Advertisment

ମାଆ ମଙ୍ଗଳାଙ୍କୁ ଦର୍ଶନ କଲେ ରାଜ୍ୟପାଳ

ମାଆ ମଙ୍ଗଳାଙ୍କୁ ଦର୍ଶନ କରିବା ପରେ ପୁରୀ ଅଭିମୁଖେ ଯାତ୍ରା କରିଥିଲେ। ରାସ୍ତାରେ ଗଲା ବେଳେ ବିରିବସ୍ତଠାରେ ଅବଦାନ ପଂଚାୟତର ଚାଷୀଙ୍କ ସହିତ ରାଜ୍ୟପାଳ କଥା ହୋଇଥିଲେ। ଚାଷୀଙ୍କ ବିଭିନ୍ନ ସମାସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।

Maa Mangala

Maa Mangala

Advertisment

ଓଡ଼ିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ ଆଜି ପୁରୀ ଗସ୍ତରେ ଯାଇଥିଲେ। ସକାଳେ ସେ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କୁ ଦର୍ଶନ କରିବା ସହ ମନ୍ଦିର ବେଢା ପରିକ୍ରମା କରିଥିଲେ। ପରେ ସେବାୟତ ଓ ଜଗନ୍ନାଥ ସଂସ୍କୃତି ସହିତ ଜଡିତ ମଙ୍ଗଳା ମନ୍ଦିରର ଇତିହାସ ସମ୍ପର୍କରେ ଆଲୋଚନା କରିଥିଲେ। ମାଆ ମଙ୍ଗଳା ମନ୍ଦିରରେ ପ୍ରସ୍ତାବିତ ଉନ୍ନତିକରଣ କାର୍ଯ୍ୟ ସମ୍ପର୍କରେ ଅବଗତ ହୋଇଥିଲେ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ରାଜ୍ୟପାଳଙ୍କୁ ମାଆ ମଙ୍ଗଳାଙ୍କ ଫୋଟ ଚିତ୍ର ଉପହାର ପ୍ରଦାନ କରିଥିଲେ। ମନ୍ଦିର ପ୍ରଶାସନ ତରଫରୁ ପ୍ରସ୍ତୁତ ଅଧର ପଣା ପାନ କରିଥିଲେ ରାଜ୍ୟପାଳ। ଏଥିସହ ରାଜ୍ୟପାଳ ରଘୁବର ଦାସଙ୍କୁ ସେବାୟତମାନେ ଆଶୀର୍ବାଦ ପ୍ରଦାନ କରିଥିଲେ।

Advertisment

ମାଆ ମଙ୍ଗଳାଙ୍କୁ ଦର୍ଶନ କରିବା ପରେ ପୁରୀ ଅଭିମୁଖେ ଯାତ୍ରା କରିଥିଲେ। ରାସ୍ତାରେ ଗଲା ବେଳେ ବିରିବସ୍ତଠାରେ ଅବଦାନ ପଂଚାୟତର ଚାଷୀଙ୍କ ସହିତ ରାଜ୍ୟପାଳ କଥା ହୋଇଥିଲେ। ଚାଷୀଙ୍କ ବିଭିନ୍ନ ସମାସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। କୃଷକମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଚାଷୀଙ୍କୁ ଅବଗତ କରାଇଥିଲେ। ପ୍ରଥମ ଥର ପାଇଁ ମହାମହିମ ରାଜ୍ୟପାଳଙ୍କୁ ନିଜ ଗହଣରେ ପାଇ ଚାଷୀମାନେ ବେଶ୍‌ ଉତ୍ସାହିତ ହୋଇଥିଲେ।

ଚାଷୀଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିବା ପରେ ରାଜ୍ୟପାଳ ଈଶାଣେଶ୍ୱର ମହାଦେବ ମନ୍ଦିରକୁ ଯାଇଥିଲେ। ମହାଦେବଙ୍କ ଆଶୀର୍ବାଦ ନେବା ପରେ ସ୍ୱୟଂସହାୟକ ଗୋଷ୍ଠୀ ମହିଳାଙ୍କ ଆଲୋଚନା କରିଥିଲେ।

Advertisment

ରିପୋର୍ଟ- କୋଣାର୍କରୁ ସଞ୍ଜୟ ପତି

Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe