Advertisment

ଦୁବାଇରେ ଫସି ରହିଛନ୍ତି ଓଡ଼ିଆ ଶ୍ରମିକ; ଉଦ୍ଧାର ଲାଗି ମୁଖ୍ୟମନ୍ତ୍ରୀଙ୍କ ସହ ବୈଜୟନ୍ତ ପଣ୍ଡାଙ୍କୁ ନିବେଦନ

ଜଗତସିଂହପୁର ଓ କଟକ ସହ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ୮ରୁ ଅଧିକ ଶ୍ରମିକ ମାସେ ତଳେ ଦୁବାଇ ଯାଇଥିଲେ।

ଅଦ୍ୟତନ ହୋଇଛି
odia labour

odia labour

Advertisment

ପେଟ ପାଟଣା ପାଇଁ ମାସକ ତଳେ କାମ କରିବାକୁ ସୁଦୂର ଦୁବାଇ ପଳାଇଥିଲେ। ଏକ କମ୍ପାନୀରେ ପ୍ଲମ୍ବର୍ ଭାବେ କାମ କରୁଥିଲେ। କିଛି ଦିନ କମ୍ପାନୀରେ କାମ କରିବା ପରେ କମ୍ପାନୀ କର୍ତ୍ତୃପକ୍ଷ ନିର୍ଯାତନା ଦେଇଥିଲା । ଏପରିକି ଠିକ୍‌ରେ ଖାଇବାକୁ ଦେଇ ନଥିଲା। ଶ୍ରମିକମାନେ ଘରୁକୁ ଯିବାକୁ ବାହାରିବାରୁ କମ୍ପାନୀ କର୍ତ୍ତୃପକ୍ଷ ପାସପୋର୍ଟ ଫେରାଇ ନଥିବା ଅଭିଯୋଗ ହୋଇଛି।  

Advertisment

ଏପରି ସ୍ଥିତିରେ ଏବେ ହାତରେ ଟଙ୍କା ନ ଥିବାରୁ ଅତି ଦୟନୀୟ ଭାବେ ଜୀବନ କାଟୁଛନ୍ତି ଓଡ଼ିଆ ଶ୍ରମିକ। ପାସପୋର୍ଟ ନ ଥିବାରୁ କିପରି ଘରକୁ ଫେରିବେ କିଛି ବୁଦ୍ଧିବାଟ ଦିଶୁନି। ଫଳରେ ଘରକୁ ଫେରାଇ ଆଣିବାକୁ ଭିଡିଓ ଯୋଗେ ଆକୁଳ ନିବେଦନ କରିଛନ୍ତି ଦୁବାଇରେ ଫସି ରହିଛନ୍ତି ୮ରୁ ଅଧିକ ଶ୍ରମିକ। ସେଠାରୁ ଉଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରାପଡା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଭିଡିଓ ବାର୍ତ୍ତାରେ ନିବେଦନ କରିଛନ୍ତି ।

ଜଗତସିଂହପୁର ଓ କଟକ ସହ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ୮ରୁ ଅଧିକ ଶ୍ରମିକ ମାସେ ତଳେ ଦୁବାଇ ଯାଇଥିଲେ। ସେଠାରେ ଏକ କମ୍ପାନୀରେ ପ୍ଲମ୍ବର୍ ଭାବେ କାମ କରିବା ପାଇଁ ଭୁବନେଶ୍ୱରର ଏକ ଘରୋଇ ଏଜେଣ୍ଟ ଜରିଆରେ ଦୁବାଇ ଯାଇଥିଲେ। କିଛି ଦିନ କମ୍ପାନୀରେ କାମ କରିବା ପରେ ଏବେ କମ୍ପାନୀ କର୍ତ୍ତୃପକ୍ଷ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି।

Advertisment

ଏପରିକି କି ୫ ଦିନ ହେଲା ଠିକରେ ଶ୍ରମିକମାନଙ୍କୁ ଖାଇବାକୁ ଦିଆଯାଉନି। ଏଥିସହ କମ୍ପାନୀ କର୍ତ୍ତୃପକ୍ଷ ଶ୍ରମିକମାନଙ୍କର ପାସପୋର୍ଟ ମଧ୍ୟ ଫେରାଉନଥିବା ଅଭିଯୋଗ ହୋଇଛି। ତେବେ ଏନେଇ ସଂପୃକ୍ତ କମ୍ପାନୀ କର୍ତ୍ତୃପକ୍ଷ କିମ୍ବା ଏଜେଣ୍ଟଙ୍କ ପ୍ରତିକ୍ରିୟା ମିଳିପାରିନି ।

Cmo Of Odisha Baijayant Panda Odia Labour
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe