Advertisment

ସାଉଦି ଆରବରେ ଫସି ରହିଛନ୍ତି ଓଡ଼ିଆ ଶ୍ରମିକ; ଉଦ୍ଧାର ଲାଗି ମୁଖ୍ୟମନ୍ତ୍ରୀଙ୍କ ସହ ବୈଜୟନ୍ତ ପଣ୍ଡାଙ୍କୁ ନିବେଦନ

ଫସିଥିବା ଓଡ଼ିଆ ଶ୍ରମିକଙ୍କ ମଧ୍ୟରେ  ୨ ଜଣ କେନ୍ଦ୍ରାପଡା ଜିଲ୍ଲାର ହୋଇଥିବା ବେଳେ ୪ ଜଣ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାଯାଇଛି।

author-image
Tapaswini Nayak
Odia Labour

Odia Labour

ପେଟ ପାଟଣା ପାଇଁ କାମ କରିବାକୁ ସାଉଦି ଆରବରେ ପଳାଇଥିଲେ। ଏକ ଘରୋଇ କମ୍ପାନୀରେ ପାଣି ପାଇପରେ କାମ କରୁଥିଲେ। କିଛି ଦିନ କମ୍ପାନୀରେ କାମ କରିବା ପରେ ଏବେ କମ୍ପାନୀ କାମ ଦେଉନାହିଁ କି ସେମାନଙ୍କୁ ଦରମା ଦେଉନାହିଁ। ଶ୍ରମିକମାନେ ଘରକୁ ଫେରିବାକୁ ସେମାନଙ୍କ ପାଖର ଆର୍ଥିକ ସମ୍ବଳ ନାହିଁ। ଏପରି ସ୍ଥିତିରେ ଏବେ ହାତରେ ଟଙ୍କା ନ ଥିବାରୁ ଅତି ଦୟନୀୟ ଭାବେ ଜୀବନ କାଟୁଛନ୍ତି ଓଡ଼ିଆ ଶ୍ରମିକ।

Advertisment

ଫଳରେ ଘରକୁ ଫେରାଇ ଆଣିବାକୁ ଭିଡିଓ ଯୋଗେ ଆକୁଳ ନିବେଦନ କରିଛନ୍ତି ସାଉଦି ଆରବରେ ଫସି ରହିଛନ୍ତି ୬ ଜଣ ଓଡ଼ିଆ ଶ୍ରମିକ। ସେଠାରୁ ଉଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରାପଡା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଭିଡିଓ ବାର୍ତ୍ତାରେ ନିବେଦନ କରିଛନ୍ତି ଓ ଏଥିସହ ସେମାନଙ୍କ ଦୁଃଖ ଜଣାଇଛନ୍ତି। ଫସିଥିବା ଓଡ଼ିଆ ଶ୍ରମିକଙ୍କ ମଧ୍ୟରେ ୨ ଜଣ କେନ୍ଦ୍ରାପଡ଼ା ଜିଲ୍ଲାର ହୋଇଥିବା ବେଳେ ୪ ଜଣ
ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାଯାଇଛି। 

୪ ମାସ ତଳେ ଏହି ୬ ଜଣ ଓଡ଼ିଆ ଶ୍ରମିକ ଏକ ଘରୋଇ କମ୍ପାନୀ ଜରିଆରେ ସାଉଦି ଆରବ ଯାଇଥିଲେ। ସେଠାରେ ପହଞ୍ଚିବା ପରେ କିଛି ଦିନ ଏକ ପାଣି ପାଇପ୍ କମ୍ପାନୀରେ କାମ କରିଥିଲେ। ଏବେ କମ୍ପାନୀ କାମ ଦେଉନାହିଁ କି ସେମାନଙ୍କୁ ଦରମା ଦେଉନାହିଁ । ଶ୍ରମିକମାନେ ଏଭଳି ଅଭିଯୋଗ କରିଛନ୍ତି। ଫଳରେ ସେଠାରେ ଭୋକ ଉପାସରେ ଜୀବନ କାଟୁଛନ୍ତି। ଏପରିକି କମ୍ପାନୀ କର୍ତ୍ତୃପକ୍ଷ ନାଲିଆଖି ଦେଖାଉଥିବାର ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। 

Advertisment
Cmo Of Odisha Baijayant Panda Odia Labour