Advertisment

ନୁମା-ବାପି କୁଟୀର ପରିଦର୍ଶନ କଲେ ରାଜ୍ୟପାଳ

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀଙ୍କ ସ୍ମୃତିପୀଠରେ ରାଜ୍ୟପାଳ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତା’ପରେ ନୁମା-ବାପି କୁଟୀର ପରିଦର୍ଶନ କରିଥିଲେ।

ଅଦ୍ୟତନ ହୋଇଛି
Angul

Angul

Advertisment

ନୁମା-ବାପି କୁଟୀର ପରିଦର୍ଶନ କଲେ ଓଡ଼ିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ। ‘ନୁମା’ ହେଉଛନ୍ତି ସ୍ୱାଧୀନତା ସଂଗ୍ରାମୀ ମାଳତୀ ଦେବୀଙ୍କ ଡାକ ନାଁ। ଆଉ ‘ବାପି’ ହେଉଛନ୍ତି ମାଳତୀ ଚୌଧୁରୀଙ୍କ ସ୍ୱାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଡାକ ନାମ।

Advertisment

ଓଡ଼ିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ ଆଜି ଦୁଇଦିନିଆ ଅନୁଗୋଳ ଜିଲ୍ଲା ଗସ୍ତରେ ଯାଇଥିଲେ। ସେ ଆଜି ସକାଳ ୧୦ଟାରେ ନାଲ୍‌କୋ ଗେଷ୍ଟ ହାଉସ୍‌ଠାରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ୧୦ଟା ୪୫ ମିନିଟ୍‌ରେ ରାଜ୍ୟପାଳ ତୁରଙ୍ଗ ସ୍ଥିତ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରିବା ସହ ନାରୀ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହ ବାର୍ତ୍ତାଳାପ କରିଥିଲେ।

ମଧ୍ୟାହ୍ନରେ ରାଜ୍ୟପାଳ ଅନୁଗୋଳ ସହର ଶିକ୍ଷକପଡ଼ା ସ୍ଥିତ ଶୁଦ୍ଧ ପାନୀୟ ଜଳ ପ୍ରକଳ୍ପର ପରିଦର୍ଶନ କରିଥିଲେ। ଅପରାହ୍ନ ୧୨ଟା ୩୦ରେ ବାଜିରାଉତ ଛାତ୍ରାବାସରେ ପହଞ୍ଚିଥିଲେ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀଙ୍କ ସ୍ମୃତିପୀଠରେ ରାଜ୍ୟପାଳ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତା’ପରେ ନୁମା-ବାପି କୁଟୀର ପରିଦର୍ଶନ କରିଥିଲେ। ଏହାପରେ ବାଜି ରାଉତ ଛାତ୍ରାବାସର ଅନ୍ତେବାସୀଙ୍କ ସହ ଭାବ ବିନିମୟ କରିଥିଲେ ମହାମହିମ ରାଜ୍ୟପାଳ।

Advertisment

ଅନ୍ତେବାସୀଙ୍କ ସହିତ ଆଲୋଚନା ପରେ ରାଜ୍ୟପାଳ ସ୍ମାର୍ଟ ପାର୍କ, ବ୍ଲାକ୍ ଡାଇମଣ୍ଡ ଓ ଏଆରସି ଗସ୍ତ କରିଥିଲେ। ତା’ପରେ ନାଲକୋ ଅତିଥି ଭବନରେ କିଛି ସମୟ ବିଶ୍ରାମ ନେଇ ତାଳଚେର ଅଭିମୁଖେ ବାହାରିଗଲେ। ଆସନ୍ତାକାଳି ସକାଳ ୮ଟାରେ ଅନୁଗୋଳ ସ୍ଥିତ ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।

ରିପୋର୍ଟ-ଅନୁଗୋଳରୁ ବିରଜା ଦାଶ

Angul
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe