Advertisment

୨୫ ଓଏଏସ୍ ଅଫିସରଙ୍କ ବଦଳି

ରାଜ୍ୟ ସରକାର ଆଜି ବିଡିଓ ଓ ତହସିଲଦାର ଭାବେ କାର୍ଯ୍ୟ କରୁଥିବା ୨୫ଜଣ ଓଏଏସ୍ ଅଫିସରଙ୍କ ବଦଳି କରିଛନ୍ତି ।

author-image
Ordigital Desk
undefined

Loka Seva Bhavan

ରାଜ୍ୟ ସରକାର ଆଜି ବିଡିଓ ଓ ତହସିଲଦାର ଭାବେ କାର୍ଯ୍ୟ କରୁଥିବା ୨୫ଜଣ ଓଏଏସ୍ ଅଫିସରଙ୍କ ବଦଳି କରିଛନ୍ତି ।

Advertisment

ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ରଣପୁର ତହସିଲଦାର ଇପସିତ୍ କୁମାର ସାହୁଙ୍କୁ ଇଡକୋ ଅତିରିକ୍ତ ଲ୍ୟାଣ୍ଡ ଅଫିସର, ରବିନ୍ ଚର୍ଚ୍ଚିଲଙ୍କୁ ରଣପୁର ତହସିଲଦାର, ପ୍ରଣୟ ରଞ୍ଜନ ବେହେରାଙ୍କୁ ଜୟପୁର ଆଇଟିଡିଏ ପିଏ, ଅବିନାଶ ପାଣ୍ଡିଆଙ୍କୁ କାମାକ୍ଷାନଗର ବିଡିଓ, ମହାପାତ୍ର କୁଳଦୀପ ମହାନ୍ତିଙ୍କୁ ବୌଦ୍ଧ ବିଡିଓ, ବିକାଶ କୁମାର ମହାନ୍ତିଙ୍କୁ ଜଗତସିଂହପୁର ଜିଲ୍ଲା ବାଲିକୁଦା ବିଡିଓ, ମନ୍ମଥ ନାୟକଙ୍କୁ ପରଜଙ୍ଗ ବିଡିଓ, ଯଶବନ୍ତ ଦେହୁରୀଙ୍କୁ କଙ୍କାଡ଼ାହାଡ଼ ବିଡିଓ, ଲୋଚନ ଦାସଙ୍କୁ ବଅଁରପାଳ ବିଡିଓ, ଏଲିଜା ମିଶ୍ରଙ୍କୁ ବୋର୍ଡ ଅଫ ରେଭନ୍ୟୁ, ସୁରଥ ଚନ୍ଦ୍ର ରାଉତଙ୍କୁ ଗଁଦିଆ ତହସିଲଦାର, ସୁଦର୍ଶନ ଗୁରୁଙ୍କୁ ଜଗତସିଂହପୁର ଡେପୁଟି କଲେକ୍ଟର, ଆକାଶ ପଟ୍ଟନାୟକଙ୍କୁ ଦଶରଥପୁର ବିଡିଓ, ଅବିନାଶ ବିଶ୍ୱଜିତ୍ ସେଠୀଙ୍କୁ ବନ୍ଧୁଗାଁ ବିଡିଓ, ବିକ୍ରମ କିଶୋର ପରିଡ଼ାଙ୍କୁ ଦଶରଥପୁର ତହସିଲଦାର ଭାବେ ବଦଳି କରାଯାଇଛି ।

ସେହିପରି କ୍ଷୀରୋଦ କୁମାର ଦାଶଙ୍କୁ ଯାଜପୁର ଡିଏସଆର, ଭୋଳାନାଥ ସେଠୀଙ୍କୁ ଢେଙ୍କାନାଳ ଡିଏସଆର, ନିରଞ୍ଜନ ପରିଡ଼ାଙ୍କୁ ବାଲେଶ୍ୱର ଡିଏସଆର, ସିରିଲ ଶୁଭ୍ରା ପଟେଲଙ୍କୁ ଖପ୍ରାଖୋଲ ବିଡିଓ, ପତିତପାବନ ଦେବତାଙ୍କୁ ପରଜଙ୍ଗ ତହସିଲଦାର, ଦୀନମଣି ନାୟକଙ୍କୁ ବାରିପଦା ତହସିଲଦାର, ଜିତେନ୍ଦ୍ର କୁମାର ନାୟକଙ୍କୁ ଫୁଲବାଣୀ ତହସିଲଦାର, ସୁଜୟ କୁମାର ପତିଙ୍କୁ କାମାକ୍ଷାନଗର ତହସିଲଦାର, ଓମପ୍ରକାଶ ମହାନ୍ତିଙ୍କୁ ମୟୂରଭଞ୍ଜ ଡେପୁଟି କଲେକ୍ଟର ଓ ଗାୟତ୍ରୀ ସାମନ୍ତରାୟଙ୍କୁ ଉଚ୍ଚଶିକ୍ଷା ବିଭାଗର ଅନୁସଚିବ ଭାବେ ବଦଳି କରାଯାଇଛି ।

Advertisment

ଏହି ଅଫିସରମାନଙ୍କୁ ତୁରନ୍ତ ରିଲିଭ୍ କରିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି, ଯାହାଫଳରେ ସେମାନେ ନିଜ ନିଜର ନୂଆ ସ୍ଥାନରେ ଯୋଗ ଦେଇପାରିବେ ବୋଲି କୁହାଯାଇଛି ।

Odisha