Advertisment

ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାଇଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ଡାକ୍ତରୀ ଟିମ୍‌ ବାବୁଲିଙ୍କ ଗାଁରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ସ୍ୱାସ୍ଥ୍ୟ ପରୀକ୍ଷା ପରେ ପରବର୍ତ୍ତୀ ଚିକିତ୍ସା ପାଇଁ ତାଙ୍କୁ କଟକ ଏସ୍‌ସିବି ମେଡିକାଲକୁ ନେବାର ବ୍ୟବସ୍ଥା କରାଯାଇଛି।

author-image
Manoj Swain

ଜଟିଳ ସ୍ନାୟୁଗତ ରୋଗରେ ପୀଡ଼ିତ ଥିଲେ ୧୪ ବର୍ଷର ବାଳକ ବାବୁଲି ବାରିକ। ହେଲେ ପାଖରେ ଅର୍ଥ ନଥିବାରୁ ଚିକିତ୍ସା ହୋଇପାରୁନଥିଲେ। ସୋଶାଲ ମିଡ଼ିଆ ଓ ଗଣମାଧ୍ୟମରେ ତାଙ୍କର କୋହଭରା ଭିଡ଼ିଓ ଦେଖି ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ପରେ ତତ୍ପର ହୋଇଛି ପ୍ରଶାସନ। ଗାଁରେ ପହଞ୍ଚି ବାବୁଲିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଥିବା ଜଣାପଡ଼ିଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Mohan Charan Majhi Odisha Cm Odisha