Advertisment

ଓଡ଼ିଶା ବାୟୋଟେକ୍ନୋଲୋଜି ନୀତିକୁ ମଞ୍ଜୁରୀ-୨୦୨୪କୁ କ୍ୟାବିନେଟ୍ ମଞ୍ଜୁରୀ

ରାଜ୍ୟର ବାୟୋଟେକ୍ନୋଲୋଜିକୁ ପ୍ରୋତ୍ସାହନ ଦେବା ନିମନ୍ତେ ସୁବିଧା ସମ୍ବଳିତ ଓଡ଼ିଶା ବାୟୋଟେକ୍ନୋଲୋଜି ନୀତିକୁ ଅନୁମୋଦନ କରିଛନ୍ତି ।

author-image
Ordigital Desk
undefined

Loka Seva Bhavan

ରାଜ୍ୟର ବାୟୋଟେକ୍ନୋଲୋଜିକୁ ପ୍ରୋତ୍ସାହନ ଦେବା ନିମନ୍ତେ ସୁବିଧା ସମ୍ବଳିତ ଓଡ଼ିଶା ବାୟୋଟେକ୍ନୋଲୋଜି ନୀତିକୁ ଅନୁମୋଦନ କରିଛନ୍ତି । ଏହାସହିତ ଓଡ଼ିଶା ପ୍ରୋକ୍ୟୁରମେଂଟ ପ୍ରିଫରନେନ୍ସ ପଲିସି ଫର ମାଇକ୍ରୋ ଆଣ୍ଡ ସ୍ମଲ ମ୍ୟାନୁଫକଚରିଂ ଏଣ୍ଟରପ୍ରାଇଜେସ୍ ୨୦୨୩କୁ ଅନୁମୋଦନ ସହ  ଶିଳ୍ପନୀତି-୨୦୨୨ରେ ସଂଶୋଧନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଓଡ଼ିଶା ବାୟୋଟେକ୍ନୋଲୋଜି ନୀତି-୨୦୨୪କୁ ଅନୁମୋଦନ ମିଳିଛି । ଏହାଦ୍ୱାରା ରାଜ୍ୟରେ ଉଚ୍ଚଶିକ୍ଷା, ଗବେଷଣା ଓ ଭିତ୍ତିଭୂମି ବିକାଶକୁ ପ୍ରୋତ୍ସାହନ ମିଳିପାରିବ । ସେହିପରି ଷ୍ଟାଫଅପ୍ , ଇନକ୍ୟୁବେସନ, ନିବେଶ, ଆୟ ଓ ଉଦ୍ୟୋଗ ନିର୍ମାଣ ପାଇଁ ପ୍ରଭାବୀ ବାତାବରଣକୁ ବିକଶିତ କରିବା ସହ ସୁଦୃଢ଼ କରାଯାଇ ହେବ । ଶିଳ୍ପର ଆବଶ୍ୟକତାକୁ ପୂରଣ କରିବା ପାଇଁ ଶୈକ୍ଷିକ ଉତ୍କର୍ଷ, ଦକ୍ଷତା ଓ ଦକ୍ଷତା ବିକାଶକୁ ବାସ୍ତବ ରୂପ ଦେଇ ହେବ । ରାଜ୍ୟରେ ସାମାଜିକ ଓ ଅର୍ଥନୀତିକ ବିକାଶ ପାଇଁ ଜୈବ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ମଧ୍ୟ ହୋଇପାରିବ ।

ସେହିପରି ‘ଓଡ଼ିଶା ପ୍ରୋକ୍ୟୁରମେଂଟ ପ୍ରିଫରନେନ୍ସ ପଲିସି ଫର ମାଇକ୍ରୋ ଆଣ୍ଡ ସ୍ମଲ ମ୍ୟାନୁଫକଚରିଂ ଏଣ୍ଟରପ୍ରାଇଜେସ୍ ୨୦୨୩ ’କୁ ମଧ୍ୟ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏହି ନୀତି ସମସ୍ତ ରାଜ୍ୟ ସରକାରୀ ପ୍ରତିଷ୍ଠାନଗୁଡ଼ିକ ପାଇଁ ପ୍ରଯୁଜ୍ୟ । ଏହି ନୀତି ୱାର୍କ କଂଟ୍ରାକ୍ଟର, ଇପିସି କଂଟ୍ରାକ୍ଟର ଓ ପ୍ରୋକିଓରମେଂଟ ସର୍ଭିସ ପାଇଁ ପ୍ରଯୁଜ୍ୟ ହେବ ନାହିଁ । ଓଡ଼ିଶାର କ୍ଷୁଦ୍ର ଉତ୍ପାଦନ ଉଦ୍ୟୋଗଗୁଡ଼ିକ ଯାହାର ବାର୍ଷିକ କାରବାର ୫୦କୋଟି ଟଙ୍କାରୁ ଅଧିକ ନୁହେଁ, ସେମାନେ ଏହି ନୀତି ଦ୍ୱାରା ଉପକୃତ ହେବେ।

