Advertisment

ବଞ୍ଚି ଥାଉ ଥାଉ କାଳିଆ ହିତାଧିକାରୀଙ୍କୁ ମାରିଦେଲେ ସରକାର!

‘କାଳିଆ’ ସହାୟତା ନମିଳିବାରୁ ଶ୍ରୀ ପାତ୍ର ବ୍ଲକ୍‌ ପ୍ରଶାସନ ପାଖରେ ଗୁହାରୀ କରିଥିଲେ। ହେଲେ ନିରାଶ ହୋଇଥିଲେ। ବ୍ଲକ୍‌ ପ୍ରଶାସନଠାରୁ ନିରାଶ ହୋଇ ଶ୍ରୀ ପାତ୍ର ଜନସେବା କେନ୍ଦ୍ରରେ ଯାଞ୍ଚ କରିଥିଲେ।

author-image
Manoranjan Sial
Jajpur

Jajpur

ଗାଁରେ ରହୁଛନ୍ତି। ଚାଷ ବାସ କରୁଛନ୍ତି। ସୁସ୍ଥ ସବଳ ମଧ୍ୟ ଅଛନ୍ତି। ହେଲେ ବଞ୍ଚି ଥାଉ ଥାଉ ଜଣେ ‘କାଳିଆ’ ହିତାଧିକାରୀଙ୍କୁ ମାରିଦେଲେ ରାଜ୍ୟ ସରକାର। ଏପରି ବିଚିତ୍ର ଚିତ୍ର ଆସିଛି ଯାଜପୁର ଜିଲ୍ଲାରୁ। ଜନସେବା କେନ୍ଦ୍ରରେ ନିଜକୁ ମୃତ ବୋଲି ଦେଖି ହତବାକ ହୋଇ ଚାଷୀ କାଳନ୍ଦୀ ପାତ୍ର।

Advertisment

କୋରେଇ ବ୍ଲକ୍‌ ପଛିକୋଟ ପଞ୍ଚାୟତର ଗୟଳଗଡିଆ ଗାଁର ‘କାଳିଆ’ ହିତାଧିକାରୀ କାଳନ୍ଦୀ ପାତ୍ର। ସେ ଜଣେ ଚାଷୀ। ଚାଷବାସ କରି ପରିବାର ଭରଣ ପୋଷଣ କରନ୍ତି। ୨୦୧୯ ମସିହାରେ ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାରେ ସାମିଲ୍‌ ହୋଇଥିଲେ। ସେଥିପାଇଁ ତାଙ୍କୁ ୫୦୦୦ ଟଙ୍କା ସହାୟତା ମିଳିଥିଲା। ତେବେ ୨୦୨୧ ମସିହାଠାରୁ ଆଜି ପର୍ଯ୍ୟନ୍ତ ତାଙ୍କୁ ଆଉ ‘କାଳିଆ’ ସହାୟତା ମିଳୁନି। ସେ ବାରମ୍ୱାର ଆବେଦନ କରୁଥିଲେ ମଧ୍ୟ ବଞ୍ଚିତ ହେଉଥିଲେ।

‘କାଳିଆ’ ସହାୟତା ନମିଳିବାରୁ ଶ୍ରୀ ପାତ୍ର ବ୍ଲକ୍‌ ପ୍ରଶାସନ ପାଖରେ ଗୁହାରୀ କରିଥିଲେ। ହେଲେ ନିରାଶ ହୋଇଥିଲେ। ବ୍ଲକ୍‌ ପ୍ରଶାସନଠାରୁ ନିରାଶ ହୋଇ ଶ୍ରୀ ପାତ୍ର ଜନସେବା କେନ୍ଦ୍ରରେ ଯାଞ୍ଚ କରିଥିଲେ। ‘କାଳିଆ’ ପୋର୍ଟାଲ୍‌ ଯାଞ୍ଚ କଲା ବେଳେ ସେ ମୃତ ବୋଲି ଦର୍ଶା ଯାଇଥିବା ଦେଖିବାକୁ ପାଇଥିଲେ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବଞ୍ଚି ଥାଉ ଥାଉ ମୋତେ କିଏ ମୃତ ଘୋଷଣା କଲା ବୋଲି ପ୍ରଶାସନକୁ ସେ କହିଛନ୍ତି।

Advertisment

ଶ୍ରୀ ପାତ୍ର କହିଛନ୍ତି, ମୁଁ ଜଣେ ଚାଷବନ୍ଦି ଘର ଲୋକ। ଚାଷବାସ କରି ଚଳେ। ଆମ ବ୍ଲକର ସବୁ ଚାଷୀଙ୍କୁ କାଳିଆ ସହାୟତା ମିଳୁଛି। ହେଲେ ୨୦୨୧ ମସିହାଠାରୁ ଆଜି ପର୍ଯ୍ୟନ୍ତ ମୋତେ କାଳିଆ ସହାୟତା ମିଳୁଛି।

ଚାଷୀଙ୍କ ମୃତ୍ୟୁ ନେଇ ବ୍ଲକ୍‌ କୃଷି ଅଧିକାରୀ କହିଛନ୍ତି, ମୃତ୍ୟୁ ପ୍ରମାଣପତ୍ର ନଦେଲେ କୌଣସି ଚାଷୀଙ୍କୁ କେହି ମୃତ ବୋଲି ଘୋଷଣା କରିପାରିବେ ନାହିଁ। ପୋର୍ଟାଲରେ ମଧ୍ୟ ଅପ୍‌ଲୋଡ୍‌ ହେବନି। କାଳିଆ ପୋର୍ଟାଲରେ ଜଣେ ଚାଷୀଙ୍କୁ ମୃତ ଦେଖାଇବା ପୂର୍ବରୁ ବହୁବାର ଯାଞ୍ଚ କରାଯାଏ। ତେବେ କେଉଁ ପରିସ୍ଥିତିରେ ମୃତ ବୋଲି ଘୋଷଣା କରାଯାଇଛି, ତାହାର ଯାଞ୍ଚ କଲେ ଜଣାପଡ଼ିବ ବୋଲି କୃଷି ଅଧିକାରୀ କହିଛନ୍ତି।

ରିପୋର୍ଟ- ଯାଜପୁରରୁ ଜନ୍ମେଜୟ ଦାଶ

Jajpur Farmer Kalia Yojana