ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଦୁଇ ଜଣ ପୁଲିସ ଏସପିଙ୍କୁ ବଦଳି କରିଛନ୍ତି। ଦେବଗଡ଼ ଓ କଟକ ଗ୍ରାମାଞ୍ଚଳ ପୁଲିସ ଏସପି ଭାବେ ଦୁଇ ଜଣ ପୁଲିସ IPS ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ସେହିପରି ଢେଙ୍କାନାଳ ଜିଲ୍ଲାପାଳ ଭାବେ ୨୦୧୫ ବ୍ୟାଚ୍ IAS ଅମ୍ରିତ ଋତୁରାଜଙ୍କୁ ଅବସ୍ଥାପିତ କରାଯାଇଛି।
ରାଜ୍ୟ ଗୃହ ବିଭାଗ ଓ ପୁଲିସ ମୁଖ୍ୟାଳୟରୁ ଜାରି ନିର୍ଦ୍ଦେଶାନାମା ଅନୁସାରେ ଦେବଗଡ଼ ଜିଲ୍ଲା ଏସପି ବରିଷ୍ଠ ଓପିଏସ୍ ରାମ ପ୍ରସାଦ ସାହୁ ଓ କଟକ ଗ୍ରାମାଞ୍ଚଳ ପୁଲିସ ଏସପି ବରିଷ୍ଠ ଓପିଏସ୍ ମିହିର କୁମାର ପଣ୍ଡାଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଏହି ଦୁଇ ଅଫିସରଙ୍କ ସ୍ଥାନରେ ଦେବଗଡ଼ ଏସପି ଭାବେ ୨୦୧୩ IPS ଅନୁପମ ଜେନ୍ସ ଓ କଟକ ଗ୍ରାମାଞ୍ଚଳ ପୁଲିସ ଏସପି ଭାବେ ୨୦୧୩ ବ୍ୟାଚ୍ IPS ଲୋଗାନାୟାଗି ଦିବ୍ୟାଙ୍କୁ ଆଜି ସକାଳ ୧୦ଟା ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଏହି ନିର୍ଦ୍ଦେଶ ନାମା ଗତକାଲି ଉଭୟ ଗୃହ ବିଭାଗ ଓ ପୁଲିସ ମୁଖ୍ୟାଳୟରୁ ଜାରି ହୋଇଛି। ଉଲ୍ଲେଖଯୋଗ୍ୟ, ଗତ ୨ ଦିନ ତଳେ ନିର୍ବାଚନ କମିଶନ ଏହି ବଦଳି ପାଇଁ ନିର୍ଦ୍ଦେଶ ଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Miscellaneous
ଚର୍ଚ୍ଚାରେ ୫ ଆଇପିଏସ୍ ଅଫିସର: ପଣ୍ଡିତଙ୍କ ‘ପ୍ରେମ’ ମହଙ୍ଗା, ଗଜଭିୟେ କେଉଁଠି, କୁଟ୍ଟେଙ୍କୁ କ୍ଲିନଚିଟ୍ !
ରାଜ୍ୟର ୫ଜଣ ବରିଷ୍ଠ ଆଇପିଏସ୍ ଅଫିସର ଡିଏସ୍ କୁଟ୍ଟେ, ରବିକାନ୍ତ, ସତୀଶ କୁମାର ଈଶ୍ୱରଦାସ ଗଜଭିୟେ ଓ ପଣ୍ଡିତ ରାଜେଶ ଉତ୍ତମରାଓଙ୍କ ସମେତ ଏନ.ବି.ଭାରତୀଙ୍କ କ୍ଷେତ୍ରରେ ଗୃହ ବିଭାଗର ଆଭିମୁଖ୍ୟ ଓ କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା ।

Miscellaneous
ଉଚ୍ଚସ୍ତରୀୟ କମିଟି ରିପୋର୍ଟକୁ ଅପେକ୍ଷା କରିଛି କେନ୍ଦ୍ର
ରାଜ୍ୟ ସରକାର ଗଢ଼ିଥିବା ଉଚ୍ଚ-ସ୍ତରୀୟ ତଦନ୍ତ କମିଟିର ରିପୋର୍ଟ ଆଧାରରେ କିଟ୍ ବିରୋଧରେ ଆବଶ୍ୟକ ଆଇନଗତ ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଲୋକସଭାରେ ଏପ୍ରିଲ 4 ତାରିଖରେ ଲିଖିତ ଉତ୍ତର ଦେଇଛନ୍ତି ବୈଦେଶିକ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ।

Miscellaneous
ଲଘୁ ଖଣିଜ ସମ୍ପଦର ମନଇଚ୍ଛା ଲୁଟ୍ : ୮୬୪କୋଟି ଟଙ୍କାର ରାଜସ୍ୱ ବାଟମାରଣା: ଡଙ୍କାରୀ ପାହାଡ଼ ଲୁଟେରାଙ୍କୁ ସୁରକ୍ଷା, ସିଏଜି ଖୋଲିଲେ ଗୁମର
୨୦୧୫-୨୨ ମସିହା ମଧ୍ୟରେ ଲଘୁ ଖଣିଜରୁ ମୋଟ ୨୯.୬୮.୭୫କୋଟି ଟଙ୍କାର ରାଜସ୍ୱ ସଂଗ୍ରହ ହୋଇଥିବାବେଳେ ଅନିୟମିତତା ଓ ଦୁର୍ବଳ ବ୍ୟବସ୍ଥା ତଥା ତଦାରଖ ଅଭାବରୁ ରାଜ୍ୟକୁ ଶହ ଶହ କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବାକୁ ପଡ଼ିଛି ।

Miscellaneous
ଏକକାଳୀନ ଆଇଏଏସ୍ ପାହ୍ୟାକୁ ଉନ୍ନୀତ ହେଲେ ୩୦ ଓଏଏସ୍ ଅଫିସର
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଦିନେଦୁଇଦିନ ମଧ୍ୟରେ ଏହି ଅଫିସରମାନଙ୍କୁ ଆଇଏଏସ୍ ପଦବୀକୁ ଉନ୍ନୀତ ହେବାନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ ବୋଲି ଜଣାପଡ଼ିଛି।

Miscellaneous
ବିଜେଡି ସାଂସଦଙ୍କ ପତ୍ନୀଙ୍କ କରାମତି: ରାତାରାତି ସଂସ୍ଥା ଗଢ଼ି ନେଇ ଯାଇଛନ୍ତି ସରକାରୀ ସମ୍ପତ୍ତି, ଜଳଜଳ ଦିଶୁଛି ଜାଲିଆତି
ନିଜର ଗଡ଼ଫାଦର ତଥା ‘ଧରମ ଶ୍ୱଶୁର’ଙ୍କ ପତିଆରା ଏବଂ ବିଜେଡିର ଅଘୋଷିତ ସର୍ବେସର୍ବାଙ୍କ ଛତ୍ରଛାୟାରେ ରହି ସମସ୍ତଙ୍କ ଆଖିରେ ଆଙ୍ଗୁଳି ଗେଞ୍ଜି ଶାଗମାଛ ଦରରେ ମାନସଙ୍କ ପତ୍ନୀ ଗାୟତ୍ରୀବାଳା ପଣ୍ଡା ୩୦ବର୍ଷିଆ ଲିଜରେ ରାଜ୍ୟ ସରକାରଙ୍କ ଏଭଳି ଏକ ସମ୍ପତ୍ତିକୁ ହାତେଇଛନ୍ତି ।