Advertisment

୧୭ ତାରିଖ ସରକାରୀ ଛୁଟି; ଅଫିସ୍‌, ସ୍କୁଲ ଓ କଲେଜ ବନ୍ଦ ରହିବ

ରାଜ୍ୟର ସମସ୍ତ ସରକାରୀ ଅଫିସ୍‌, ସ୍କୁଲ ଓ କଲେଜ ବନ୍ଦ ରହିବ। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
5-T School

5-T School

ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ସେହି ଦିନକୁ ସରକାରୀ ଛୁଟି ଭାବେ ଘୋଷଣା ହୋଇଛି। ରାଜ୍ୟର ସମସ୍ତ ସରକାରୀ ଅଫିସ୍‌, ସ୍କୁଲ ଓ କଲେଜ ବନ୍ଦ ରହିବ। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି।

Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୌଷ ଶୁକ୍ଳ ସପ୍ତମୀ ତିଥିରେ ଅନୁଷ୍ଠିତ ହେବ। ସେଥିପାଇଁ ଆରମ୍ଭ ହୋଇଯାଇଛି ପୂଜା ପଦ୍ଧତି। ୧୫ ତାରିଖରୁ ଯଜ୍ଞ ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ ଯଜ୍ଞଶାଳାରେ ଅଙ୍କୁର ପୂଜା, ମଣ୍ଡଳ ଓ ଧ୍ୱଜା ସ୍ଥାପନ ଇତ୍ୟାଦି କର୍ମ ଆରମ୍ଭ ହୋଇଛି। ସେଥିପାଇଁ ଶ୍ରୀକ୍ଷେତ୍ରକୁ ଛୁଟୁଛୁ ଶ୍ରଦ୍ଧାଳୁଙ୍କ ସୁଅ। ଶ୍ରଦ୍ଧାଳୁଙ୍କୁ ଦେଖି ପ୍ରଶାସନ ପୁରୀର ୩ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ମେଡିକାଲ ଛକରେ ୮୧ କୋଟି ୬୩ ଲକ୍ଷ ବ୍ୟୟରେ ସାଢ଼େ ୩ ଏକର ଜମିରେ ହୋଇଛି ବହୁତଳ ପାର୍କିଂ ବ୍ୟବସ୍ଥା। ଏଠାରେ ଏକକାଳୀନ ୫୦୦ କାର ଓ ୫୦୦ ଦୁଇ ଚକିଆ ପାର୍କିଂ ହୋଇପାରିବ।

ସେହିପରି ୭ ହଜାର ବର୍ଗମିଟର ଜାଗା ଉପରେ ଶ୍ରୀଜଗନ୍ନାଥ ବଲ୍ଲଭ ପିଲଗ୍ରିମେଜ୍‌ ସେଣ୍ଟର ନିର୍ମିତ ହୋଇଛି। ବେସମେଣ୍ଟ, ଗ୍ରାଉଣ୍ଡ ଫ୍ଲୋର୍ ଓ ପ୍ରଥମ ଫ୍ଲୋରରେ ୩୦୦ଟି ଦୁଇ ଚକିଆ ଓ ୧୪ଶହ ୦୨ଟି ଚାରି ଚକିଆ ପାର୍କିଂ ସୁବିଧା ରହିଛି। ସେପଟେ ସମଙ୍ଗର ୪୩ ଏକର ଜାଗାରେ ହୋଇଥିବା ପାର୍କିଂ ବ୍ୟବସ୍ଥାରେ ୪୨୯ଟି ବସ୍, ୫୪୯ଟି କାର୍, ୨୫୮ଟି ଅଟୋ ଓ ୧୦୫୪ଟି ଦୁଇ ଚକିଆ ରହିପାରିବ। ସେଠାରୁ ଇ-ଅଟୋ ଚାଲିବ। ଆସନ୍ତାକାଲି ହେବ ଶ୍ରୀସେତୁ ଓ ଶ୍ରୀମାର୍ଗର ଟ୍ରାଏଲ ରନ।

Advertisment
Odisha Education