥା କହିଲେ ଯେକେହି ଭାଙ୍ଗି ପଡ଼ିବ। ସାଢ଼େ ୩ ବର୍ଷ ମଧ୍ୟରେ ବାପପୁଅ ୪ ଜଣ ଆଗପଛ ହୋଇ ଚାଲିଗଲେ। ସୁଶାନ୍ତଙ୍କ ଆନନ୍ଦପୁର ଘରେ ଏବେ କେହି ନାହାନ୍ତି। ଘରେ ପଡ଼ିଛି ତାଲା। ୨୦୨୦ ଫେବୃୟାରୀ ୭ରେ ସୁଶାନ୍ତଙ୍କ ବାପା ଆତୁଳ ଖୁଣ୍ଟିଆଙ୍କ ପରଲୋକ ହୋଇଥିଲା। ୨୦୨୨ରେ କ୍ୟାନସରରେ ପ୍ରାଣ ହରାଇଥିଲେ ସୁଶାନ୍ତଙ୍କ ମଝିଆଁ ଭାଇ। ଚଳିତବର୍ଷ ଜାନୁଆରୀ ମାସରେ ପ୍ରାଣ ହରାଇଥିଲେ ତାଙ୍କ ବଡ଼ଭାଇ। ତାଙ୍କ ବଡ଼ଭାଇ ଜାମସେଦପୁରରେ ଚାକିରି କରୁଥିଲେ। ଏବେ ସୁଶାନ୍ତଙ୍କ ପରିବାର ଲୋକ କହିଲେ ତାଙ୍କ ମା’, ପତ୍ନୀ, ବଡ଼ ଭାଉଜ ଓ ବଡ଼ଭାଇଙ୍କ ପୁଅ। ସୁଶାନ୍ତଙ୍କ ମା’ ଅସୁସ୍ଥ ହୋଇ ଭୁବନେଶ୍ୱରରେ ଚିକିତ୍ସାଧୀନ ଅଛନ୍ତି। ଚିକିତ୍ସାଧୀନ ମା’ଙ୍କ ପାଖରେ ଅଛନ୍ତି ସୁଶାନ୍ତଙ୍କର ଜଣେ ଭଉଣୀ।
ଗତ ଜୁନ୍ ୨ ତାରିଖରେ ବିବାହ କରିଥିଲେ ସହିଦ ସୁଶାନ୍ତ। ଏଏନ୍‌ଏମ୍ ଚାକିରି କରୁଥିବା ସୁଶାନ୍ତଙ୍କ ପତ୍ନୀ ତେଲକୋଇରେ ରହନ୍ତି।

ସୂଚନାଯୋଗ୍ୟ, ସୁଶାନ୍ତ ୨୦୧୧ରେ ସିଆରପିଏଫ୍‌ରେ ଯୋଗ ଦେଇଥିଲେ। 

CRPF Crpf Jawan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe