Advertisment

କୁନି ଝିଅ ଚିନ୍ମୟୀଙ୍କୁ ମିଳିଲା Indian Book Of Records ପଦକ

କୁନି ଝିଅର ନାଁ ଚିନ୍ମୟୀ ସୁବୁଦ୍ଧି ଓ ବୟସ ମାତ୍ର ୩ ବର୍ଷ ୩ ମାସ।

author-image
Hemant Lenka
ଅଦ୍ୟତନ ହୋଇଛି
Odisha

Odisha

ପଙ୍କରୁ ପଦ୍ମ ଫୁଲ ଫୁଟିଲା ଭଳି କନ୍ଧମାଳ ଜିଲ୍ଲାର ଛୋଟିଆ ଗାଁ’ର ଜଣେ କୁନି ଝିଅ Indian Book Of Records ପଦକ ପାଇଛନ୍ତି। କୁନି ଝିଅର ନାଁ ଚିନ୍ମୟୀ ସୁବୁଦ୍ଧି ଓ ବୟସ ମାତ୍ର ୩ ବର୍ଷ ୩ ମାସ। ଏତେ କମ ବୟସରେ ତାଙ୍କ ସ୍ମରଣ ଶକ୍ତିକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ। ଅସାଧାରଣ ସ୍ମରଣ ଶକ୍ତି ପାଇଁ ତାଙ୍କୁ Indian Book Of Recordsରେ ସ୍ଥାନ ମିଳିଛି।

Advertisment

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ନୂଆପଦର ଗ୍ରାମ। ଏହି ଗାଁରେ ରୁହନ୍ତି ଚିନ୍ମୟୀ। ବାପା ପ୍ରଶାନ୍ତ ସୁବୁଦ୍ଧି ଓ ମା’ ପ୍ରବିତା ସୁବୁଦ୍ଧିଙ୍କ ସହ ରୁହନ୍ତି। ଚିନ୍ମୟୀ ଯେବେଠାରୁ ଟିକେ ଟିକେ କଥା କହିବା ଆରମ୍ଭ କରିଥିଲେ ସେବେଠାରୁ ତାଙ୍କ ସ୍ମରଣ ଶକ୍ତିର ପ୍ରତିଭା ଦେଖି ବାପା ମା ଆଶ୍ଚର୍ଯ୍ୟ ହୋଇଥିଲେ।

ବୟସ କମ କିନ୍ତୁ ସ୍ମରଣ ଶକ୍ତି ତାଙ୍କ ପାଖରେ ଯଥେଷ୍ଟ ଅଧିକ ରହିଥିଲା। ତାଙ୍କୁ ଯାହା କହିଲେ ବି ସେସବୁ ଚିନ୍ମୟୀ ଗୋଟିଏ ଥରରେ ମନେ ରଖି ଦେଉଥିଲେ। ଯେତେ କଷ୍ଟ ଶବ୍ଦ କିମ୍ବା ବାକ୍ୟ ହେଉ ପଛା, ସେ ଚଟାପଟ ଏହାକୁ ଧରି ଦେବା ସହିତ ସ୍ପଷ୍ଟ ଭାବେ କହିବାରେ ଲାଗିଥିଲେ।

Advertisment

ତାଙ୍କର ଏଭଳି ପ୍ରତିଭା ଦେଖି ବାପା ମା ତାଙ୍କୁ ମୋବାଇଲ ଠାରୁ ଦୂରେଇ ରଖି ବିଭିନ୍ନ ପାଠ ପଢ଼ାଇବା ଆରମ୍ଭ କରିଥିଲେ। ଚିନ୍ମୟୀଙ୍କୁ ସେମାନେ ଯାହା ପଢ଼ାଉଥିଲେ ସେସବୁ ସେ ପରବର୍ତୀ ସମୟରେ ନିର୍ଭୁଲ ଭାବେ ସମସ୍ତଙ୍କୁ କହୁଥିଲେ।

ଝିଅର ଏଭଳି ପ୍ରତିଭା ଦେଖି ବାପା ପ୍ରଶାନ୍ତ ଓ ମା’ ପ୍ରବିତା କିଛି ଭିଡିଓ Indian Book Of Recordsର Official Siteରେ ଅପଲୋଡ କରିଥିଲେ।

ସେଠାକାର ଅଧିକାରୀମାନେ ଏହାକୁ ଯାଞ୍ଚ କରିଥିଲେ। କିଛି ଦିନର ବ୍ୟବଧାନ ପରେ ଚିନ୍ମୟୀ ଏବେ ମର୍ଯ୍ୟାଦାଜନକ Indian Book of Recordsର ପଦକ ହାସଲ କରିଛନ୍ତି। ଏହାକୁ ନେଇ ପ୍ରଶାନ୍ତ ଓ ପ୍ରବିତା ବହୁତ ଖୁସି ଓ ଗର୍ବିତ ଥିବା ବେଳେ ତାଙ୍କ ବନ୍ଧୁ ବାନ୍ଧବ ସମ୍ପର୍କୀୟ ଏବଂ ଗ୍ରାମବାସୀ ସମସ୍ତେ କୁନି ଝିଅକୁ ପ୍ରଶଂସା କରୁଛନ୍ତି।

ରିପୋର୍ଟ: କନ୍ଧମାଳରୁ ତ୍ରିନାଥ ସାହୁ

Odisha Kandhamal