Advertisment

ତଦନ୍ତ କମିଶନ୍‌ ରିପୋର୍ଟ ପ୍ରସଙ୍ଗ: ସମୟ ମାଗିଲେ ରାଜ୍ୟ ସରକାର

ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ରାଜ୍ୟ ତମାମ ହୋହଲ୍ଲା ହୋଇଥିଲା। ସ୍ଥିତି ବିଗୁଡୁଥିବା ଦେଖି ରାଜ୍ୟ ସରକାର ଘଟଣା ତଦନ୍ତ ପାଇଁ ଜଷ୍ଟିସ୍‌ ରଘୁବୀର ଦାସ କମିଶନ୍‌ ଗଠନ କରିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Ratna Bhandra

Ratna Bhandra

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ ଜଷ୍ଟିସ ରଘୁବୀର ଦାସ ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ କରିବା ପାଇଁ ମାମଲା ହୋଇଥିଲା। ମାମଲାକୁ ଗ୍ରହଣ କରିଥିଲେ ହାଇକୋର୍ଟ। ଆଉ ତଦନ୍ତ କମିଶନଙ୍କ ରିପୋର୍ଟର ସ୍ଥିତି କଣ ଅଛି ଜଣାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାର ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବା ପରିବର୍ତ୍ତେ ସମୟ ମାଗିଛନ୍ତି। ଦୁଇରୁ ତିନି ସମୟ ଦେବାକୁ ସରକାର ମାଗିଲେ। ସେଥିପାଇଁ ମହଲତ ଦେଲେ ହାଇକୋର୍ଟ। ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣୀ।

Advertisment

ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ରାଜ୍ୟ ତମାମ ହୋହଲ୍ଲା ହୋଇଥିଲା। ସ୍ଥିତି ବିଗୁଡୁଥିବା ଦେଖି ରାଜ୍ୟ ସରକାର ଘଟଣା ତଦନ୍ତ ପାଇଁ ଜଷ୍ଟିସ୍‌ ରଘୁବୀର ଦାସ କମିଶନ୍‌ ଗଠନ କରିଥିଲେ। ଜଷ୍ଟିସ ରଘୁବୀର ଦାସ ମାମଲାର ତଦନ୍ତ କରି ୨୦୧୮ ମସିହାରେ ରିପୋର୍ଟ ଦାଖଲ କରିଥିଲେ। ତଦନ୍ତ କମିଶନଙ୍କ ସଚିବ ଗୃହ ବିଭାଗ ଅନୁ ସଚିବଙ୍କ ପାଖରେ ମୋଟ ୩୨୪ ପୃଷ୍ଠା ସମ୍ବଳିତ ବିସ୍ତୃତ ରିପୋର୍ଟ ଦାଖଲ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ସେହି ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରାଯାଉନି କି ସାର୍ବଜନୀନ କରାଯାଉନି। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ଜଷ୍ଟିସ୍‌ ରଘୁବୀର ଦାସଙ୍କ ତଦନ୍ତ କମିଶନ୍‌ ରିପୋର୍ଟ ସାର୍ବଜନୀନ କରିବା ପାଇଁ ହାଇକୋର୍ଟରେ ମାମଲା ଆବେଦନ ହୋଇଥିଲା। କୋର୍ଟ ଏହାକୁ ଗ୍ରହଣ କରି ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ଦେଇଥିଲେ।

Advertisment
Puri Shreemandir High Court Ratna Bhandar