Advertisment

ଉତ୍ପାଦନ ଷ୍ଟାଟଅପ୍ ଉଦ୍ୟୋଗଗୁଡ଼ିକ ଯାହାର ବାର୍ଷିକ କାରବାର ୫୦କୋଟି ଟଙ୍କାରୁ ଅଧିକ ନୁହେଁ ସେମାନେ ମଧ୍ୟ ଏହି ନୀତି ଦ୍ୱାରା ଉପକୃତ ହୋଇପାରିବେ । ରାଜ୍ୟ ସରକାର ପ୍ରତିଷ୍ଟାଗୁଡ଼ିକ ଏକ୍ସକ୍ଲ୍ୟୁସିଭ ଲିଷ୍ଟରେ ତାଲିକାଭୁକ୍ତ ଦ୍ରବ୍ୟଗୁଡ଼ିକୁ ବାଧ୍ୟତାମୂଳକ ଭାବେ କେବଳ ଓଡ଼ିଶା ଅଣୁ ଓ କ୍ଷୁଦ୍ର ଉଦ୍ୟୋଗଠାରୁ ଇଂଟର ଷ୍ଟେଟ୍ ଟେଣ୍ଡର ମାଧ୍ୟମରେ କ୍ରୟ କରିବେ ।

ସେହିପରି ଶିଳ୍ପ ନୀତି-୨୦୨୨ରେ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ନିବେଶକଙ୍କ ଦ୍ୱାରା ଗ୍ରହଣୀୟ ଏହି ଶିଳ୍ପ ନୀତିରେ କିଛି ଅସ୍ପଷ୍ଟତାକୁ ହଟାଇବା ପାଇଁ ଛୋଟ ସଂଶୋଧନର ଆବଶ୍ୟକତା ରହିଛି । ଷ୍ଟାମ୍ପ ଡ୍ୟୁଟି ଛାଡ଼ ପାଇଁ ଥିବା ବ୍ୟବସ୍ଥା ବ୍ୟତୀତ ଷ୍ଟାମ୍ପ ଡ୍ୟୁଟିର ଫେରସ୍ତ ପାଇଁ ବିକଳ୍ପ ପ୍ରଦାନ କରାଯିବ । ଯାହାଦ୍ୱାରା ଶିଳ୍ପଗୁଡ଼ିକ ଜମି ଶୀଘ୍ର ପଞ୍ଜିକରଣ ପାଇଁ ଷ୍ଟାମ୍ପ ଡ୍ୟୁଟି ଦେବାର ସୁବିଧା ପାଇବେ । ପରବର୍ତ୍ତୀ ସମୟରେ ଶିଳ୍ପ ଉତ୍ପାଦନକ୍ଷମ ହେବା ପରେ ଦାବି କରି ଫେରସ୍ତ ପାଇପାରିବେ । ସେହିପରି ଜମିର କିସମ ପରିବର୍ତ୍ତନ ପାଇଁ ଦେୟ ଫେରସ୍ତ ପାଇଁ ବିକଳ୍ପ ପ୍ରଦାନ କରାଯିବ । ଯାହାଦ୍ୱାରା ଶିଳ୍ପଗୁଡ଼ିକ ତ୍ୱରିତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିପାରିବେ । ପରବର୍ତ୍ତୀ ସମୟରେ ଶିଳ୍ପ ଉତ୍ପାଦନକ୍ଷମ ହେବାପରେ କିସମ ପରିବର୍ତ୍ତନ ପାଇଁ ପୂର୍ବରୁ ଜମା କରିଥିବା ଦେୟ ଦାବି କରି ଫେରସ୍ତ ପାଇପାରିବେ ବୋଲି କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତିରୁ ଜଣାପଡ଼ିଛି ।

Loka Seva Bhavan