/odisha-reporter/media/post_attachments/uploadimage/library/16_9/16_9_0/ajay_singh_1720666319.jpg)
ajay singh
ଦାଦନ ଖଟିବାକୁ ଯାଇ ଆଖିବୁଜିଲେ ଶ୍ରମିକ। ମୃତ ଶ୍ରମିକ ଜଣଙ୍କ ହେଲେ ଅଜୟ ସିଂ। ମହାରାଷ୍ଟ୍ରର ଥାନେ ଥାନା ଅନ୍ତର୍ଗତ ଦେବା ନିକଟସ୍ଥ ରେଳ ଧାରଣାରୁ ତାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ତେବେ କେଉଁ ଅବସ୍ଥାରେ ଅଜୟଙ୍କର ମୃତ୍ୟୁ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ।
ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ଗରଡ଼ମା ଗାଁର ଅଜୟ ମାସକ ତଳେ ଦାଦନ ଖଟିବାକୁ ମୁମ୍ବାଇ ଯାଇଥିଲେ। ଗତକାଲି ଥାନେ ଥାନା
ଅନ୍ତର୍ଗତ ଦେବା ନିକଟସ୍ଥ ରେଳ ଧାରଣାରୁ ତାଙ୍କ କ୍ଷତାକ୍ତ ମୃତଦେହକୁ ପୁଲିସ୍ ଜବତ କରିଛି। ତେବେ କେଉଁ ଅବସ୍ଥାରେ ଅଜୟଙ୍କର ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନାହିଁ। ଅଜୟଙ୍କୁ ହତ୍ୟା କରାଯାଇଛି ନା ଅନ୍ୟ କିଛି କାରଣ ରହିଛି ତାହା ଜଣାପଡ଼ି ନାହିଁ। ପୁଲିସ୍ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।
ଅନ୍ୟପକ୍ଷରେ ଅଜୟଙ୍କ ପରିବାର ଲୋକଙ୍କ ପାଖରେ ପୁଅର ମୃତଦେହ ମୁମ୍ବାଇରୁ ଘରକୁ ଆଣିବାକୁ ସମ୍ବଳ ନାହିଁ। ମୃତଦେହକୁ ଫେରିବା ଆଣିବାକୁ ସରକାର ଆକୁଳ ନିବେଦନ କରିଛନ୍ତି ମୃତ ଶ୍ରମିକଙ୍କ ମା’।
ମୃତ ଶ୍ରମିକଙ୍କ ମା’ କହିଛନ୍ତି, ପେଟ ପାଟଣା ପାଇଁ ମୋ ପୁଅ ବାହାରକୁ କାମକୁ ଯାଇଥିଲା। ମୋ ପୁଅର ମୃତଦେହ ମୋ ଘରକୁ ଫେରାଇ ଆଣନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
