Advertisment

ଜାନୁଆରୀ ୫ରୁ ଆଦିବାସୀ ମେଳା, ପ୍ରବାସୀ ବି ଦେଖିବେ ଓଡ଼ିଶାର ଆଦିବାସୀ ସଂସ୍କୃତି

ଚଳିତଥର ମେଳାକୁ ପ୍ରବାସୀ ଭାରତୀୟମାନେ ଆସିବାର ସମ୍ଭାବନା ଥିବାରୁ ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରୁଛନ୍ତି। ଆଦିବାସୀଙ୍କ କଳା, ସଂସ୍କୃତି, ପରମ୍ପରା ଓ ହସ୍ତତନ୍ତ ଆଦିର ବ୍ୟାପକ ପ୍ରଚାରପ୍ରସାର ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର।

author-image
Ordigital Desk
ଅଦ୍ୟତନ ହୋଇଛି
Adivasi Mela (File Photo)

Adivasi Mela (File Photo)

ଆସନ୍ତା ଜାନୁଆରୀ ୫ତାରିଖରୁ ୧୨ଦିନ ଧରି ରାଜ୍ୟସ୍ତରୀୟ ଆଦିବାସୀ ମେଳା ଅନୁଷ୍ଠିତ ହେବ। ପ୍ରଥମଥର ପାଇଁ ଭୁବନେଶ୍ୱରରେ ‘ପ୍ରବାସୀ ଭାରତୀୟ ସମ୍ମିଳନୀ’ ଜାନୁଆରୀ ୮ରୁ ୧୦ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବାରୁ ଏହି ସମୟରେ ରାଜ୍ୟ ସରକାର ଆଦିବାସୀ ମେଳା ଆୟୋଜନ କରି ଓଡ଼ିଶାର ଆଦିବାସୀମାନଙ୍କ କଳା, ସଂସ୍କୃତି, ପରମ୍ପରା ଓ ହସ୍ତତନ୍ତ ଆଦିର ବ୍ୟାପକ ପ୍ରଚାରପ୍ରସାର ପାଇଁ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି।

Advertisment

ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ଜାନୁଆରୀ ୫ତାରିଖରୁ ଇଡକୋ ପ୍ରଦର୍ଶନୀ ପଡ଼ିଆଠାରେ ରାଜ୍ୟସ୍ତରୀୟ ଆଦିବାସୀ ମେଳା ଅନୁଷ୍ଠିତ ହେବ। ଏହି ମେଳା ୧୨ଦିନ ଧରି ଚାଲିବ। ଚଳିତଥର ମେଳାକୁ ପ୍ରବାସୀ ଭାରତୀୟମାନେ ଆସିବାର ସମ୍ଭାବନା ଥିବାରୁ ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରୁଥିବା ଜଣାପଡ଼ିଛି। ଆଦିବାସୀଙ୍କ ଗାଁ, ଆଦିବାସୀଙ୍କ ଘର, ଆଦିବାସୀଙ୍କ ହାଟ ଆଦିର କୃତ୍ରିମ ସାଜସଜ୍ଜା ଓ ନିର୍ମାଣ ସହ ପ୍ରତ୍ୟେକ ସନ୍ଧ୍ୟାରେ ଆଦିବାସୀଙ୍କ ପାରମ୍ପରିକ ନୃତ୍ୟ, ଗୀତ, ବାଦ୍ୟଯନ୍ତ୍ର ସହ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ। ଏହାସହିତ ଫୁଡ୍ କୋର୍ଟ ମଧ୍ୟ ରହିବ। ଏହି ମେଳାରେ ଆଦିବାସୀମାନଙ୍କ ଦ୍ୱାରା ସଂଗୃହୀତ ବିଭିନ୍ନ ବନ୍ୟଜାତ ଦ୍ରବ୍ୟ ବିକ୍ରି ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।

ଉଲ୍ଲେଖଯୋଗ୍ୟ, ସବୁବର୍ଷ ରାଜ୍ୟସ୍ତରୀୟ ଆଦିବାସୀ ମେଳା ଜାନୁଆରୀ ୨୬ରୁ ଆରମ୍ଭ ହୋଇଥାଏ। କିନ୍ତୁ ଚଳିତବର୍ଷ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଆୟୋଜନ ହେଉଥିବାରୁ ରାଜ୍ୟ ସରକାର ଏହି ସମୟରେ ବିଭିନ୍ନ ମେଳା ଆଦିର ଆୟୋଜନ କରି ଓଡ଼ିଶାର ସଂସ୍କୃତିର ଝଲକ ପ୍ରବାସୀଙ୍କୁ ଦେଖାଇବାର ବ୍ୟବସ୍ଥା କରିଥିବା ଜଣାପଡ଼ିଛି।

Advertisment
Bhubaneswar Pravasi Bharatiya Divas Adivasi Mela