Advertisment

ଉତ୍କେଲାରେ ଚାଷୀଙ୍କ ସହିତ କଥା ହେଲେ ରାଜ୍ୟପାଳ

ଆଜି ରାଜ୍ୟପାଳ ରଘୁବର ଦାସ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯାଇଥିଲେ। ସକାଳ ପ୍ରାୟ ୯ଟାରେ ରାଜ୍ୟପାଳ ଭବାନୀପାଟଣା ସ୍ଥିତ ସର୍କିଟ୍‌ ହାଉସ୍‌ରୁ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ଵରୀଙ୍କ ମନ୍ଦିର ଯାଇଥିଲେ।

Kalahandi

Kalahandi

Advertisment

ଚାଷୀଙ୍କ ସହିତ କଥା ହେଲେ ରାଜ୍ୟପାଳ ରଘୁବର ଦାସ। ଉତ୍କେଲାରେ କୃଷକଙ୍କ ସହ ବାର୍ତ୍ତାଳାପ ସମୟରେ ସେମାନଙ୍କ ଅଭିଯୋଗ ଶୁଣିଥିଲେ। ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ ରାଜ୍ୟପାଳ। କୃଷି ଓ ଗ୍ରାମାଞ୍ଚଳର ବିକାଶ ହିଁ ଭାରତର ପ୍ରକୃତ ବିକାଶ ବୋଲି ସେ କରିଥିଲେ।

Advertisment

ଆଜି ରାଜ୍ୟପାଳ ରଘୁବର ଦାସ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯାଇଥିଲେ। ସକାଳ ପ୍ରାୟ ୯ଟାରେ ରାଜ୍ୟପାଳ ଭବାନୀପାଟଣା ସ୍ଥିତ ସର୍କିଟ୍‌ ହାଉସ୍‌ରୁ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ଵରୀଙ୍କ ମନ୍ଦିର ଯାଇଥିଲେ। ମାଆଙ୍କୁ ଦର୍ଶନ କରିବା ସହିତ ପୂଜକ ଓ ମନ୍ଦିର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ। ପରେ ଭବାନୀପାଟନାର ନେହରୁ ଯୁବା କେନ୍ଦ୍ର ଯାଇଥିଲେ। ଶିଶୁ ଯତ୍ନ ଅନୁଷ୍ଠାନ ପରିଦର୍ଶନ କରି ଅନ୍ତେବାସୀଙ୍କ ସହ ବାର୍ତ୍ତାଳାପ କରିଥିଲେ ରାଜ୍ୟପାଳ। ପରେ ସେ କହିଥିଲେ, ଲକ୍ଷ୍ୟ ସ୍ଥିର କର ଏବଂ ତାକୁ ପୂରଣ ପାଇଁ କଠିନ ପରିଶ୍ରମ କର। ପରିଶ୍ରମ ଦ୍ୱାରା ସବୁ ସମ୍ଭବ। ପାଠ ସହିତ ଅନ୍ୟାନ୍ୟ ଦକ୍ଷତା ଓ କୌଶଳ ହାସଲ କର ବୋଲି ରାଜ୍ୟପାଳ କହିଛନ୍ତି। ଅନୁଷ୍ଠାନରେ ରହୁଥିବା ଅନ୍ତେବାସୀଙ୍କ ପାଇଁ ୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ ରାଜ୍ୟପାଳ।

ସେଠାରୁ ରାଜ୍ୟପାଳ ତେନ୍ତୁଳିଖୁଣ୍ଟି ଯାଇଥିଲେ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ବେଳେ ରାଜ୍ୟପାଳ କହିଥିଲେ, ଆର୍ଥିକ ଓ ସାମାଜିକ ସ୍ଥିତିରେ ପରିବର୍ତ୍ତନ ଆଣିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ନାରୀ ସଶକ୍ତିକରଣ ନିମନ୍ତେ ବିବିଧ ଯୋଜନା କାର୍ଯ୍ୟକାରୀ ହେଉଛି। ସେ ସବୁ ଯୋଜନାର ଉପଯୋଗ କରିବାକୁ ମାନ୍ୟବର ରାଜ୍ୟପାଳ ପରାମର୍ଶ ଦେଇଥିଲେ। ତା’ପରେ ରାଜ୍ୟପାଳ ଉତ୍କେଲା ଯାଇ ଚାଷୀମାନଙ୍କ ସହ ସିଧା ସଳଖ ଆଲୋଚନା କରିଥିଲେ।

Advertisment

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ୫୫୪ ରେଳ ଷ୍ଟେସନର ଉନ୍ନତି କରଣ ପାଇଁ ୪୧ ହଜାର କୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପିତ କରିଥିଲେ। ଭିଡିଓ କନ୍‌ଫରେନ୍ସିଂରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ତଥା ରେଳ ବିଭାଗର ବରିଷ୍ଠ ଅଧିକାରୀ ଓ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଯୋଗଦେଇଥିଲେ।

ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ରାଜ୍ୟପାଳ ଉତ୍କେଲା ଏୟାର ପୋର୍ଟ ଯାଇଥିଲେ। ସେଠାରୁ ରାଜ୍ୟପାଳ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିଲେ।

ରିପୋର୍ଟ- ଭବାନୀପାଟଣାରୁ ରାଜକୁମାର ସିଂହଦେଓ

Government Of Odisha Kalahandi Raghubar Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe