Advertisment

ମହାକୁମ୍ଭ ମେଳାକୁ ବସ୍ ସେବା ବାତିଲ କଲା ଓଡ଼ିଶା

ପ୍ରୟାଗରାଜଠାରେ ମହାକୁମ୍ଭ ମେଳାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଜାନୁୟାରୀ ୧୩ରୁ ଫେବୃୟାରୀ ୨୬ତାରିଖ ପର୍ଯ୍ୟନ୍ତ ଆରାମଦାୟକ ବସ୍ ସେବା ଆରମ୍ଭ କରିଥିଲେ ।

Bus

Bus

Advertisment

ମହାକୁମ୍ଭ ମେଳାରେ ଦଳାଚକଟା ଘଟଣା ପରେ ରାଜ୍ୟ ସରକାର ଓଡ଼ିଶାରୁ ଅଯୋଧ୍ୟା ଯାତାୟତ କରୁଥିବା ବସ୍ ସେବାକୁ ବାତିଲ କରିଛନ୍ତି । ଅପ୍ରୀତିକର ପରିସ୍ଥିତି ଯୋଗୁ ମହାକୁମ୍ଭ ମେଳା ୨୦୨୫ ପାଇଁ ଓଡ଼ିଶାରୁ ଅଯୋଧ୍ୟା ଯାଉଥିବା ଓଡ଼ିଶା ପରିବହନ ନିଗମର ସ୍ୱତନ୍ତ୍ର ବସ୍ ସେବାକୁ ଫେବୃୟାରୀ ୪ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି ବୋଲି ସୂଚନା ଦିଆଯାଇଛି ।

Advertisment

ଓଡ଼ିଶା ରାଜ୍ୟ ପରିବହନ ନିଗମ ନିଜର ‘ଏକ୍ସ’ ହ୍ୟାଣ୍ଡଲ ମାଧ୍ୟମରେ ଏହି ଜରୁରୀ ସୂଚନା ଜାରି କରିବା ସହ ଶ୍ରଦ୍ଧାଳୁଙ୍କ ଅସୁବିଧା ପାଇଁ ଦୁଃଖ ବ୍ୟକ୍ତ କରିଛି । ଏହା ସହିତ ଯେଉଁମାନେ ଟିକେଟ୍ କରିସାରିଛନ୍ତି ସେମାନେ ନିଜର ଟଙ୍କା ଫେରସ୍ତ ନେବା ପାଇଁ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଏଥିପାଇଁ ନିଗମ ପକ୍ଷରୁ ୩ଟି ସହାୟତା ନମ୍ବର (ହ୍ୱାଟସଅପ-୭୮୪୯୦୫୨୨୦୫, ମୋବାଇଲ ନମ୍ବର-୯୯୩୭୫୪୭୭୭୩, ୧୮୦୦୩୪୫୧୧୨୨) ମଧ୍ୟ ଜାରି କରାଯାଇଛି ।

ସୂଚନାଯୋଗ୍ୟ, ପ୍ରୟାଗରାଜଠାରେ ମହାକୁମ୍ଭ ମେଳାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଜାନୁୟାରୀ ୧୩ରୁ ଫେବୃୟାରୀ ୨୬ତାରିଖ ପର୍ଯ୍ୟନ୍ତ ଆରାମଦାୟକ ବସ୍ ସେବା ଆରମ୍ଭ କରିଥିଲେ । ଏହି ବସ୍ ପୁରୀ, ସମ୍ବଲପୁର,ଭବାନୀପାଟଣା ଓ ବ୍ରହ୍ମପୁର ସହରରୁ ବାରାଣାସୀ ଓ ପ୍ରୟାଗରାଜ ଦେଇ ଅଯୋଧ୍ୟା ଯାଉଥିଲା । ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଅଯୋଧ୍ୟାଠାରେ ମଧ୍ୟ ଓଡ଼ିଶା ରାଜ୍ୟ ପରିବହନ ନିଗମ ପକ୍ଷରୁ ଏକ ସହାୟତା କେନ୍ଦ୍ର ଖୋଲାଯାଇଥିଲା।

Advertisment

ତେବେ ମହାକୁମ୍ଭ ମେଳାରେ ଦଳାଚକଟା ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ବସ୍ ସେବାକୁ ଅସ୍ଥାୟୀ ଭାବେ ବାତିଲ କରିଥିବା ଜଣାପଡ଼ିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe