Advertisment

ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମୀନତି ବେହେରା

କାରଣ ଦର୍ଶାଅ ନୋଟିସର ସନ୍ତୋଷଜନକ ଉତ୍ତର ଦେଇ ପାରିଲେନି। ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମୀନତି ବେହେରା। ଉପମୁଖ୍ୟମନ୍ତ୍ରୀ କହିଲେ ଖୁବଶୀଘ୍ର ନୂଆ ମହିଳା କମିଶନ ଦେଖିବ ଓଡ଼ିଶା।

Minati Behera

Minati Behera

Advertisment

ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମୀନତି ବେହେରା। ପଦଚ୍ୟୁତ ନେଇ ମହିଳା ଓ ଶିଶୁ ବିକାଶ ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି। ମିନତୀଙ୍କ କାର୍ଯ୍ୟ ସନ୍ତୋଷଜନକ ନଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। କାହିଁକି ପଦଚ୍ୟୁତ କରାନଯିବ, ସେନେଇ ଜାରି ହୋଇଥିଲା ନୋଟିସ୍। ହେଲେ ମୀନତିଙ୍କ ଜବାବ ସନ୍ତୋଷଜନକ ନୁହେଁ ବୋଲି ଦର୍ଶାଇଛି ବିଭାଗ।

Advertisment

ଅକ୍ଟୋବର ୨୦୨୨ରୁ ମହିଳା କମିଶନ ଅଧ୍ୟକ୍ଷା ଥିଲେ ମୀନତି ବେହେରା। ଏହି ସମୟରେ ମହିଳା କମିଶନଙ୍କ ପ୍ରଦର୍ଶନ ସହ ମାମଲା ଫଇସଲା ଓ କ୍ୟାମ୍ପ-କୋର୍ଟ ଆୟୋଜନ ସନ୍ତୋଷଜନକ ନଥିଲା ବୋଲି ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ ରାଜ୍ୟ ସରକାର। ପଦଚ୍ୟୁତ ନେଇ ମୀନତି ବେହେରା କହିଛନ୍ତି, ଆମକୁ ପ୍ରକ୍ରିୟା ଅନୁସାରେ ଏକ ଶୁଣାଣି କରି ପକ୍ଷ ରଖିବାକୁ ଗୋଟିଏ ସୁଯୋଗ ନଦେଇ ପଦଚ୍ୟୁତ କରାଯାଇଛି। ତେବେ ସେ ନିଜ କାମକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି।

ସେପଟେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ଯେଉଁ ଢଙ୍ଗରେ ମହିଳା କମିଶନ ଆସିବା କଥା, ଆସି ପାରିନଥିଲା। ମହିଳା କମିଶନଙ୍କ ଭୂମିକାକୁ ନେଇ ସରକାର ନୋଟିସ କରିଥିଲେ। ଏନେଇ ତାଙ୍କୁ ସୋ-କଜ୍‌ ମଗାଯାଇଥିଲା, ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ କାଲି ନିବୃତ କରାଯାଇଛି। ଖୁବଶୀଘ୍ର ନୂଆ ମହିଳା କମିଶନ ଦେଖିବ ଓଡ଼ିଶା।

Advertisment
OSCW Minati Behera Odisha State Commission For Women Women Commission
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe