ସେନା ଅଫିସରଙ୍କୁ ନିର୍ଯାତନା: ଜାନୁୟାରୀ ୩୧ ପର୍ଯ୍ୟନ୍ତ ବଢ଼ିଲା କମିଶନଙ୍କ କାର୍ଯ୍ୟକାଳ

ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଭରତପୁର ଥାନାରେ ସେନା ଅଫିସର ଓ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନିଯୁକ୍ତି ଦିଆଯାଇଛି ।

ଭରତପୁର ଥାନା

  • Published: Saturday, 16 November 2024
  • , Updated: 16 November 2024, 10:10 PM IST

ଭରତପୁର ଥାନା ହାଜତରେ ସେନା ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାର ତଦନ୍ତ ପାଇଁ ଗଠିତ ବିଚାରବିଭାଗୀୟ କମିଶନଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ଚଳିତମାସ ୨୨ତାରିଖରେ କମିଶନଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା ।

ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଭରତପୁର ଥାନାରେ ସେନା ଅଫିସର ଓ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନିଯୁକ୍ତି ଦିଆଯାଇଛି । କମିଶନଙ୍କୁ ତଦନ୍ତ ପାଇଁ ୬୦ଦିନ ସମୟ ଦିଆଯାଇଥିଲା । ଏବେ କମିଶନଙ୍କ ତଦନ୍ତ ଜାରି ରହିଛି ଓ ପୂର୍ବରୁ ନିର୍ଦ୍ଧାରିତ କମିଶନଙ୍କ କାର୍ଯ୍ୟକାଳ ନଭେମ୍ବର ୨୨ତାରିଖରେ ଶେଷ ହେଉଛି । ତେଣୁ ରାଜ୍ୟ ସରକାର ନିଜର କ୍ଷମତାର ଉପଯୋଗ କରି କମିଶନଙ୍କ  ତଦନ୍ତ କାର୍ଯ୍ୟକାଳ ଅବଧି ପାଇଁ ଧାର୍ଯ୍ୟ ‘୬୦ଦିନ’ ପରିବର୍ତ୍ତେ ୨୦୨୫ ଜାନୁୟାରୀ ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ସୂଚନାଯୋଗ୍ୟ, ଭରତପୁର ଥାନାରେ ସେନା ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଦେବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ରାଜ୍ୟ ସରକାର ପ୍ରଥମେ କ୍ରାଇମବ୍ରାଂଚ ତଦନ୍ତ ଓ ପରେ ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେବା ସହ ୫ଜଣ ପୁଲିସ କର୍ମୀଙ୍କୁ ନିଲମ୍ବନ କରିଛନ୍ତି ।

Related story