Advertisment

ଓଡ଼ିଆ ଝିଅ ହେଲେ ଦେଶର ପ୍ରଥମ ମହିଳା ADC

ସ୍କ୍ୱାର୍ଡନ ଲିଡର ମନୀଷା ପାଢୀ ଏହା ପୂର୍ବରୁ ବିଦାର, ପୁନେ ଓ ଭଟିଣ୍ଡା ଭଳି ଗୁରୁତ୍ୱପୂର୍ଣ୍ଣ ଏୟାରଫୋର୍ସ ଷ୍ଟେସନରେ ନିଯୁକ୍ତ ଥିଲେ । ଗତକାଲି ମନୀଷା ନିଜ ପଦବୀରେ ଯୋଗଦେଇଛନ୍ତି ।

author-image
Niharika Rout
ଅଦ୍ୟତନ ହୋଇଛି
Manisha Padhi

Manisha Padhi

ଓଡ଼ିଆ ଝିଅ ମନୀଷା ପାଢ଼ୀ ହୋଇଛନ୍ତି ଦେଶର ପ୍ରଥମ ମହିଳା ADC । ବାୟୁସେନା ଅଧିକାରୀ ଭାବେ ନିଯୁକ୍ତି ପାଇଥିବା ମନୀଷାଙ୍କୁ ମିଜୋରାମ ରାଜ୍ୟପାଳ ହରିବାବୁ କାମଭାମପତି ADC (Aide-De-Camp) ଭାବେ ନିଯୁକ୍ତି ଦେଇଛନ୍ତି ।

Advertisment

ସ୍କ୍ୱାର୍ଡନ ଲିଡର ମନୀଷା ହେଉଛନ୍ତି ୨୦୧୫ ବ୍ୟାଚର ବାୟୁସେନା ଅଧିକାରୀ । ସେ ଏହି ପଦବୀରେ ନିଯୁକ୍ତ ହୋଇଥିବା ଦେଶର ପ୍ରଥମ ମହିଳା । ଏହି ନିଯୁକ୍ତି ଏକ ମାଇଲ ଖୁଣ୍ଟ ଓ ମହିଳା ସଶକ୍ତୀକରଣ ଉପରେ ବଡ଼ ଉପଲବ୍ଧି ବୋଲି କହିଛନ୍ତି ରାଜ୍ୟପାଳ ।

Manishaନୂଆ ଦାୟିତ୍ୱ ନେଉଛନ୍ତି ADC ମନୀଷା ପାଢ଼ୀ ।

ସ୍କ୍ୱାର୍ଡନ ଲିଡର ମନୀଷା ପାଢୀ ଏହା ପୂର୍ବରୁ ବିଦାର, ପୁନେ ଓ ଭଟିଣ୍ଡା ଭଳି ଗୁରୁତ୍ୱପୂର୍ଣ୍ଣ ଏୟାରଫୋର୍ସ ଷ୍ଟେସନରେ ନିଯୁକ୍ତ ଥିଲେ । ଗତକାଲି ମନୀଷା ନିଜ ପଦବୀରେ ଯୋଗଦେଇଛନ୍ତି । କାର୍ଯ୍ୟରେ ଯୋଗଦେବା ପରେ ମିଜୋରାମ ରାଜଭବନର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହ ପରିଚୟ କରାଯାଇଥିଲା ।

Advertisment

ସ୍କ୍ୱାର୍ଡନ ଲିଡର ମନୀଷା ପାଢୀଙ୍କ ଘର ବ୍ରହ୍ମପୁରରେ । ତେବେ ତାଙ୍କ ପରିବାର ଭୁବନେଶ୍ୱରରେ ରୁହନ୍ତି । ଏହି ଖବର ପ୍ରଚାରିତ ହେବା ପରେ ମନିଷାଙ୍କ ପରିବାର ଓ ସମଗ୍ର ବ୍ରହ୍ମପୁରରେ ଖୁସିର ଲହରୀ ଖେଳି ଯାଇଛି। 

 ଝିଅର ଏହି ସଫଳତାରେ ବେଶ୍‌ ଖୁସି ଥିବା ମନୀଷାଙ୍କ ମା’ କହିଛନ୍ତି, ଝିଅ ୨୦୧୫ ମସିହାରେ ଏୟାର ଫୋର୍ସରେ ଜଏନ କରିଥିଲା। ନୂଆ ଦାୟିତ୍ୱ ପାଇ ଝିଅ ବହୁତ ଖୁସି ଅଛି। ତା’ ସହ ଫୋନ୍‌ରେ କଥା ହୋଇଥିଲି। ଝିଅ ଖୁସିରେ ଆମେ ବି ଖୁବ୍‌ ଖୁସି ଅଛୁ। 

Air Force