Advertisment

ଦାଦନ ଖଟିବାକୁ ଯାଇ ଓଡ଼ିଆ ଶ୍ରମିକ ମୃତ

ତିନି ବର୍ଷ ହେଲା ପୁଣେରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ।

Labour Dead

Labour Dead

Advertisment

ଦାଦନ ଖଟିବାକୁ ଯାଇ ଆଖିବୁଜିଲେ ଶ୍ରମିକ। ମୃତ ଶ୍ରମିକ ହେଲେ ବୁଦ୍ଧଦେବ ମେଣ୍ଡେଲି। ବୟସ ୨୨ ବର୍ଷ। ମହାରାଷ୍ଟ୍ରର ପୁନେରେ ଏକ ଅଘଟଣରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Advertisment

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅଞ୍ଚଳର ହୀରାମଣୀ ମେଣ୍ଡେଲିଙ୍କ ପୁଅ ବୁଦ୍ଧଦେବ। ତିନି ବର୍ଷ ହେଲା ପୁଣେରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ଗତ ୧ ତାରିଖରେ କାମ କରୁଥିବା ସମୟରେ ଛାତ ଉପରୁ ଖସିପଡିଥିଲେ ବୁଦ୍ଧଦେବl ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ବୁଦ୍ଧଦେବଙ୍କ ମୃତ୍ୟୁ ହୋଇଛିl

ପରିବାର ଲୋକ ସେଠାରେ ପହଁଚିଲା ପରେ ଶବ ବ୍ୟବଚ୍ଛେଦ କରାଯାଇଛିl ଏବେ ହୀରାମଣୀଙ୍କ ପରିବାର ଶବକୁ କିପରି ଆଣିବେ ସେ ନେଇ ଚିନ୍ତାରେ ପଡିଛନ୍ତି। ରାଜ୍ୟ ସରକାରଙ୍କ ଶ୍ରମ ବିଭାଗକୁ ସହଯୋଗ କରିବାକୁ ଲିଖିତ ଭାବେ ଜଣାଇଛନ୍ତି ହୀରାମଣୀl

Advertisment
Maharashtra Labour Death Pune
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe