Advertisment

ରତ୍ନଭଣ୍ଡାର ଖୋଲିବା ପାଇଁ ଫିଟିଲା ବାଟ, ୪ ସପ୍ତାହ ସମୟ ଦେଲେ ହାଇକୋର୍ଟ

ଆଜି କେବଳ ଅନ୍ତରୀଣ ଆବେଦନ ଉପରେ ଶୁଣାଣି କରାଯାଇଥିଲା। ତେବେ ଏହି ଶୁଣାଣି ଅବସରରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କାହିଁକି ପାଳନ କରାଯାଇ ନାହିଁ ବୋଲି ସରକାରଙ୍କୁ ପଚାରିଥିଲେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପିଠ।

author-image
Manoranjan Sial
High Court

High Court

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପାଇଁ ଫିଟିଲା ବାଟ। ରତ୍ନଭଣ୍ଡାର ଖୋଲି ଏଥିରେ ଗଚ୍ଛିତ ଥିବା ରତ୍ନ ଅଳଙ୍କାର ହିସାବ ପାଇଁ କମିଟି ଅଧ୍ୟକ୍ଷ ନିଯୁକ୍ତି ପାଇଁ ୪ ସପ୍ତାହର ସମୟ ଦେଲେ ହାଇକୋର୍ଟ। ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ କମିଟିର ଅଧ୍ୟକ୍ଷ ନିଯୁକ୍ତି କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଆଡ୍‌ଭୋକେଟ୍‌ ଜେନେରାଲ କୋର୍ଟଙ୍କୁ ଅବଗତ କରିବା ପରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ସମୀର ମହାନ୍ତିଙ୍କ ଅନ୍ତରୀଣ ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ପୂର୍ବରୁ ସମୀର ମହାନ୍ତିଙ୍କ ମୂଳ ଆବେଦନର ଶୁଣାଣି କରି ୮ ସପ୍ତାହ ମଧ୍ୟରେ ରତ୍ନଭଣ୍ଡାର ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିବାକୁ ଗତବର୍ଷ ସେପ୍ଟେମ୍ୱର ମାସରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୮ ସପ୍ତାହ ହେବା ପରେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ସମୀର ମହାନ୍ତି ଏହି ଅନ୍ତରୀଣ ଆବେଦନ କରିଥିଲେ। ଏହା ସହ ଏକ ଅଦାଲତ ଅବମାନନା ମାମଲା ମଧ୍ୟ ରୁଜୁ କରିଥିଲେ। ଆଜି କେବଳ ଅନ୍ତରୀଣ ଆବେଦନ ଉପରେ ଶୁଣାଣି କରାଯାଇଥିଲା।

ଆଜି କେବଳ ଅନ୍ତରୀଣ ଆବେଦନ ଉପରେ ଶୁଣାଣି କରାଯାଇଥିଲା। ତେବେ ଏହି ଶୁଣାଣି ଅବସରରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କାହିଁକି ପାଳନ କରାଯାଇ ନାହିଁ ବୋଲି ସରକାରଙ୍କୁ ପଚାରିଥିଲେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପିଠ। ପ୍ରାଥମିକ ପର୍ଯ୍ୟାୟରେ କମିଟିର ଅଧ୍ୟକ୍ଷ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଅଧ୍ୟକ୍ଷ ନିଯୁକ୍ତି ହେବା ପରେ ତାଙ୍କ ସହମତିରେ ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯିବ ବୋଲି ଆଡଭୋକେଟ ଜେନେରାଲ କୋର୍ଟଙ୍କୁ ଅବଗତ କରିଥିଲେ। ଏହାକୁ ଶୁଣିବା ପରେ ଚାରି ସପ୍ତାହ ମଧ୍ୟରେ କମିଟି ଅଧ୍ୟକ୍ଷ ନିଯୁକ୍ତି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ୪ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Advertisment
Bjp Puri Shreemandir Cuttack High Court