Advertisment

ଇରାକରେ ଫସିଛନ୍ତି ଓଡିଆ ଯୁବକ, ଉଦ୍ଧାର ପାଇଁ ଚିଠି ଲେଖିଲେ ବୈଜୟନ୍ତ

ପୁରୀ ଜିଲ୍ଲା ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ବେଢାତଣ୍ଡୁଳ ଗାଁର ସ୍ୱର୍ଗତ ବିଜୟ ରଣଜିତଙ୍କ ସାନପୁଅ ବିମଳ ଇରାକ ଯାଇଥିଲେ। ସେଠାରେ ସେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଜୁନ୍‌ ୨୫ ତାରିଖରେ ବିମଳ ଅସୁସ୍ଥ ହୋଇପଡିଥିଲେ।

Ranjait

Ranjait

Advertisment

ଇରାକରେ ଫସିଛନ୍ତି ଓଡିଆ ଯୁବକ ବିମଳ ରଣଜିତ। ତାଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି।

Advertisment

ପୁରୀ ଜିଲ୍ଲା ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ବେଢାତଣ୍ଡୁଳ ଗାଁର ସ୍ୱର୍ଗତ ବିଜୟ ରଣଜିତଙ୍କ ସାନପୁଅ ବିମଳ ଇରାକ ଯାଇଥିଲେ। ସେଠାରେ ସେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଜୁନ୍‌ ୨୫ ତାରିଖରେ ବିମଳ ଅସୁସ୍ଥ ହୋଇପଡିଥିଲେ। ହେଲେ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେଉନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ସେପଟେ ବିମଳଙ୍କ ଭିସା ଅବଧି ୨୦୨୪ ଜାନୁଆରୀ ୨୩ ତାରିଖରେ ସାରିଯାଇଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ଭିସା ନବୀକରଣ କରୁନାହାନ୍ତି। ଏପରିକି ୪ ମାସର ଦରମା ନଦେଇ ଶାରୀରିକ ନିର୍ଯାତନା ଦେବା ସହ ବିଭିନ୍ନ କାମରେ ନିୟୋଜିତ କରାଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ପରିବାର ଲୋକ ବିମଳଙ୍କୁ ଭାରତ ଫେରାଇ ଆଣିବା ପାଇଁ ଶ୍ରୀଯୁକ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଅନୁରୋଧକ୍ରମେ ଶ୍ରୀଯୁକ୍ତ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ସୁରକ୍ଷିତ ଭାରତ ଫେରାଇ ଆଣିବା ସଙ୍ଗେ ସଙ୍ଗେ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି।

Advertisment
Baijayant Panda Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe