ଭୁବନେଶ୍ୱର-କଟକ ମେଟ୍ରୋ ରେଳର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି କଟକ ତ୍ରିଶୁଳିଆ ନିକଟ ରତାଗଡ଼ରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ମେଟ୍ରୋ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ଯାଏଁ ଯିବ। ପରେ ନେତାଜୀ ବସ୍ ଟର୍ମିନାଲ୍ ଯାଏଁ ଏହାକୁ ସମ୍ପ୍ରସାରଣ କରାଯିବ। ଆସନ୍ତା ୪ ବର୍ଷ ଭିତରେ ଏହି ମେଟ୍ରୋ ପ୍ରକଳ୍ପ କାମ ସରିବ। ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୬୨୫୫ କୋଟି ଟଙ୍କା। ଏହି ଶିଳାନ୍ୟାସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ କହିଛନ୍ତି ଶୁଣନ୍ତୁ।