ରୟତି ଅଧିକାର ପ୍ରଦାନ ପାଇଁ ଓଡ଼ିଶା ଭୂସଂସ୍କାର ଆଇନ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟ ସଚିବ ପ୍ରଦୀପ ଜେନା ସୂଚନା ଦେଇଥିଲେ ।

ଲୋକସଭା ଭବନ

  • Published: Thursday, 19 October 2023
  • , Updated: 19 October 2023, 10:38 PM IST

ରାଜ୍ୟରେ ସିକିମ୍ ଭାବେ ରେକର୍ଡ ହୋଇଥିବା ଜମି ଉପରେ ଉପ-ରୟତ ଅବା ସେମାନଙ୍କ ଉତ୍ତରାଧିକାରୀମାନଙ୍କୁ ରୟତି ଅଧିକାର ପ୍ରଦାନ କରାଯିବ । ଏଥିପାଇଁ ଓଡ଼ିଶା ଭୂ-ସଂସ୍କାର ଆଇନ,୧୯୬୦ର ଧାରା-୪ରେ ଆବଶ୍ୟକୀୟ ଉପଧାରାକୁ ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ କରିଛନ୍ତି । କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ଯାଜପୁର, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ଅନୁଗୋଳ ଓ ଗଞ୍ଜାମର ପ୍ରାୟ ୨.୪୬ଲକ୍ଷ ଲୋକେ ଉପକୃତ ହେବେ ବୋଲି ଜଣାପଡ଼ିଛି । ଏହା ସହିତ ମୋଟ ୧୬ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟ ସଚିବ ପ୍ରଦୀପ ଜେନା ସୂଚନା ଦେଇଥିଲେ । ଓଡ଼ିଶା ଭୂସଂସ୍କାର ଆଇନ-୧୯୬୦ ଅନୁସାରେ ସିକିମ ଜମିରେ ରୟତି ଘୋଷଣା ନିମନ୍ତେ ଆବେଦନ କରିବାର ଶେଷ ଅବଧି ୧୯୭୭ ମସିହା ପର୍ଯ୍ୟନ୍ତ ଥିଲା । ସମସ୍ତ ସିକିମ ଚାଷୀ ଏହି ଅବଧି ମଧ୍ୟରେ ଆବେଦନ କରିପାରିନଥିଲେ । ଚିଠା ବିଲରେ ସିକିମ ଜମିକୁ ଚାଷ ଓ ବାସଗୃହ ଭାବେ ବ୍ୟବହାର କରୁଥିଲେ, ହେି ଜମିରେ ରୟତି ଅଧିକାର ପାଇବା ପାଇଁ ଏହି ସଂଶୋଧନ ଆଇନର ବିଜ୍ଞପ୍ତି ପ୍ରକାଶ ପାଇବାର ୨ବର୍ଷ ମଧ୍ୟରେ ରାଜସ୍ୱ ଅଧିକାରୀଙ୍କ ନିକଟରେ ସମ୍ପୃକ୍ତ ଚାଷୀମାନେ ଆବେଦନ କରିପାରିବେ । ଆବଶ୍ୟକତା ଅନୁସାରେ ସରକାର ଏହି ସମୟସୀମାକୁ ମଧ୍ୟ ବୃଦ୍ଧି କରିପାରିବେ ।

ସେହିପରି କଟକ ଜିଲ୍ଲା ଟାଙ୍ଗ-ଚୌଦ୍ୱାର ତହସିଲ ଅନ୍ତର୍ଗତ ଚାରିବାଟିଆଠାରେ ୧୯୬୧ ମସିହାରେ ନିର୍ମିତ ଲେବର ଟୁର୍ଣ୍ଣାମେଂଟର ଜମିକୁ ଯୋଗ୍ୟ ବିବେଚିତ ଆବଂଟନ ଗ୍ରହୀତାଙ୍କ ସପକ୍ଷରେ  ଲିଜ୍ ପ୍ରଦାନ କରାଯିବାକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ପ୍ରତ୍ୟେକ ଯୋଗ୍ୟ ବିବେଚିତଙ୍କ ସପକ୍ଷଷର ସର୍ବାଧିକ ୦.୦୦୪ ଅର୍ଥାତ୍ ୧୭୪୨ ବର୍ଗଫୁଟ ଜମି ଲିଜ୍ ଦିଆଯିବ । ଯେଉଁ ଆବଂଟନ ଗ୍ରହୀତା ଏହି ପରିମାଣଠୁ ଅଧିକ ଜମି ଦଖଲରେ ରଖିଥିବେ ତାକୁ ସରକାର ନିଜ ଦଖଲକୁ ଆଣିବେ । ଲେବର ଟୁର୍ଣ୍ଣାମେଂଟର ୨୨୮ଟି ମଧ୍ୟରୁ ୧୧୬ଜଣ ଯୋଗ୍ୟ ବିବେଚିତ ଆବଂଟନ ଗ୍ରହୀତାଙ୍କ ସପକ୍ଷରେ ୪.୬୪ ଏକର ଜମିକୁ ୯୯ବର୍ଷ ଲିଜରେ ପ୍ରଦାନ କରାଯିବ ।

ସେହିପରି ୫୫ଟି ବ୍ଲକସ୍ତରୀୟ ବସଷ୍ଟାଣ୍ଡ ନିର୍ମାଣ, ନବୀକରଣ, ରକ୍ଷଣାବେକ୍ଷଣ ଏବଂ ଆଠଗଡ଼, ବଲାଙ୍ଗୀର ଓ ଜୟପୁର ମୋଟୁ ବସଷ୍ଟାଣ୍ଡର ରକ୍ଷଣାବେକ୍ଷଣ ଯୋଜନା ଆରମ୍ଭ ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ୨୦୨୨-୨୩ରୁ ୨୦୨୫-୨୬ ପର୍ଯ୍ୟନ୍ତ ମୋଟ ୩୭୩.୧୩କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଯୋଜନାରେ ଏବେସୁଦ୍ଧା ୨୭ଟି ନୂଆ ବସଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିସାରିଛନ୍ତି ।

ସେହିପରି ରାଜ୍ୟରେ ସାର ସଂଗ୍ରହ ଓ ଆଗୁଆ ମହଜୁଦ ନିମନ୍ତେ କର୍ପସ ପାଣ୍ଠିର ପରିମାଣକୁ ୨୦୨୪-୨୫ ଆର୍ଥିକ ବର୍ଷରୁ ଓଡ଼ିଶା ରାଜ୍ୟ ସମବାୟ ବିପଣନ ମହାସଂଘକୁ ଦିଆଯାଉଥିବା ୯୦କୋଟି ଟଙ୍କା ପରିବର୍ତ୍ତେ ୧୫୦କୋଟି ଟଙ୍କାକୁ ବୃଦ୍ଧି କରାଗଲା । ଓଡ଼ିଶା କୃଷି ଶିଳ୍ପ ନିଗମ ପାଇଁ ଥିବା କର୍ପସ ପାଣ୍ଠି ବ୍ୟବସ୍ଥାକୁ ବନ୍ଦ କରାଗଲା । ଏହି ବୃଦ୍ଧିକୁ ଆଖିଷର ରଖି ରାଜ୍ୟ କ୍ୟାବିନେଟ୍ ୨୦୨୩-୨୪ରୁ ୨୦୨୭-୨୮ ମସିହା ପାଇଁ ମୋଟ ୭୦୦କୋଟି ଟଙ୍କାର ଆନୁମାନିକ ବ୍ୟୟ ଅଟକଳକୁ ଅନୁମୋଦନ କରିଛନ୍ତି ।

Related story