Advertisment

ଡ୍ୟୁଟି ବେଳେ ହଠାତ୍‌ ଚାଲିଗଲା ମହିଳା ଏଏସ୍‌ଆଇ

ରାଉରକେଲା ମହାନଗର ନିଗମ ନିକଟ ରିଙ୍ଗ ରୋଡଠାରେ ଆଜି ସନ୍ଧ୍ୟାରେ ଗୋଟିଏ ସଡ଼କ ଦୁର୍ଘଟଣା ଘଟିଥିଲା।

ASI

ASI

Advertisment

ଡ୍ୟୁଟି ବେଳ ହଠାତ୍‌ ଅସୁସ୍ଥ ଅନୁଭବ କରି ସବୁ ଦିନ ପାଇଁ ଆଖି ବୁଜିଛନ୍ତି ରାଉରକେଲା ଉଦିତନଗର ଥାନାର ଯୁବ ମହିଳା ଏଏସ୍‌ଆଇ। ମହିଳା ଏଏସ୍‌ଆଇ ଆଲିଶା ନର୍‌ମି ଲୁଗୁନଙ୍କର ଆଜି ଡ୍ୟୁଟି ବେଳେ ମୃତ୍ୟୁ ହୋଇଛି।

Advertisment

ରାଉରକେଲା ମହାନଗର ନିଗମ ନିକଟ ରିଙ୍ଗ ରୋଡଠାରେ ଆଜି ସନ୍ଧ୍ୟାରେ ଗୋଟିଏ ସଡ଼କ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଯୋଗୁ ସେଠାରେ ଉତ୍ତେଜନା ଦେଖା ଯାଇଥିଲା। ଖବର ପାଇ ଉଦିତ ନଗର ଥାନାରେ କାର୍ଯ୍ୟରତ ମହିଳା ଏଏସ୍‌ଆଇ ଆଲିଶା ନରମି ଲୁଗୁନ ତୁରନ୍ତ ଘଟଣା ସ୍ଥଳକୁ ବାହାରି ଯାଇଥିଲେ।

ତେବେ ସେଠାରେ ପହଞ୍ଚି ସେ ଭିଡ଼ ନିୟନ୍ତ୍ରଣ କରୁଥିବା ବେଳେ ହଠାତ୍‌ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ମେଡିକାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ କେଉଁ ପରିସ୍ଥିତିରେ ଏମିତି ଘଟିଲା?

Advertisment

କାହିଁକି ତାଙ୍କ ମୁହଁରୁ ହଠାତ୍‌ ଫେଣ ବାହାରିଲା, ସେକଥା ସ୍ପଷ୍ଟ ହୋଇନାହିଁ। ଏବେ ଉଦିତ ନଗର ପୁଲିସ ଘଟଣାର ଯାଞ୍ଚ ଆରମ୍ଭ କରିଛି। କୁହାଯାଉଛି ଯେ ଭିଡ଼କୁ ନିୟନ୍ତ୍ରଣ କରିବା ବେଳେ କେହି ଜଣେ ଏଏସ୍‌ଆଇଙ୍କ ଛାତିକୁ ଜୋରରେ ଧକ୍କା ଦେଇଥିଲେ। ଫଳରେ ସେ ଅସୁସ୍ଥ ଅନୁଭବ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। କିନ୍ତୁ ପୁଲିସ୍‌ ଏ ସମ୍ପର୍କରେ କିଛି ବି ସ୍ପଷ୍ଟ କରି ନାହିଁ। 

Odisha ASI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe