ରାଜ୍ୟରେ ଖୁବଶୀଘ୍ର ଗଠନ ହେବ ଆଇନ ସମୀକ୍ଷା ଆୟୋଗ: ଆଇନ ମନ୍ତ୍ରୀ

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ମାସେ ଦେଢ଼ମାସ ମଧ୍ୟରେ ଲ’ ରିଭିଜନ କମିଶନ ଗଠନ ହେବ । ଯେଉଁ ଆଇନଗୁଡ଼ିକ ଅପ୍ରାସଙ୍ଗିକ ଓ ଅଦରକାରୀ ହୋଇପଡ଼ିଛି ତା’ର ସମୀକ୍ଷା ହେବା ଦରକାର ।

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

  • Published: Wednesday, 16 October 2024
  • , Updated: 16 October 2024, 10:49 PM IST

ରାଜ୍ୟ ସରକାର ଖୁବଶୀଘ୍ର ଆଇନ ସମୀକ୍ଷା ଆୟୋଗ( ଲ’ ରିଭିଜନ କମିଶନ) ଗଠନ କରିବେ ବୋଲି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ମାସେ ଦେଢ଼ମାସ ମଧ୍ୟରେ ଲ’ ରିଭିଜନ କମିଶନ ଗଠନ ହେବ । ଯେଉଁ ଆଇନଗୁଡ଼ିକ ଅପ୍ରାସଙ୍ଗିକ ଓ ଅଦରକାରୀ ହୋଇପଡ଼ିଛି ତା’ର ସମୀକ୍ଷା ହେବା ଦରକାର । ସେଥିପାଇଁ ଲ’ ରିଭିଜନ କମିଶନ ଗଠନ ହେବାର ଆବଶ୍ୟକତା ଅନୁଭୂତ ହୋଇଛି । ଯେଉଁ ଆଇନ ଉପରେ ସରକାର ଚାଲେ ସେସବୁ ଆଇନଗୁଡ଼ିକର ନବୀକରଣ ଓ ସୁଧାର କରାଯାଇ ସାଧାରଣ ଲୋକଙ୍କ ପାଇଁ ଉପଯୋଗ କରାଯିବା ନିମନ୍ତେ କମିଶନ ନିଜର ମତ ଦେବେ ।

ସେହିପରି ରାଜ୍ୟ ସୂଚନା ଅଧିକାର ଆଇନ-୨୦୦୫କୁ ମଧ୍ୟ ଅଧିକ ସଶକ୍ତ କରାଯିବ । ଦରକାର ପଡ଼ିଲେ ଆଇନରେ ଆବଶ୍ୟକ ସଂଶୋଧନ କରାଯିବ । ସରକାରଙ୍କୁ ଭୁଲ୍ ଠିକ୍ ବିଷୟରେ ସୂଚେଇ ଦେବା କାମ ହେଉଛି ସୂଚନା ଅଧିକାର କର୍ମୀମାନଙ୍କର । ତେଣୁ ରାଜ୍ୟରେ ସେମାନଙ୍କ ନାଁରେ ଥିବା ମାମଲାର ପୁନର୍ବିଚାର ରାଜ୍ୟ ସରକାର କରିବେ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି ।

Related story