Advertisment

ବିଧାନସଭାରେ ପାରିତ ହେଲା ଓଡ଼ିଶା ଆପାର୍ଟମେଂଟ ବିଲ୍ , ମାଲିକଙ୍କ ସ୍ୱାର୍ଥରକ୍ଷା ଉପରେ ଗୁରୁତ୍ୱ

ଗତକାଲି ଗୃହରେ ଆଗତ ହୋଇଥିବା ଏହି  ଆପାର୍ଟମେଂଟ ମାଲିକାନା ଓ ପରିଚାଳନା ବିଲ ଆଜି ବିଧାନସଭାରେ ପାରିତ କରାଯାଇଛି ।

ଅଦ୍ୟତନ ହୋଇଛି
Apartment

Apartment

Advertisment

ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନରେ ଆଜି ଓଡ଼ିଶା ଆପାର୍ଟମେଂଟ(ମାଲିକାନା ଓ ପରିଚାଳନା) ବିଲ୍‌-୨୦୨୩ ପାରିତ ହୋଇଛି । ବିରୋଧୀ ଓ ଶାସକ ଦଳର ହଟ୍ଟଗୋଳ ଯୋଗୁ ପ୍ରଥମାର୍ଦ୍ଧରେ ଗୃହକାର୍ଯ୍ୟ ପ୍ରଭାବିତ ହୋଇଥିବାବେଳେ ଦ୍ୱିତୀୟାର୍ଦ୍ଧରେ ଗୃହ ସ୍ୱାଭାବିକ ହୋଇଥିଲା । ଆଉ ଆପାର୍ଟମେଂଟ ବିଲ୍ ସହ ଅନ୍ୟ ୬ଟି ବିଲ୍ ପାରିତ ହୋଇଥିବା ଜଣାପଡ଼ିଛି । ଏହାସହିତ ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଓ ଭୂଅର୍ଜନ ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ବିଲ୍ ଗୃହରେ ଉପସ୍ଥାପିତ ହୋଇଛି ।

Advertisment

ଗତକାଲି ଗୃହରେ ଆଗତ ହୋଇଥିବା ଏହି  ଆପାର୍ଟମେଂଟ ମାଲିକାନା ଓ ପରିଚାଳନା ବିଲ ଆଜି ବିଧାନସଭାରେ ପାରିତ କରାଯାଇଛି । ଏକ ବ୍ୟକ୍ତିଗତ ଆପାର୍ଟମେଂଟର ମାଲିକାନା ପାଇଁ ବ୍ୟବସ୍ଥା କରିବା ଉଦ୍ଦେଶ୍ୟରେ ଓଡ଼ିଶା ଆପାର୍ଟମେଂଟ ମାଲିକାନା ଅଧିନିୟମ-୧୯୮୨ର ପ୍ରଣୟନ କରାଯାଇଥିଲା । ଏହା ୧୯୮୪ ମେ’ ୧ରୁ ଲାଗୁ ହୋଇଥିଲା ଓ ତଦନୁସାରେ ଓଡ଼ିଶା ଆପାର୍ଟମେଂଟ ମାଲିକାନା ନିୟମ-୧୯୯୨ ବିଜ୍ଞାପିତ ହୋଇଥିଲା । କିନ୍ତୁ ଓଡ଼ିଶା ରିଏଲ ଇଷ୍ଟେଟ୍ ଆଇନ-୨୦୧୬ କାର୍ଯ୍ୟକାରୀ ହେବାପରେ କିଛି ବ୍ୟବସ୍ଥାଗତ ତ୍ରୁଟି ପରେ ଏଥିରେ ସଂଶୋଧନ କରାଯାଇଛି । ଆଜି ପାରିତ ହୋଇଥିବା ଆପାର୍ଟମେଣ୍ଟ ବିଲରେ ମାଲିକମାନଙ୍କ ସ୍ୱାର୍ଥକୁ ସମ୍ପୂର୍ଣ୍ଣ ରୂପେ ରକ୍ଷା କରିବାକୁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି ।

ଆପାର୍ଟମେଂଟର ।ଧାରଣ ବ୍ୟୟ ନିମନ୍ତେ ଆବଂଟନଗ୍ରାହୀଙ୍କ ଏକ ସଂଘ ପାଣ୍ଠି ସୃଷ୍ଟି କରିବା, ଆପାର୍ଟମେଂଟର ସାଧାରଣ କ୍ଷେତ୍ର ବ୍ୟବହାରକୁ ନିୟନ୍ତ୍ରଣ କରିବା, ଆବଣ୍ଟନଗ୍ରାହୀଙ୍କ ସଂଘ ନାଁରେ ସାଧାରଣ କ୍ଷେତ୍ରର ପଞ୍ଜିକରଣ ସମ୍ବନ୍ଧୀୟ ଆବଶକୀୟ ବ୍ୟବସ୍ଥା ସୃଷ୍ଟି କରିବା ସହ ପ୍ରତ୍ୟେକ ଆପାର୍ଟମେଂଟ ମାଲିକଙ୍କର ଆପାର୍ଟମେଂଟ ମାଲିକ ସଂଘ ସହିତ ସମ୍ପର୍କ, ଅଧିକାର ଓ ଦାୟିତ୍ୱକୁ ନିର୍ଦ୍ଧାରଣ କରିବା । ଆପର୍ଟମେଂଟ ମାଳିକମାନଙ୍କର ସଂଘ ଗଠନ କରିବା ପାଇଁ ବ୍ୟବସ୍ଥା ସହ ଆପାର୍ଟମେଂଟର ବୀମା ଓ ଏହାର ନିର୍ମାଣଜନିତ ସ୍ଥିରତା ସୁନିଶ୍ଚିତ କରିବାକୁ ବ୍ୟବସ୍ଥା ରହିବ । ଆପାର୍ଟମେଂଟ ସହିତ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷ ଓ ସଂସ୍ଥାମାନଙ୍କ ମଧ୍ୟରେ ପରସ୍ପର ବୁଝାମଣା ଓ ସ୍ୱଚ୍ଛ ବାତାବରଣ ସ୍ଥାପନ କରିବାରେ ଏହା ସହାୟକ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

Advertisment
Odisha Assembly Monsoon Session Odisha Apartment Ownership Bill
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe