/odisha-reporter/media/post_attachments/uploadimage/library/16_9/16_9_0/IMAGE_1729099010.jpg)
Prithviraj Harichandan
ରାଜ୍ୟ ସରକାର ଖୁବଶୀଘ୍ର ଆଇନ ସମୀକ୍ଷା ଆୟୋଗ( ଲ’ ରିଭିଜନ କମିଶନ) ଗଠନ କରିବେ ବୋଲି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ମାସେ ଦେଢ଼ମାସ ମଧ୍ୟରେ ଲ’ ରିଭିଜନ କମିଶନ ଗଠନ ହେବ । ଯେଉଁ ଆଇନଗୁଡ଼ିକ ଅପ୍ରାସଙ୍ଗିକ ଓ ଅଦରକାରୀ ହୋଇପଡ଼ିଛି ତା’ର ସମୀକ୍ଷା ହେବା ଦରକାର । ସେଥିପାଇଁ ଲ’ ରିଭିଜନ କମିଶନ ଗଠନ ହେବାର ଆବଶ୍ୟକତା ଅନୁଭୂତ ହୋଇଛି । ଯେଉଁ ଆଇନ ଉପରେ ସରକାର ଚାଲେ ସେସବୁ ଆଇନଗୁଡ଼ିକର ନବୀକରଣ ଓ ସୁଧାର କରାଯାଇ ସାଧାରଣ ଲୋକଙ୍କ ପାଇଁ ଉପଯୋଗ କରାଯିବା ନିମନ୍ତେ କମିଶନ ନିଜର ମତ ଦେବେ ।
ସେହିପରି ରାଜ୍ୟ ସୂଚନା ଅଧିକାର ଆଇନ-୨୦୦୫କୁ ମଧ୍ୟ ଅଧିକ ସଶକ୍ତ କରାଯିବ । ଦରକାର ପଡ଼ିଲେ ଆଇନରେ ଆବଶ୍ୟକ ସଂଶୋଧନ କରାଯିବ । ସରକାରଙ୍କୁ ଭୁଲ୍ ଠିକ୍ ବିଷୟରେ ସୂଚେଇ ଦେବା କାମ ହେଉଛି ସୂଚନା ଅଧିକାର କର୍ମୀମାନଙ୍କର । ତେଣୁ ରାଜ୍ୟରେ ସେମାନଙ୍କ ନାଁରେ ଥିବା ମାମଲାର ପୁନର୍ବିଚାର ରାଜ୍ୟ ସରକାର କରିବେ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
