Advertisment

ପ୍ରତି ପଞ୍ଚାୟତରେ ହେବ ମଡେଲ୍ ପ୍ରାଥମିକ ସ୍କୁଲ: ମୁଖ୍ୟମନ୍ତ୍ରୀ

ମଡେଲ୍ ସ୍କୁଲ୍ ଗୁଡ଼ିକର ନାଁ ରହିବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଏମିତି ୫୦୦ ସ୍କୁଲ ବିକଶିତ କରାଯିବ।

author-image
Manoj Swain
ଅଦ୍ୟତନ ହୋଇଛି
undefined

CM Mohan Majhi

ରାଜ୍ୟର ପ୍ରତି ପଞ୍ଚାୟତରେ ହେବ ମଡେଲ୍ ପ୍ରାଥମିକ ସ୍କୁଲ। ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ଗୁରୁଦିବସ ଅବସରରେ ଓଟିଭିକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Advertisment

ମୁଖ୍ୟମନ୍ତ୍ରୀ କହିଛନ୍ତି, ମଡେଲ୍ ସ୍କୁଲ୍ ଗୁଡ଼ିକର ନାଁ ରହିବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଏମିତି ୫୦୦ ସ୍କୁଲ ବିକଶିତ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ସବୁ ପଞ୍ଚାୟତରେ ଏମିତି ସ୍କୁଲ ହେବ । ସ୍କୁଲରେ ଏମିତି ବ୍ୟବସ୍ଥା କରାଯିବ ଯେମିତି ସମସ୍ତେ ଆସିବାକୁ ଇଚ୍ଛା କରିବେ । 

ଶିକ୍ଷକତାରୁ ରାଜନୀତିକୁ ଆସିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି, ସେ ଶିକ୍ଷକତା କରିବା ସମୟରେ ମାତ୍ର ୩୦୦ ଟଙ୍କା ଦରମା ପାଉଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଶିକ୍ଷା ବ୍ୟବସ୍ଥା ହେଉଛି ତ୍ରିଭୂଜ ସଦୃଶ । ଛାତ୍ର, ଶିକ୍ଷକ ଏବଂ ଅଭିଭାବକ ଏହି ତ୍ରିଭୁଜର ୩ ବାହୁ। ତିନି ବାହୁ ଏକାଠି ହେଲେ ଜଣେ ଛାତ୍ର ଜୀବନ ସୁସଂଗଠିତ ହେବ। ଓଡ଼ିଆ ଅସ୍ମିତା ଏବେ ସଂକଟରେ ଅଛି। ଆଗାମୀ ଦିନରେ ଭାରତ ରେଳଗାଡ଼ିରେ ଓଡ଼ିଶା ପ୍ରଥମ ଡବା ହେବ ବୋଲି ସେ କହିଛନ୍ତି ।

Advertisment
Odisha Odisha Cm