Advertisment

ମୁମ୍ୱାଇରେ ଶିଳ୍ପପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ମୁମ୍ବାଇଠାରେ ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲଙ୍କୁ ସାକ୍ଷାତ କରି ରାଜ୍ୟରେ ବେଦାନ୍ତ ଆଲୁମିନିୟମର ସଂପ୍ରସାରଣ ଓ ନିବେଶ ସମ୍ପର୍କରେ ବିସ୍ତୃତ ଆଲୋଚନା କଲି। ରାଜ୍ୟରେ ବହୁତ ଶୀଘ୍ର ‘ଉତ୍କର୍ଷ ଓଡ଼ିଶା ସମ୍ମିଳନୀ’ ଆୟୋଜନ କରାଯିବ।

Odisha

Odisha

Advertisment

ମୁମ୍ବାଇରେ ଆୟୋଜିତ ନିବେଶକ ସମ୍ମିଳନୀରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ। ଆଜି ସେ ବିଶିଷ୍ଟ ଶିଳ୍ପପତି ତଥା JSW ମୁଖ୍ୟ ସଜ୍ଜନ ଜିନ୍ଦଲ ଓ ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲଙ୍କୁ ଭେଟି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିଛନ୍ତି।

Advertisment

ମୁମ୍ୱାଇରେ ଶିଳ୍ପପତିଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ସୋଶାଲ୍‌ ମିଡ଼ିଆରେ ଲେଖିଛନ୍ତି, ଓଡ଼ିଶାରେ EV, ଲିଥିୟମ୍‌ ଆୟନ ବ୍ୟାଟେରି ଓ 32 MTPA ଇସ୍ପାତ ପ୍ରକଳ୍ପର ସଫଳ ରୂପାୟନ ପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇଦେବେ। ଏହାଦ୍ୱାରା ଇସ୍ପାତ, EV କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହେବା ସହ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ ହେବ ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି।

Advertisment

ଅନୀଲ ଅଗ୍ରୱାଲଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ମୁମ୍ବାଇଠାରେ ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲଙ୍କୁ ସାକ୍ଷାତ କରି ରାଜ୍ୟରେ ବେଦାନ୍ତ ଆଲୁମିନିୟମର ସଂପ୍ରସାରଣ ଓ ନିବେଶ ସମ୍ପର୍କରେ ବିସ୍ତୃତ ଆଲୋଚନା କଲି। ରାଜ୍ୟରେ ବହୁତ ଶୀଘ୍ର ‘ଉତ୍କର୍ଷ ଓଡ଼ିଶା ସମ୍ମିଳନୀ’ ଆୟୋଜନ କରାଯିବ। ନିବେଶ ପାଇଁ ସ୍ଵତନ୍ତ୍ର ପ୍ରୋତ୍ସାହନ ସହିତ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵରେ 'ପୂର୍ବୋଦୟ ବିକାଶ'ର କେନ୍ଦ୍ରବିନ୍ଦୁ ସାଜିବ ବୋଲି ମୁଖ୍ୟମନ୍ତ୍ରୀ Xରେ ଲେଖିଛନ୍ତି।

Bjp JSW Project Mohan Charan Majhi Vedanta Limited
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe