/odisha-reporter/media/post_attachments/uploadimage/library/16_9/16_9_0/IMAGE_1728108449.jpg)
Bharatpur police station
ଭରତପୁର ଥାନା ହାଜତରେ ସେନା ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାର ତଦନ୍ତ ପାଇଁ ଗଠିତ ବିଚାରବିଭାଗୀୟ କମିଶନଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ଚଳିତମାସ ୨୨ତାରିଖରେ କମିଶନଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା ।
ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଭରତପୁର ଥାନାରେ ସେନା ଅଫିସର ଓ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନିଯୁକ୍ତି ଦିଆଯାଇଛି । କମିଶନଙ୍କୁ ତଦନ୍ତ ପାଇଁ ୬୦ଦିନ ସମୟ ଦିଆଯାଇଥିଲା । ଏବେ କମିଶନଙ୍କ ତଦନ୍ତ ଜାରି ରହିଛି ଓ ପୂର୍ବରୁ ନିର୍ଦ୍ଧାରିତ କମିଶନଙ୍କ କାର୍ଯ୍ୟକାଳ ନଭେମ୍ବର ୨୨ତାରିଖରେ ଶେଷ ହେଉଛି । ତେଣୁ ରାଜ୍ୟ ସରକାର ନିଜର କ୍ଷମତାର ଉପଯୋଗ କରି କମିଶନଙ୍କ ତଦନ୍ତ କାର୍ଯ୍ୟକାଳ ଅବଧି ପାଇଁ ଧାର୍ଯ୍ୟ ‘୬୦ଦିନ’ ପରିବର୍ତ୍ତେ ୨୦୨୫ ଜାନୁୟାରୀ ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।
ସୂଚନାଯୋଗ୍ୟ, ଭରତପୁର ଥାନାରେ ସେନା ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଦେବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ରାଜ୍ୟ ସରକାର ପ୍ରଥମେ କ୍ରାଇମବ୍ରାଂଚ ତଦନ୍ତ ଓ ପରେ ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେବା ସହ ୫ଜଣ ପୁଲିସ କର୍ମୀଙ୍କୁ ନିଲମ୍ବନ କରିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
