Advertisment

ବର୍ଷା ବିତ୍ପାତ: ଘରଭଙ୍ଗା ସହାୟତା ତୁରନ୍ତ ଦିଅ, ସପ୍ତାହକ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ପଠାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଆଜି ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପରିସ୍ଥିତିର ସମୀକ୍ଷା କରିବା ସହ ଜଣେ ବି ପ୍ରଭାବିତ ବ୍ୟକ୍ତି ଯେଭଳି ସରକାରୀ ସହାୟତାରୁ ବଂଚିତ ନହେବେ ତାହା ସୁନିଶ୍ଚିତ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

Mohan Charan Majhi

Mohan Charan Majhi

Advertisment

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆକାଶ ମାର୍ଗରୁ ଲଗାଣବର୍ଷା ପ୍ରଭାବିତ ମାଲକାନଗିରି ଜିଲ୍ଲାର ସ୍ଥିତି ପରଖିଛନ୍ତି । ଏହାସହିତ ବର୍ଷା ଯୋଗୁ କଚ୍ଚାଘର ଭାଙ୍ଗିଥିବା ସମସ୍ତ ପରିବାରକୁ ତୁରନ୍ତ ସହାୟତା ଦେବା ସହ ସପ୍ତାହକ ମଧ୍ୟରେ କ୍ଷୟକ୍ଷତି ଆକଳନ ରିପୋର୍ଟ ପଠାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି । ବର୍ଷା ଯୋଗୁ ଉଭୟ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ୮୮୩୦ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଥିବା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

Advertisment

ଆଜି ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପରିସ୍ଥିତିର ସମୀକ୍ଷା କରିବା ସହ ଜଣେ ବି ପ୍ରଭାବିତ ବ୍ୟକ୍ତି ଯେଭଳି ସରକାରୀ ସହାୟତାରୁ ବଂଚିତ ନହେବେ ତାହା ସୁନିଶ୍ଚିତ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଭାବିତ ଅଂଚଳରେ ଜଳବାହକ ରୋଗର ଆଶଙ୍କାକୁ ଏଡ଼ାଇବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ଶ୍ରୀ ମାଝୀ ପରାମର୍ଶ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ପୂର୍ବ ପ୍ରସ୍ତୁତି ଯୋଗୁ ଜିରୋ କାଜୁଆଲିଟି ସମ୍ଭବପର ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ।

ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ପୂଜାରୀ ଜରୁରୀ ସମୟରେ ଓଡ୍ରାଫ ଓ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସେବାକୁ ପ୍ରଶଂସା କରିବା ସହ ଓଡ଼ିଶା ରିଲିଫ କୋଡ୍ ଅନୁସାରେ ସମସ୍ତ କ୍ଷୟକ୍ଷତିର ଆକଳନ କରାଯାଇ ପର୍ଯ୍ୟାପ୍ତ ସହଯୋଗ ରାଶି ପ୍ରଦାନ କରାଯିବ ବୋଲି କହିଛନ୍ତି ।
ଆଜି ସମୀକ୍ଷା ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପୂଜାରୀ କହିଛନ୍ତି ଯେ, ମାଲକାନଗିରିରେ ଲଗାଣ ବର୍ଷାଜନିତ କ୍ଷୟକ୍ଷତିର ପ୍ରାରମ୍ଭିକ ଆକଳନରୁ ୨୧ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଓ ୫୭୬ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ୧୫ଟି ରାସ୍ତା ବନ୍ୟା ଜଳରେ ନଷ୍ଟ ହୋଇଛି । ଉଭୟ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ୮୮୩୦ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି । ୬ଟି ଓଡ୍ରାଫ ଓ ୫ଟି ଅଗ୍ନିଶମ ବ୍ରିଗେଡ ଟିମକୁ ଉଦ୍ଧାର କାର୍ଯ୍ୟ ପାଇଁ ମୁତୟନ କରାଯାଇଥିଲା ।

Advertisment

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସହ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ଓ ମୁଖ୍ୟ ସଚିବ ମନୋଜ ଆହୁଜା ହେଲିକପ୍ଟର ମାଧ୍ୟମରେ ଆକାଶ ମାର୍ଗରୁ ବର୍ଷା କ୍ଷତିଗ୍ରସ୍ତ ଅଂଚଳ ଅନୁଧ୍ୟାନ କରିଥିଲେ ।

Mohan Charan Majhi Odisha Malkangiri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe