Advertisment

ଓମାନରେ ଛାତ ଭୁଶୁଡ଼ି ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ମରଶରୀର ଆଣିବା ପାଇଁ ବୈଜୟନ୍ତଙ୍କ ଉଦ୍ୟମ

ବିପିନଙ୍କ ମରଶରୀର ଓମାନରୁ ଆଣିବା ପାଇଁ ତାଙ୍କ ବାପା ଶୁକଦେବ ସ୍ୱାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ।

Bipin

Bipin

Advertisment

ଓମାନରେ ଛାତ ଭୁଶୁଡ଼ି ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମରଶରୀରକୁ ଭାରତ ପଠାଇବା ପାଇଁ ବ୍ୟବସ୍ଥା କରିବାକୁ ସେଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ପତ୍ର ଲେଖି ନିବେଦନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା।

Advertisment

ମୃତ ଶ୍ରମିକଙ୍କ ନାଁ ବିପିନ ବିହାରୀ ସ୍ୱାଇଁ। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଚକ୍ରଧରପୁରରେ। ତାଙ୍କ ବାପାଙ୍କ ନାଁ ଶୁକଦେବ ସ୍ୱାଇଁ।

ଓମାନରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ବିପିନ। ଦୁଇ ଦିନ ତଳେ ଅର୍ଥାତ୍ ଡିସେମ୍ବର ୮ ତାରିଖରେ ଏକ କୋଠାରେ କାର୍ଯ୍ୟ କରୁଥିବା ବେଳେ ତା’ର ଛାତ ଭୁଶୁଡ଼ି ପଡ଼ିଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। କମ୍ପାନୀ କର୍ତ୍ତୃପକ୍ଷ ତାଙ୍କ ପରିବାର ଲୋକଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ।

Advertisment

ବିପିନଙ୍କ ମରଶରୀର ଓମାନରୁ ଆଣିବା ପାଇଁ ତାଙ୍କ ବାପା ଶୁକଦେବ ସ୍ୱାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ତାଙ୍କ ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଓମାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ପତ୍ର ଲେଖି ବିପିନଙ୍କ ମରଶରୀରକୁ ଭାରତ ପଠାଇବା ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି। ଏହା ସହିତ ଉକ୍ତ କମ୍ପାନୀରୁ ସେ ପାଇବାକୁ ଥିବା ବକେୟା ପ୍ରାପ୍ୟ କିପରି ମିଳିପାରିବ, ସେ ନେଇ ବ୍ୟବସ୍ଥା କରିବାକୁ ମଧ୍ୟ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଅନୁରୋଧ କରିଛନ୍ତି।

Baijayant Jay Panda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe