Advertisment

ଓଡ଼ିଆ ଝିଅ, ଇଂଲଣ୍ଡରେ ଗଢିଛନ୍ତି ଜଗନ୍ନାଥ ମନ୍ଦିର

୨୦୨୧ ମସିହାରେ ମହାପ୍ରଭୁଙ୍କ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଛୁ। ରୀତିନୀତି ଅନୁସାରେ ମହାପ୍ରଭୁଙ୍କ ପୂଜା ନୀତି ସମ୍ପନ୍ନ ହେଉଛି। ଦୂର ଦୂରାନ୍ତ ଶ୍ରାଦ୍ଧାଳୁମାନେ ଆସୁଛନ୍ତି। ପ୍ରତିଦିନ ମହାପ୍ରସାଦ ଓ ଛପନ ଭୋଗ ପ୍ରସ୍ତୁତ ହେଉଛି।

ଅଦ୍ୟତନ ହୋଇଛି
Jagannath

Jagannath

Advertisment

ଓଡ଼ିଆ ଝିଅ ସୁସ୍ମିତା ରାଜହଂସ। ଇଂଲଣ୍ଡରେ ଗଢିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର। ଆଉ ଇଂଲଣ୍ଡରେ ତିଆରି କରିଛନ୍ତି ମିନି ଓଡ଼ିଶା। ପ୍ରତିଦିନ ସେଠାରେ ମହାପ୍ରସାଦ ପ୍ରସ୍ତୁତି ହେଉଛି। ସମଗ୍ର ଇଂଲଣ୍ଡରେ ବସବାସ କରୁଥିବା ହିନ୍ଦୁମାନେ ଯାଇ ମହାପ୍ରଭୁଙ୍କ ମହାପ୍ରସାଦ ସେବନ କରୁଛନ୍ତି। ଏହାଛଡ଼ା ତାଙ୍କର ଇଂଲଣ୍ଡରେ ଓଡ଼ିଆ ରେଣ୍ଟୁରାଣ୍ଟ ରହିଛି। ପ୍ରବାସୀ ଭାରତୀୟ ଦିବସରେ ସେ ଓ ତାଙ୍କ ସ୍ୱାମୀ ଆଶିଷ ରାଜହଂସ ଭୁବନେଶ୍ୱର ଆସିଛନ୍ତି। ଓଡ଼ିଶାରେ ଇନ୍‌ଭେଷ୍ଟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

Advertisment

ଭୁବନେଶ୍ୱର ଝିଅ ସୁସ୍ମିତା ରାଜହଂସ। ଏଠାରେ ପାଠ ପଢ଼ିଛନ୍ତି ଓ ବଢ଼ିଛନ୍ତି। କିନ୍ତୁ ସେ ପତି ଆଶିଷ ରାଜହଂସଙ୍କ ସହିତ ଇଂଲଣ୍ଡରେ ବସବାସ କରୁଛନ୍ତି। ତାଙ୍କ ସ୍ୱାମୀ ମଧ୍ୟ ଜଣେ ବ୍ୟବସାୟୀ। ଓଡ଼ିଶା ଆସିଥିବା ଅବସରରେ ସୁସ୍ମିତା କହିଛନ୍ତି ଯେ ୨୩ ବର୍ଷ ହେଲା ସେ ସେଠାରେ ରହୁଛନ୍ତି। ଇଂଲଣ୍ଡରେ ବସବାସ କରୁଥିବା ହିନ୍ଦୁମାନଙ୍କୁ ନେଇ ଏକ କମ୍ୟୁନିଟି ଗଠନ କରିଛନ୍ତି। ଯେଉଁଥିରେ ବହୁ ଓଡ଼ିଆ ଅଛନ୍ତି। ଓଡ଼ିଆଙ୍କର ଅତି ପ୍ରିୟ ହେଉଛି ମହାପ୍ରଭୁଙ୍କ ରଥଯାତ୍ରା। ଆଜକୁ ୨୦ ବର୍ଷ ତଳେ ସେଠାରେ ରଥଯାତ୍ରା ଆୟୋଜନ କରିଥିଲୁ। ପ୍ରତିବର୍ଷ ଧୁମ୍‌ଧାମ୍‌ ଭାବେ ରଥଯାତ୍ରା ଆୟୋଜନ କରାଯାଉଛି। ସମଗ୍ର ଇଂଲଣ୍ଡରେ ବସବାସ କରୁଥିବା ୨୦୦୦ରୁ ଅଧିକ ଓଡ଼ିଆ ରଥ ଯାତ୍ରାରେ ସାମିଲ୍‌ ହେଉଛନ୍ତି ବୋଲି ସୁସ୍ମିତା କହିଛନ୍ତି।

ସେ ଆହୁରି କହିଛନ୍ତି, ୨୦୨୧ ମସିହାରେ ମହାପ୍ରଭୁଙ୍କ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଛୁ। ରୀତିନୀତି ଅନୁସାରେ ମହାପ୍ରଭୁଙ୍କ ପୂଜା ନୀତି ସମ୍ପନ୍ନ ହେଉଛି। ଦୂର ଦୂରାନ୍ତରୁ ଶ୍ରାଦ୍ଧାଳୁମାନେ ଆସୁଛନ୍ତି। ପ୍ରତିଦିନ ମହାପ୍ରସାଦ ଓ ଛପନ ଭୋଗ ପ୍ରସ୍ତୁତ ହେଉଛି। ପର୍ଯ୍ୟଟନ ଋତୁରେ ବହୁ ପର୍ଯ୍ୟଟକ ଆସୁଛନ୍ତି। ଆଉ ମହାପ୍ରସାଦ ଖାଇ ପ୍ରୀତ ହୋଇଥିଲେ। ଯାହାକୁ ଶବ୍ଦରେ ବର୍ଣ୍ଣନା କରିପାରିବି ନାହିଁ। ମୁଁ ସେଠାରେ ଗୋଟିଏ ଓଡ଼ିଆ ରେଣ୍ଟୁରାଣ୍ଟ ଖୋଲିଛି ବୋଲି ସେ କହିଛନ୍ତି।

Advertisment

ସୁସ୍ମିତା କହିଛନ୍ତି, ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ ଆମକୁ ବହୁ ଖୁସି ଲାଗୁଛି। ସମଗ୍ର ବିଶ୍ୱରେ ବସବାସ କରୁଥିବା ଓଡ଼ିଆମାନେ ଏଠାକୁ ଆସିଛନ୍ତି। ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ଅତି ପାଖରୁ ଦେଖୁଛନ୍ତି। ବିକଶିତ ଓଡ଼ିଶା, ବିକଶିତ ଭାରତକୁ ନେଇ ଆମେ ଅନେକ ସ୍ୱପ୍ନ ଦେଖିଛୁ। ଓଡ଼ିଶାରେ ୧୦୦ ପ୍ରତିଶତ ଇନ୍‌ଭେଷ୍ଟମେଣ୍ଟ କରିବୁ। ଏହାଛଡ଼ା ଓଡ଼ିଶାକୁ ବିକାଶ ପଥରେ ନେବା ପାଇଁ ଉଦ୍ୟମ କରିବୁ ବୋଲି ସୁସ୍ମିତା କହିଛନ୍ତି।

Bhubaneswar Pravasi Bharatiya Divas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe