Advertisment

ଗାଡ଼ିରୁ ବାହାରିଲା ୧୦ ଲକ୍ଷ, ଛତିଶଗଡ଼ରେ ଓଡ଼ିଶା ବ୍ୟବସାୟୀ ଅଟକ

ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ଛତିଶଗଡ଼ରେ ଓଡ଼ିଶା ବ୍ୟବସାୟୀ ଅଟକ।

Money

Money

Advertisment

ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ଛତିଶଗଡ଼ରେ ଓଡ଼ିଶା ବ୍ୟବସାୟୀ ଅଟକ। ଏହି ବ୍ୟବସାୟୀଙ୍କ ଗାଡ଼ିରୁ ୧୦ ଲକ୍ଷ ଟଙ୍କା ମିଳିବା ପରେ ପୁଲିସ୍‌ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେ ଗାଡ଼ିରେ ଏତେ ଟଙ୍କା ନେଇ କୁଆଡ଼େ ଯାଉଥିଲେ ଓ ଛତିଶଗଡ଼ ନିର୍ବାଚନ ସହ ଏହାର କିଛି ଲିଙ୍କ ଅଛି କି ନାହିଁ, ତା’ର ଖୋଳତାଡ଼ ଆରମ୍ଭ କରିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତ ଛତିଶଗଡ଼ର ବୋରେଇ ପୁଲିସ ଆଜି ଗୋଟିଏ ଟାଟା ହେରିଅର ଗାଡ଼ିକୁ ଅଟକାଇଥିଲା। ଯାଞ୍ଚ ବେଳେ ଗାଡ଼ି ଭିତରୁ ୧୦ ଲକ୍ଷ ଟଙ୍କା ମିଳିଥିଲା। ଟଙ୍କା ସମ୍ପର୍କରେ ବ୍ୟବସାୟୀଙ୍କ ଜଣଙ୍କ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଗାଡ଼ି ସହ ତାଙ୍କୁ ଅଟକ ରଖାଯାଇଛି।

ଛତିଶଗଡ଼ରେ ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ସମଗ୍ର ରାଜ୍ୟରେ ନିର୍ବାଚନ ଆଚରଣବିଧି ଲାଗୁ ହୋଇଛି। ଏଥିପାଇଁ ସୀମାନ୍ତରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି ମଧ୍ୟ କରାଯାଇଛି। ଏହିକ୍ରମରେ ଧମତରି ଅତିରିକ୍ତ ପୁଲିସ ଅଧୀକ୍ଷକ ମଦୁଲିକା ସିଂଙ୍କ ନିର୍ଦ୍ଦେଶରେ ପ୍ରତ୍ୟେକ ଦିନ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ବୋରେଇ ନିକଟରେ ମଧ୍ୟ ଚେକିଂ ଓ ବ୍ଳକିଂ କରାଯାଉଛି।

Advertisment

ଆଜି ଏସଡିପିଓଙ୍କ ନେତୃତ୍ୱରେ ବୋରେଇ ଥାନା ଅଧିକାରୀ ଓ ଅନ୍ୟ ସୁରକ୍ଷାକର୍ମୀମାନେ ସକାଳ ପ୍ରାୟ ୮ଟା ସମୟରେ ବୋରେଇ ଥାନା ନିକଟରେ ଗାଡ଼ି ଗୁଡ଼ିକର ଯାଞ୍ଚ ଆରମ୍ଭ କରିଥିଲେ। ଠିକ୍ ଏତିକି ବେଳେ ଓଡ଼ିଶା ପଟରୁ ଗୋଟିଏ ଟାଟା ହ୍ୟାରିଅର୍ କାର୍ ନମ୍ବର ସିଜି ୦୪ ଏମଏସ ୧୬୨୭ ରାୟପୁର ଅଭିମୁଖେ ଯିବାକୁ ଚେଷ୍ଟା କରିଥିଲା। ଏହାକୁ ପୁଲିସ୍‌ ଅଟକାଇବା ସହ ଯାଞ୍ଚ ଆରମ୍ଭ କରିଥିଲା।

ଏହି ସମୟରେ ଗାଡ଼ିରେ ଥିବା ରାଇଘର ଥାନା ଭାରଶୁଣ୍ଢି ଗାଁର ସୁବ୍ରତ ମଣ୍ଡଳଙ୍କ ପାଖରୁ ୨୦ଟି ୫୦୦ ଟଙ୍କିଆ ବିଡ଼ା ମିଳିଥିଲା। ନଗଦ ୧୦ ଲକ୍ଷ ଟଙ୍କା ସେ କେଉଁଠୁ ଆଣିଲେ ଓ କେଉଁଠିକୁ ନେଇ ଯାଉ ଥିଲେ, ତା’ର ସନ୍ତୋଷଜନକ ଉତ୍ତର ସୁବ୍ରତ ଦେଇ ପାରି ନଥିଲେ। ଏବେ ପୁଲିସ୍‌ ସେ ଦିଗରେ ତଦନ୍ତ ଆରମ୍ଭ କରିଥିବା ବୋରେଇ ଥାନା ଅଧିକାରୀ ରାଜେଶ ଜଗତ କହିଛନ୍ତି।

ରିପୋର୍ଟ : ଉମରକୋଟରୁ କାର୍ତ୍ତିକ ମଲ୍ଲିକ

Chhattisgarh Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe